ରୁଷ ଦଖଲରେ ଥିବା ଅଞ୍ଚଳରେ ନିଆଁ ବର୍ଷା କଲା ୟୁକ୍ରେନର ‘ଡ୍ରାଗନ’

ଖୋରନେ ଗ୍ରୁପ ନାମ ଗୋଟିଏ ଟେଲିଗ୍ରାମ ଚ୍ୟାନେଲରେ ଘଟଣା ବେଳର ଦୃଶ୍ୟକୁ ଶେୟାର କରାଯାଇଛି।

ରୁଷ ଦଖଲରେ ଥିବା ଅଞ୍ଚଳରେ ନିଆଁ ବର୍ଷା କଲା ୟୁକ୍ରେନର ‘ଡ୍ରାଗନ’

ରୁଷ ଦଖଲରେ ଥିବା ଖାରକିଭ୍‌ ଅଞ୍ଚଳରେ ନିଆଁ ବର୍ଷା କରି ୟୁକ୍ରେନର ଡ୍ରାଗନ ଡ୍ରୋନ। ଡ୍ରାଗନ ଡ୍ରୋନ ଜିଆରେ ୟୁକ୍ରେନ ମାଡ଼ କରିଛି thermite incendiary ବୋମା। ଏଥିଯୋଗୁ ସେଠାରେ ଥିବା ଅନେକ ଗଛ ପୋଡ଼ି ଜଳି ପାଉଁସ ହୋଇ ଯାଇଥିବା ବେଳେ ରୁଷର ସାମରିକ ଗାଡ଼ି ଗୁଡ଼ିକ ମଧ୍ୟ ପୋଡ଼ି ଯାଇଛି। ଡ୍ରାଗନ ଡ୍ରୋନ କେମିତି ଆଖି ପିଛୁଳାକେ ସବୁ କିଛି ଧ୍ୱଂସ କରି ଦେଉଛି, ତା’ର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଖୋରନେ ଗ୍ରୁପ ନାମ ଗୋଟିଏ ଟେଲିଗ୍ରାମ ଚ୍ୟାନେଲରେ ଘଟଣା ବେଳର ଦୃଶ୍ୟକୁ ଶେୟାର କରାଯାଇଛି। ଏଥିରେ ଆକ୍ରମଣର ତାରିଖ ନାହିଁ। କିନ୍ତୁ ଅଳ୍ପ ଉଚ୍ଚରେ ଉଡ଼ୁଥିବା ୟୁକ୍ରେନର ଡ୍ରାଗନ ଡ୍ରୋନ thermite ବୋମା ମାଡ଼ କରୁଥିବା ଦେଖିବାକୁ ମିଳୁଛି।

ଥେରମାଇଟେ ବୋମା ହେଉଛି ଆଲୁମିନିୟମ ପାଉଡର ଓ ଆଇରନ ଅକ୍ସାଇଡର ମିଶ୍ରଣ। ଏହା ଆଖି ପିଛୁଳାକେ ସବୁ କିଛିକୁ ଜାଳି ଦେବାର କ୍ଷମତା ରଖିଛି। ଏହି ମୋଲଟେନ ମେଟାଲ ଅତି କ୍ଷୀପ୍ର ଗତିରେ ଗଛ, ଲୁହା ଓ ଧାତୁକୁ ପାଉଁସ କରି ଦେଇଥାଏ। ତେଣୁ ୟୁକ୍ରେନ ଏହାକୁ ବ୍ୟବହାର କରି ରୁଷ ଦଖଲରେ ଥିବା ଅଞ୍ଚଳକୁ ଧ୍ୱଂସ କରି ଦେଇଛି। ରୁଷ ସେନାର ଏକାଧିକ ଗାଡ଼ି, ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ଡ୍ରାଗନ ଡ୍ରୋନରେ ନଷ୍ଟ ହୋଇଯାଇଛି।

ୟୁକ୍ରେନର ୬୦ତମ ମେକାନାଇଜଡ ବ୍ରିଗେଡ ଡ୍ରୋନ ଫୁଟେଜକୁ ଶେୟାର କରିଛି ଓ କହିଛି ଯେ ଅନ୍ୟ ଅସ୍ତ୍ରଶସ୍ତ୍ର ଯାହ ସଠିକ ଭାବେ କରି ପାରି ନଥାଏ, ତା’କୁ ଡ୍ରାଗନ ଡ୍ରୋନ କରି ପାରିଛି। ଏହା ଶତ୍ରୁ ପକ୍ଷକୁ ବିପଦରେ ପକାଇଛି। ଏହି ଅସ୍ତ୍ରକୁ ପୂରା ବିଶ୍ୱରେ ସବୁଠାରୁ ବିପଦଜନକ ଅସ୍ତ୍ର ଭାବେ ବିବେଚନା କରାଯାଏ।

୨୦୨୩ରେ ରୁଷ ପକ୍ଷରୁ ୟୁକ୍ରେନର ଭୁହଲେଦାରରେ ଥେରମାଇଟେ ବୋମାର ବ୍ୟବହାର କରାଯାଇଥିଲା। ଟ୍ୟାଙ୍କ ଯୁଦ୍ଧରେ ରୁଷ ହାରିବାରୁ ଏହି ବୋମାର ବ୍ୟବହାର କରିଥିଲା। ଏବେ ୟୁକ୍ରେନ ସମାନ ପଦକ୍ଷେପ ଗ୍ରହଣ କରି ରୁଷ ଦଖଲରେ ଥିବା ଅଞ୍ଚଳରେ ହମଲା କରିଛି।