ରେଇ ସିଣ୍ଡ୍ରୋମ୍
ଏହା ଏକ ପ୍ରକାର ବିରଳ ଭାଇରାଲ ରୋଗ,ଯାହା ବିଷୟରେ ଖୁବ କମ ଲୋକ ଜାଣିଥାଆନ୍ତି । ଏହି ରୋଗ ବିଶେଷ କରି ୫ ରୁ ୧୫ ବର୍ଷର ପିଲାଙ୍କ ଠାରେ ଦେଖାଯାଏ I ଯେଉଁ ପିଲାମାନେ କୌଣସି ପ୍ରକାର ଭାଇରାଲ ଇନଫେକ୍ସନରେ ପୀଡିତ ଥାଇ ଭଲ ହୋଇଥିବେ ସେହି ମାନଙ୍କ ଠାରେ ଏହି ଲକ୍ଷଣ ଦେଖାଯାଏ Iଏହାର ସମ୍ପର୍କ ହାଡଫୁଟି ଓ ମିଳିମିଳା ସହିତ ରହିଛି ବୋଲି ବିଭିନ୍ନ ରିପୋର୍ଟରେ ଦର୍ଶାଯାଇଛି । ତେଣୁ ଯଦି ଆପଣଙ୍କ […]

ଏହା ଏକ ପ୍ରକାର ବିରଳ ଭାଇରାଲ ରୋଗ,ଯାହା ବିଷୟରେ ଖୁବ କମ ଲୋକ ଜାଣିଥାଆନ୍ତି । ଏହି ରୋଗ ବିଶେଷ କରି ୫ ରୁ ୧୫ ବର୍ଷର ପିଲାଙ୍କ ଠାରେ ଦେଖାଯାଏ I ଯେଉଁ ପିଲାମାନେ କୌଣସି ପ୍ରକାର ଭାଇରାଲ ଇନଫେକ୍ସନରେ ପୀଡିତ ଥାଇ ଭଲ ହୋଇଥିବେ ସେହି ମାନଙ୍କ ଠାରେ ଏହି ଲକ୍ଷଣ ଦେଖାଯାଏ Iଏହାର ସମ୍ପର୍କ ହାଡଫୁଟି ଓ ମିଳିମିଳା ସହିତ ରହିଛି ବୋଲି ବିଭିନ୍ନ ରିପୋର୍ଟରେ ଦର୍ଶାଯାଇଛି । ତେଣୁ ଯଦି ଆପଣଙ୍କ ପିଲା ମିଳିମିଳା କିମ୍ବା ହାଡଫୁଟିରେ ପୀଡିତ ହୋଇଛି ତେବେ ଆପଣ ଡାକ୍ତରଙ୍କ ସହିତ ଏହି ସିଣ୍ଡ୍ରୋମ୍ ସମ୍ପର୍କରେ ମଧ୍ୟ ଆଲୋଚନା କରନ୍ତୁ I ଏହି ସମସ୍ୟା ହେବା ଫଳରେ ରୋଗୀର ବ୍ରେନ୍ ଓ ଲିଭର ଫୁଲି ଯାଇଥାଏ ।ଏହାର ଲକ୍ଷଣ ଜାଣି ଶୀଘ୍ର ଉପଚାର କରାଇପାରିଲେ ପିଲାଙ୍କ ଜୀବନପ୍ରତି ଥିବା ବିପଦ ଟଳିପାରେ । ୨ ବର୍ଷରୁ କମ ଶିଶୁଙ୍କ ପାଖରେ ଏହି ରୋଗର ଲକ୍ଷଣ ଭାବେ ଡାଇରିଆ ଓ ନିଶ୍ୱାସରେ ଅସୁବିଧା ଦେଖିବାକୁ ମିଳିଥାଏ । ସେହିଭଳି ବଡ ପିଲାଙ୍କ ନିକଟରେ ଦୁର୍ବଳ ଲାଗିବା, ବାନ୍ତି (ଯାହା ଅନେକ ସମୟ ପର୍ଯ୍ୟନ୍ତ ଲାଗିରହିଥାଏ) ଆଦି ଦେଖିବାକୁ ମିଳିଥାଏ । ସେହିଭଳି ଅନ୍ୟ ଲକ୍ଷଣ ମଧ୍ୟରେ ପିଲାଙ୍କର ବ୍ୟବହାର ହଠାତ୍ ବଦଳିଥାଏ । ସେମାନେ ଚିଡ୍ଚିଡ୍ ହେବା ସହିତ ଧୀରେଧୀରେ ଦୁର୍ବଳ ହୋଇଯାଆନ୍ତି । ଲଗାତାର ମୁଣ୍ଡ ବିନ୍ଧିବା ଆଦି । ଯଦି ଏଭଳି କୌଣସି ଲକ୍ଷଣ ପିଲା ପାଖରେ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହା ପିଲାପାଇଁ ବିଶେଷ କ୍ଷତିକାରକ ସାବସ୍ତ୍ୟ ହୋଇପାରେ । ପିଲାଙ୍କୁ ବାହାରକୁ ଛାଡିବାବେଳେ ସର୍ତକତା ଅବଲମ୍ବନ କରନ୍ତୁ । ପିଲା କଣ ଖାଉଛନ୍ତି, କିଭଳି ପରିବେଶରେ ବୁଲୁଛନ୍ତି, ସେ ନେଇ ସର୍ତକ ହୁଅନ୍ତୁ ।