ରେକର୍ଡ ଭାଙ୍ଗୁଛି ସୁନା ଦର : ୧୦ ଗ୍ରାମକୁ ୭୩ ହଜାର କଲା ଅତିକ୍ରମ

ପୁଣି ବଢିଲା ସୁନାଦର । ୧୦ ଗ୍ରାମ ପ୍ରତି ୭୩ ହଜାର ଟଙ୍କା ଅତିକ୍ରମ କରିଛି । ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୩ ହଜାର ୩୧୦ ଟଙ୍କା ହୋଇଛି । ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୭ହଜାର ୨୦୦ଟଙ୍କା । ମାତ୍ର ଗୋଟିଏ ଦିନରେ ସୁନା ମୂଲ୍ୟ ହଜାର ଟଙ୍କା ବଢିଛି । ବିଶ୍ଵ ବଜାରରେ ଲାଗି ରହିଥିବା ଅସ୍ଥିରତାର ପ୍ରଭାଵରୁ ବଢ଼ି ଚାଲିଛି ସୁନା […] The post ରେକର୍ଡ ଭାଙ୍ଗୁଛି ସୁନା ଦର : ୧୦ ଗ୍ରାମକୁ ୭୩ ହଜାର କଲା ଅତିକ୍ରମ appeared first on KNews Odisha.

ରେକର୍ଡ ଭାଙ୍ଗୁଛି ସୁନା ଦର : ୧୦ ଗ୍ରାମକୁ ୭୩ ହଜାର କଲା ଅତିକ୍ରମ
gold

ପୁଣି ବଢିଲା ସୁନାଦର । ୧୦ ଗ୍ରାମ ପ୍ରତି ୭୩ ହଜାର ଟଙ୍କା ଅତିକ୍ରମ କରିଛି । ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୩ ହଜାର ୩୧୦ ଟଙ୍କା ହୋଇଛି । ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୭ହଜାର ୨୦୦ଟଙ୍କା । ମାତ୍ର ଗୋଟିଏ ଦିନରେ ସୁନା ମୂଲ୍ୟ ହଜାର ଟଙ୍କା ବଢିଛି । ବିଶ୍ଵ ବଜାରରେ ଲାଗି ରହିଥିବା ଅସ୍ଥିରତାର ପ୍ରଭାଵରୁ ବଢ଼ି ଚାଲିଛି ସୁନା ଦର। ଅନ୍ୟ ପଟେ ଡଲାରା ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ହୋଇଥିବାରୁ ଦର ବୃଦ୍ଧି ପାଉଥିବା କୁହାଯାଉଛି। ସେହିପରି ଓଡ଼ିଶାରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୭,୨୧୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୩ ହଜାର ୨୩୦ ହୋଇଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୭,୨୧୦ ଟଙ୍କା ଓ ୭୩,୩୨୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୭,୨୧୦ ଟଙ୍କା ଓ ୭୩,୪୭୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୮,୦୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୪,୨୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୭,୨୧୦ ଟଙ୍କା ଓ ୭୨,୨୩୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର ମଧ୍ୟ ବୃଦ୍ଧି ହୋଇ କେଜି ପ୍ରତି ୮୬ ହଜାର ୩୦୦ ଟଙ୍କା ହୋଇଛି । ଗତ ୬ ମାସରେ ଏହା ୧୩ ହଜାର ଟଙ୍କାରୁ ଅଧିକ ମହଙ୍ଗା ହୋଇଗଲାଣି ।

The post ରେକର୍ଡ ଭାଙ୍ଗୁଛି ସୁନା ଦର : ୧୦ ଗ୍ରାମକୁ ୭୩ ହଜାର କଲା ଅତିକ୍ରମ appeared first on KNews Odisha.