ରୁକ୍ସାନାଙ୍କ କବର ଖୋଳିବାକୁ ବିରୋଧ କଲେ ପରିବାର
ଭବାନୀପାଟଣା : ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍ସାନା ବାନୋଙ୍କ ମୃତ୍ୟୁ ଘଟଣା । କବର ଖୋଳି ଶବ ବାହାର କରିବା ପାଇଁ ମନା କଲେ ପରିବାର କବରସ୍ଥାନରେ ହଙ୍ଗାମା କଲେ ରୁକ୍ସାନାଙ୍କ ମା’। ପୋଲିସକୁ ଗାଳି କରିବା ସହ କବର ଖୋଳିଲେ ପୋଲିସ ବିରୋଧରେ କେସ୍ କରିବେ ବୋଲି ଅଭିନେତ୍ରୀଙ୍କ ମା’ସାହିଦା ବେଗମ କହିଛନ୍ତି । ସଦର ଥାନା ଏବଂ ଟାଉନ ଥାନା ପୋଲିସ ତାଙ୍କ ମା’ଙ୍କୁ ବୁଝାଇବାରେ ଅସଫଳ ହେବା […]

ଭବାନୀପାଟଣା : ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍ସାନା ବାନୋଙ୍କ ମୃତ୍ୟୁ ଘଟଣା । କବର ଖୋଳି ଶବ ବାହାର କରିବା ପାଇଁ ମନା କଲେ ପରିବାର କବରସ୍ଥାନରେ ହଙ୍ଗାମା କଲେ ରୁକ୍ସାନାଙ୍କ ମା’। ପୋଲିସକୁ ଗାଳି କରିବା ସହ କବର ଖୋଳିଲେ ପୋଲିସ ବିରୋଧରେ କେସ୍ କରିବେ ବୋଲି ଅଭିନେତ୍ରୀଙ୍କ ମା’ସାହିଦା ବେଗମ କହିଛନ୍ତି ।
ସଦର ଥାନା ଏବଂ ଟାଉନ ଥାନା ପୋଲିସ ତାଙ୍କ ମା’ଙ୍କୁ ବୁଝାଇବାରେ ଅସଫଳ ହେବା ପରେ, ଘଟଣାସ୍ଥଳରେ ଏସ୍ଡିପିଓ ସୁନାରାମ ହେମ୍ବ୍ରମ ଏବଂ ମାଜିଷ୍ଟ୍ରେଟ୍ ଯୋଗେଶ୍ୱର ସାହୁ ପହଞ୍ଚିଥିଲେ । ତେବେ ପରିବାର ଲୋକଙ୍କ ସହ ବୁଝାସୁଝା ସଫଳ ନହେବାରୁ ସେମାନେ ମଧ୍ୟ ଫେରି ଯାଇଛନ୍ତି । କେସ୍ ଯେତେବେଳେ ସିବିଆଇ ହାତକୁ ଦିଆଯିବ ସେତେବେଳେ ଯାଇ କବର ଖୋଳିବାକୁ ଅନୁମତି ଦେବୁ ବୋଲି ରୁକ୍ସାନାଙ୍କ ଭଉଣୀ କହିଛନ୍ତି । ରୁକ୍ସାନାଙ୍କ ମୃତ୍ୟୁକୁ ୬ ଦିନ ବିତି ସାରିଥିବାବେଳେ ବିନା ପୋଷ୍ଟମର୍ଟମରେ ମୃତଦେହକୁ କବର ଦେଇଥିଲେ ପରିବାର ଲୋକେ ।
ସୂଚନାନୁସାରେ,ଚିକିତ୍ସାଧୀନ ଅବସ୍ଥାରେ ଗତ ୧୯ ତାରିଖ ଭୁବନେଶ୍ୱରସ୍ଥିତ ଏମ୍ସରେ ରୁକସାନାଙ୍କର ମୃତ୍ୟୁ ହୋଇଥିଲା। ସ୍କ୍ରବ୍ ଟାଇଫସ୍ରେ ତାଙ୍କ ମୃତ୍ୟୁ ହେଇଥିବା ଡାକ୍ତର କହୁଥିବା ବେଳେ ତାଙ୍କ ପରିବାର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଥିଲେ। ବଲାଙ୍ଗୀରରେ ଆଲବମ୍ ଶୁଟିଂ ସମୟରେ ରୁକ୍ସାନାଙ୍କୁ ଖାଇବା,ପିଇବା ପାଇଁ ଦିଆଯାଇଥିବା ଜୁସ୍ରେ ସ୍ଲୋ ପଏଜନ ଦିଆଯାଇ ହତ୍ୟା କରାଯାଇଥିବା ନେଇ ରୁକ୍ସାନାଙ୍କ ମା’ ଅଭିଯୋଗ କରିଥିଲେ । ଏନେଇ ସେ ଜଣେ ସମ୍ବଲପୁରୀ ଗାୟକଙ୍କ ସମେତ ୨ ସହଯୋଗୀଙ୍କ ନାଁରେ ଗତ ସୋମବାର ଦିନ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପରେ ପୋଲିସ ପ୍ରକୃତରେ ରୁକ୍ସାନାଙ୍କ ମୃତ୍ୟୁ କେଉଁ କାରଣରୁ ହେଇଛି କବର ଖୋଲି ମୃତଦେହ ବ୍ୟବଚ୍ଛେଦ କରିବାକୁ ଚାହିଁଥିବାବେଳେ କବର ସ୍ଥାନରେ ଏହାକୁ ବିରୋଧ କରିଥିଲେ ରୁକ୍ସାନାଙ୍କ ମା’ଓ ଭଉଣୀ ।