ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ଟିପ୍ପଣୀ, ମୁଁ ରାଷ୍ଟ୍ରପତି ଥିଲେ ଯୁଦ୍ଧ ହୋଇ ନଥାଆନ୍ତା
ୱାଶିଂଟନ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ୨୦୨୨ ଫେବୃଆରୀରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ତିନି ବର୍ଷ ପୂରିବାକୁ ଯାଉଛି। ହେଲ ଏବେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇପାରି ନାହିଁ କି ଯୁଦ୍ଧରେ ବିରତି ପଡ଼ି ନାହିଁ। ଇତିମଧ୍ୟରେ ଉଭୟ ପକ୍ଷରୁ ବିପୁଳ କ୍ଷତି ସହିତ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଛି। କିନ୍ତୁ ଏବେ ଆଉ ଲୋକଙ୍କୁ ମରିବାକୁ ଦିଆଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଯୁଦ୍ଧ ବନ୍ଦ ପାଇଁ […]

ୱାଶିଂଟନ୍: ରୁଷ ଏବଂ ୟୁକ୍ରେନ ମଧ୍ୟରେ ୨୦୨୨ ଫେବୃଆରୀରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ତିନି ବର୍ଷ ପୂରିବାକୁ ଯାଉଛି। ହେଲ ଏବେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇପାରି ନାହିଁ କି ଯୁଦ୍ଧରେ ବିରତି ପଡ଼ି ନାହିଁ। ଇତିମଧ୍ୟରେ ଉଭୟ ପକ୍ଷରୁ ବିପୁଳ କ୍ଷତି ସହିତ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଛି। କିନ୍ତୁ ଏବେ ଆଉ ଲୋକଙ୍କୁ ମରିବାକୁ ଦିଆଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଯୁଦ୍ଧ ବନ୍ଦ ପାଇଁ ସେ ରୁଷ ରାଷ୍ଟ୍ରପତି ପୁତିନଙ୍କ ସହ ଫୋନରେ ଆଲୋଚନା କରିଥିଲା ବେଳେ ପୁତିନ ଯୁଦ୍ଧ ବନ୍ଦ କରିବା ସପକ୍ଷରେ ରହିଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।
ଟ୍ରମ୍ପ ନ୍ୟୁୟର୍କ ପୋଷ୍ଟକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେବା ଅବସରରେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ଯେତିକି ଲୋକଙ୍କ ମୃତ୍ୟୁ ହୋଇଛି ତାହାକୁ ନେଇ ପୁତିନ ଚିନ୍ତିତ ଅଛନ୍ତି। ଉଭୟ ଦେଶର ବହୁ ଯୁବ ଏବଂ ଛୋଟ ପିଲା ବିନା କାରଣରେ ମୃତ୍ୟୁର ଶିକାର ହୋଇଛନ୍ତି ବୋଲି ସେ ହୃଦୟଙ୍ଗମ କରିଛନ୍ତି। ତେଣୁ ଏବେ ଆଉ ଲୋକଙ୍କୁ ମରଣମୁହଁକୁ ଠେଲି ଦେବା ଉଚିତ ନୁହେଁ ବୋଲି ପୁତିନ ଅନୁଭବ କରିଥିବା ଟ୍ରମ୍ପ କହିଛନ୍ତି। ଏହାଛଡ଼ା ଯୁଦ୍ଧକୁ ନେଇ ଟ୍ରମ୍ପ ବଡ଼ ଟିପ୍ପଣୀ କରିଛନ୍ତି। ଯଦି ୨୦୨୨ରେ ସେ ଆମେରିକାର ରାଷ୍ଟ୍ରପତି ଥାଆନ୍ତେ ତେବେ ଏହି ଯୁଦ୍ଧ କଦାଚିତ ସମ୍ଭବ ହୋଇ ନଥାଆନ୍ତା ବୋଲି କହିଛନ୍ତି। ତେବେ ସାଂପ୍ରତିକ ସ୍ଥିତିରେ ଯୁଦ୍ଧ ବନ୍ଦ କରିବାକୁ ତାଙ୍କ ନିକଟରେ ଦୃଢ ଯୋଜନା ରହିଛି ଏବଂ ପୁତିନଙ୍କ ସହ ତାଙ୍କର ଯେଭଳି ବ୍ୟକ୍ତିଗତ ସମ୍ପର୍କ ରହିଛି ତାହାକୁ ନେଇ ସେ ଯୁଦ୍ଧ ବନ୍ଦ କରିପାରିବେ ବୋଲି କହିଛନ୍ତି। ଏହିକ୍ରମରେ ସେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ତୀବ୍ର ସମାଲୋଚନା କରିବା ସହିତ ତାଙ୍କର ଭୂମିକା ସାରା ଦେଶ ପାଇଁ ନୈରାଶ୍ୟ ସୃଷ୍ଟି କରିଥିଲା ବୋଲି କହିଛନ୍ତି।
ସେହିପରି ଇଯେର ଆଣବିକ କାର୍ଯ୍ୟକ୍ରମକୁ ନେଇ ଟ୍ରମ୍ପ କହିଛନ୍ତି ‘ ଆମେ ଇରାନ ଉପରେ ବୋମା ଆକ୍ରମଣ କରିବାକୁ ଚାହୁଁ ନାହୁଁ। କାରଣ ଏହା ଦ୍ବାରା ଅନେକ ଜୀବନ ଚାଲିଯିବ। ଇରାନବାସୀ ମଧ୍ୟ ଜୀବନକୁ ଭଲ ପାଆନ୍ତି, କେହି ମୃତ୍ୟୁକୁ ଆଲିଙ୍ଗନ କରନ୍ତି ନାହିଁ। ତେବେ ସମସ୍ୟାର ସମାଧାନ ପାଇଁ ବିଳକ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଟ୍ରମ୍ପ କହିଛନ୍ତି।