ରେକର୍ଡ କଲା ସ୍ତ୍ରୀ 2; କଲକି 2898 ଏଡି ଓ ଫାଇଟରକୁ ବି ପଛରେ ପକାଇଲା

ରିଲିଜର ଫାଷ୍ଟ ଡେ କଲେକ୍ସନ ଚଳିତ ବର୍ଷର ବହୁ ନାମି ଦାମୀ ସିନେମାକୁ ପଛରେ ପକାଇ ଦେଇଛି।

ରେକର୍ଡ କଲା ସ୍ତ୍ରୀ 2; କଲକି 2898 ଏଡି ଓ ଫାଇଟରକୁ ବି ପଛରେ ପକାଇଲା

ବକ୍ସ ଅଫିସରେ ଧୂମ୍ ମଚାଉଛି ଅମର କୌଶିକଙ୍କ ସିକ୍ୱେଲ ସିନେମା ସ୍ତ୍ରୀ 2। ରିଲିଜର ଫାଷ୍ଟ ଡେ କଲେକ୍ସନ ଚଳିତ ବର୍ଷର ବହୁ ନାମି ଦାମୀ ସିନେମାକୁ ପଛରେ ପକାଇ ଦେଇଛି। ଓପନିଂ ଡେରେ ସ୍ତ୍ରୀ 2 ଆୟ କରିଛି 54.35 କୋଟି ଟଙ୍କା।

ସ୍ୱାଧୀନତା ଦିବସରେ ମୁକ୍ତିଲାଭ କରିଥିବା ଏହି ସିନେମା କେବଳ ଆଶାଠାରୁ ଅଧିକ ଆୟ କରି ନୁହେଁ, ବରଂ ବର୍ଷର ସବୁଠାରୁ ବଡ ଓପନର୍ ହୋଇପାରିଛି।

Sacnilk.com ଅନୁଯାୟୀ, ବୁଧବାର (14 ଅଗଷ୍ଟ) ରେ ସ୍ୱତନ୍ତ୍ର ଉଦଘାଟନୀ ପ୍ରିମିୟର୍ ସମୟରେ ଏହି ଫିଲ୍ମ 8 କୋଟି ଟଙ୍କା ଆୟ କରିଥିଲା। ଏହା ପରେ ଅଫିସିଆଲ୍ ରିଲିଜ୍ ଦିନରେ 46 କୋଟି ଟଙ୍କା ଆୟ କରିଛି, ଯାହା ସର୍ବ ମୋଟ 54.35 କୋଟି ଟଙ୍କାରେ ପହଞ୍ଚିଛି। ଏହି ଆୟ ସହ ରେକର୍ଡ ସୃଷ୍ଟି କରିଛି ସ୍ତ୍ରୀ 2। କାରଣ ଚଳିତ ବର୍ଷ ରିଲିଜ୍ ହୋଇଥିବା ବଡ଼ ବଜେଟ ସିନେମା କଲ୍କି 2898 ଏଡି ଏବଂ ଫାଇଟରର ପ୍ରଥମ ଦିନ ଆୟକୁ ଟପି ଯାଇଛି। 

ସ୍ତ୍ରୀ2ର ଆୟକୁ ନେଇ ଚର୍ଚ୍ଚା ହେବାକୁ ଆହୁରି ମଧ୍ୟ କାରଣ ରହିଛି। କାରଣ ରିଲିଜର ପ୍ରଥମ ଦିନରେ ଅକ୍ଷୟ କୁମାର ଏବଂ ତାପସୀ ପନ୍ନୁଙ୍କ ଫିଲ୍ମ ଖେଲ ଖେଲ ମେଁ ଏବଂ ଜନ୍ ଅବ୍ରାହମଙ୍କ ଫିଲ୍ମ ବେଦାକୁ କଡ଼ା ଟକ୍କର ଦେଇଥିଲା ସ୍ତ୍ରୀ 2।

ଯଦି ସିନେମା କଥା କହିବା, ତେବେ 2018ରେ ରିଲିଜ୍ ହୋଇଥିବା ସ୍ତ୍ରୀର ସିକ୍ୱେଲ ହେଉଛି ସ୍ତ୍ରୀ 2। ମୁଖ୍ୟ ଭୂମିକାରେ ଥିବା ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓ ପୂର୍ବ କାହାଣୀର ଚରିତ୍ରରେ ନଜର ଆସିଛନ୍ତି। ସିନେମାର ଏକ ଗୀତରେ ବରୁଣ ଧାବନଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଶ୍ରଦ୍ଧା ଓ ରାଜକୁମାର ରାଓଙ୍କ ବ୍ୟତୀତ ଅପାରଶକ୍ତି ଖୁରାନା, ଅଭିଷେକ ବାନାର୍ଜୀ ଏବଂ ପଙ୍କଜ ତ୍ରିପାଠୀ ନଜର ଆସିଛନ୍ତି।