ରୁଷୀୟ ଆକ୍ରମଣର ଚେତାବନୀ, କିଭରେ ବନ୍ଦ ହେଲା ଆମେରିକା ଦୂତାବାସ

ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆମେରିକା କ୍ଷେପଣାସ୍ତ୍ର ବ୍ୟବହାର କରି ରୁଷ୍ ଉପରେ ଆକ୍ରମଣ କରିଛି ୟୁକ୍ରେନ । ଏହି ଆକ୍ରମଣକୁ ନେଇ ରୁଷ ରାଗି ଯାଇଥିବା ବେଳେ କୁହାଯାଉଛି ଯେ ୟୁକ୍ରେନ ଉପରେ ରୁଷ୍ ଏକ ବଡ଼ ଆକ୍ରମଣ କରିପାରେ । ସେପଟେ ଏହାରି ମଧ୍ୟରେ ୟୁକ୍ରେନ ରାଜଧାନୀ କିଭରେ ଦୂତାବାସ ବନ୍ଦ କରିଦେଇଛି ଆମେରିକା । ଆମେରିକା ଦୂତାବାସ କହିଛି, ରୁଷୀୟ ଏୟାର ଷ୍ଟ୍ରାଇକର ଆଶଙ୍କାକୁ ନେଇ ଗୁରୁତ୍ୱପୂର୍ଣ୍ଣ […] The post ରୁଷୀୟ ଆକ୍ରମଣର ଚେତାବନୀ, କିଭରେ ବନ୍ଦ ହେଲା ଆମେରିକା ଦୂତାବାସ appeared first on KNews Odisha.

ରୁଷୀୟ ଆକ୍ରମଣର ଚେତାବନୀ, କିଭରେ ବନ୍ଦ ହେଲା ଆମେରିକା ଦୂତାବାସ
america

ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆମେରିକା କ୍ଷେପଣାସ୍ତ୍ର ବ୍ୟବହାର କରି ରୁଷ୍ ଉପରେ ଆକ୍ରମଣ କରିଛି ୟୁକ୍ରେନ । ଏହି ଆକ୍ରମଣକୁ ନେଇ ରୁଷ ରାଗି ଯାଇଥିବା ବେଳେ କୁହାଯାଉଛି ଯେ ୟୁକ୍ରେନ ଉପରେ ରୁଷ୍ ଏକ ବଡ଼ ଆକ୍ରମଣ କରିପାରେ । ସେପଟେ ଏହାରି ମଧ୍ୟରେ ୟୁକ୍ରେନ ରାଜଧାନୀ କିଭରେ ଦୂତାବାସ ବନ୍ଦ କରିଦେଇଛି ଆମେରିକା । ଆମେରିକା ଦୂତାବାସ କହିଛି, ରୁଷୀୟ ଏୟାର ଷ୍ଟ୍ରାଇକର ଆଶଙ୍କାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ମିଳିଛି, ଯେଉଁଥିପାଇଁ ସତର୍କତାମୂଳକ ଭାବେ ଦୂତାବାସକୁ ବନ୍ଦ କରି ଦିଆଯାଇଛି ।

ଦୂତାବାସ ନିଜ କର୍ମଚାରୀମାନଙ୍କୁ କୌଣସି ନିରାପଦ ସ୍ଥାନରେ ରହିବାକୁ ନିର୍ଦ୍ଦେଶ ଦେଇଛି । ଏହା ସହିତ ପରାମର୍ଶ ଦେଇଛି କି, କିଭରେ ଥିବା ଆମେରିକୀୟ ନାଗରିକମାନେ ଆଲର୍ଟ ସ୍ଥିତିରେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରସ୍ତୁତ ରୁହନ୍ତୁ ।

ଦିନକ ପୂର୍ବରୁ ରୁଷ୍ କହିଥିଲା ଯେ ବ୍ରାନସ୍କ ଅଞ୍ଚଳରେ ଏକ ଅସ୍ତ୍ର ଗୋଦାମ ଉପରେ ୟୁକ୍ରେନ ଆକ୍ରମଣ କରିଥିଲା । ଏଥିରେ ଆମେରିକା ନିର୍ମିତ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା ।

ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ଏକ ବିବୃତ୍ତିରେ କହିଛି, ରୁଷୀୟ ସେନା ୟୁକ୍ରେନ ଦ୍ୱାରା ନିକ୍ଷେପ କରାଯାଇଥିବା ୫ କ୍ଷେପଣାସ୍ତ୍ରକୁ ଖସାଇ ଦେଇଛି । ଏହା ସହିତ ଅନ୍ୟ ଏକ କ୍ଷେପଣାସ୍ତ୍ରକୁ ଗୁରୁତର ଭାବରେ କ୍ଷତି କରିଛି । ଏକ ସୈନ୍ୟ ପ୍ରତିଷ୍ଠାନ ପରିସରରେ କ୍ଷେପଣାସ୍ତ୍ରର ଖଣ୍ଡଗୁଡ଼ିକ ପଡ଼ିଥିଲା । ଏହା ଖସିବା ପରେ ସେଥିରେ ନିଆଁ ଲାଗିଯାଇଥିଲା । କିନ୍ତୁ କୌଣସି ଧନଜୀବନ ହାନି ହୋଇନାହିଁ ।

କହି ରଖୁଛୁ, ପରମାଣୁ ଅସ୍ତ୍ର ବ୍ୟବହାର ସମ୍ବନ୍ଧିତ ଏକ ନିଷ୍ପତ୍ତିକୁ ଗତକାଲି ଅନୁମୋଦନ କରିଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଯଦି କେହି ଦେଶ କୌଣସି ପରମାଣୁ ଶକ୍ତିଶାଳୀ ଦେଶ ସହ ମିଶି ରୁଷ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରେ, ତେବେ ଏହାକୁ ରୁଷ୍ ବିରୋଧରେ ଯୁଦ୍ଧ ଘୋଷଣା ବୋଲି ଧରାଯିବ ବୋଲି ପୁଟିନ କହିଛନ୍ତି ।

The post ରୁଷୀୟ ଆକ୍ରମଣର ଚେତାବନୀ, କିଭରେ ବନ୍ଦ ହେଲା ଆମେରିକା ଦୂତାବାସ appeared first on KNews Odisha.