‘ରୂପ ଦେଖିବେ ନା ଗୁଣ’, କିଭଳି ବାଛିବେ ନିଜର ଜୀବନସାଥୀ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ମାଧ୍ୟମରେ ନନ୍ଦ ରାଜବଂଶକୁ ପରାସ୍ତ କରି ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ। ସେବେଠାରୁ ତାଙ୍କର ନୀତି ଓ ଜ୍ଞାନକୁ ଲୋକେ ଜୀବନରେ ଗ୍ରହଣ କରି ଆସୁଛନ୍ତି। କାରଣ ଏହା ଜୀବନକୁ ସରଳ ଓ ସହଜ କରିଥାଏ। ଆଜି ଆସନ୍ତୁ ଜାଣିବା ଚାଣକ୍ୟଙ୍କ ଅନୁଯାୟୀ ସ୍ତ୍ରୀ ଚୟନ ସମୟରେ କେଉଁ ବିଷୟ ଧ୍ୟାନ ରଖିବା ଉଚିତ: ୧-ଶାରୀରିକ ଗୁଣ: ଚାଣକ୍ୟ କୁହନ୍ତି, ଜୀବନସାଥୀ ବାଛିବାର ମାପ କେବେ ବି ଶାରୀରିକ […] The post ‘ରୂପ ଦେଖିବେ ନା ଗୁଣ’, କିଭଳି ବାଛିବେ ନିଜର ଜୀବନସାଥୀ… appeared first on Dharitri Odia News.

‘ରୂପ ଦେଖିବେ ନା ଗୁଣ’, କିଭଳି ବାଛିବେ ନିଜର ଜୀବନସାଥୀ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ମାଧ୍ୟମରେ ନନ୍ଦ ରାଜବଂଶକୁ ପରାସ୍ତ କରି ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ। ସେବେଠାରୁ ତାଙ୍କର ନୀତି ଓ ଜ୍ଞାନକୁ ଲୋକେ ଜୀବନରେ ଗ୍ରହଣ କରି ଆସୁଛନ୍ତି। କାରଣ ଏହା ଜୀବନକୁ ସରଳ ଓ ସହଜ କରିଥାଏ।

ଆଜି ଆସନ୍ତୁ ଜାଣିବା ଚାଣକ୍ୟଙ୍କ ଅନୁଯାୟୀ ସ୍ତ୍ରୀ ଚୟନ ସମୟରେ କେଉଁ ବିଷୟ ଧ୍ୟାନ ରଖିବା ଉଚିତ:

୧-ଶାରୀରିକ ଗୁଣ:
ଚାଣକ୍ୟ କୁହନ୍ତି, ଜୀବନସାଥୀ ବାଛିବାର ମାପ କେବେ ବି ଶାରୀରିକ ଆକର୍ଷଣ ହେବା ଉଚିତ ନୁହେଁ। ପ୍ରାୟତଃ ପୁଅମାନେ ମହିଳାଙ୍କ ସୌନ୍ଦର୍ଯ୍ୟକୁ ଦେଖନ୍ତି ଏବଂ ତାଙ୍କ ଗୁଣକୁ ଅଣଦେଖା କରନ୍ତି। ଯେଉଁମାନେ ଏଭଳି କରନ୍ତି ସେମାନେ ବୈବାହିକ ଜୀବନରେ ସର୍ବଦା ଦୁଃଖ ପାଆନ୍ତି।

୨-ସମ୍ଭ୍ରାନ୍ତ ପରିବାରର ଝିଅଙ୍କୁ ବିବାହ କର:
ଚାଣକ୍ୟ କୁହନ୍ତି ଜଣେ ବ୍ୟକ୍ତି ସମ୍ଭ୍ରାନ୍ତ ପରିବାରର ଝିଅକୁ ବିବାହ କରିବା ଉଚିତ। ତାଙ୍କର ରଙ୍ଗ କିଭଳି ଦେଖିବା ଉଚିତ ନୁହେଁ। ରଙ୍ଗ ସ୍ବାଭାବିକ ହୋଇଥିଲେ ହେଁ ତାଙ୍କର ଗୁଣ କିଭଳି ତାହା ଦେଖିବା ଉଚିତ। ସେହିଭଳି ନିମ୍ନ ଜାତିର ଝିଅଙ୍କୁ ତାଙ୍କର ସୌନ୍ଦର୍ଯ୍ୟ ଦେଖି ବିବାହ କରିବା ଅନୁଚିତ। ଏପରି କରିବାକୁ ଭାବୁଥିଲେ ପ୍ରଥମେ ତାଙ୍କ ଗୁଣଗୁଡ଼ିକୁ ଭଲ ଭାବେ ପରୀକ୍ଷା କରିନିଅନ୍ତୁ।

୩-ଧୌର୍ଯ୍ୟବାନ ହୁଅ:
ଚାଣକ୍ୟ କୁହନ୍ତ, ଯେଉଁ ବ୍ୟକ୍ତିଙ୍କର ଧୌର୍ଯ୍ୟ ଅଛି, ସେ ସବୁ ପ୍ରକାର ପରିସ୍ଥିତିକୁ ସମ୍ଭାଳି ପାରିବେ। ଏଣୁ ସବୁବେଳେ ଧୌର୍ଯ୍ୟବାନ ସ୍ତ୍ରୀଙ୍କୁ ବାଛନ୍ତୁ। ବିବାହ ପୂର୍ବରୁ ସ୍ତ୍ରୀଙ୍କ ମଧ୍ୟରେ ଏହି ଗୁଣ ଅଛି କି ନାହିଁ ତାହାକୁ ପରଖି ନିଅନ୍ତୁ। କାରଣ ଏଭଳି ଗୁଣ ଥିବା ମହିଳା କଠିନ ପରିସ୍ଥିତିରେ ଆପଣଙ୍କ ସହ ଛିଡ଼ା ହୋଇଥାନ୍ତି।

୪- ପ୍ରକୃତି କିଭଳି ପରଖି ନିଅନ୍ତୁ:
ଚାଣକ୍ୟଙ୍କ ଅନୁଯାୟୀ, ଜଣେ ନିଜ ପାଇଁ ରାଗି ସ୍ବଭାବର ସ୍ତ୍ରୀ ବାଛିବା ଉଚିତ ନୁହେଁ। କାରଣ କ୍ରୋଧିତ ଲୋକମାନେ ସେମାନଙ୍କ ଆଖପାଖରେ ଥିବା ସୁଖକୁ ଅଣଦେଖା କରନ୍ତି। ରାଗି ଝିଅଙ୍କୁ ବିବାହ କଲେ ସୁଖୀ ଜୀବନ କଳ୍ପନା କରିବା ବୃଥା ଅଟେ। ସଫଳ ଦାମ୍ପତ୍ୟ ଜୀବନ ପାଇଁ ଜୀବନସାଥୀ ଶାନ୍ତ ସ୍ବଭାବର ହେବା ଉଚିତ ବୋଲି ସେ କହିଛନ୍ତି।
୫-ସଂସ୍କାର:
ଚାଣକ୍ୟ କୁହନ୍ତି, ଜୀବନସାଥୀ ସଂସ୍କାରୀ ହେବା ଆବଶ୍ୟକ। ଏହାଛଡ଼ା ନିଜ ଧର୍ମ ବିଷୟରେ ତାଙ୍କର ଜ୍ଞାନ ଥିବା ଜରୁରୀ।

The post ‘ରୂପ ଦେଖିବେ ନା ଗୁଣ’, କିଭଳି ବାଛିବେ ନିଜର ଜୀବନସାଥୀ… appeared first on Dharitri Odia News.