ରେଖା ଗୁପ୍ତା ସରକାରଙ୍କୁ ମିଳିଲା CMଙ୍କ ଅଫିସିଆଲ X ହ୍ୟାଣ୍ଡଲ

ନୂଆଦିଲ୍ଲୀ ୧୩।୩: ଦିଲ୍ଲୀ ସରକାରଙ୍କ ଅଧିକାରୀକ ‘ଏକ୍ସ’ ହ୍ୟାଣ୍ଡଲ@CMODelhi ୧୩ ମାର୍ଚ୍ଚ ଗୁରୁବାର ଆକ୍ଟିଭ ହୋଇଛି ଓ ଏହାକୁ ଏବେକା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସରକାରଙ୍କୁ ସମର୍ପି ଦିଆଯାଇଛି। ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟମନ୍ତ୍ରୀ ଆତିଶୀ ଏହାକୁ ବଦଳାଇ ‘ଅରବିନ୍ଦ କେଜରିୱାଲ ଆଟ ୱାର୍କ’ କରିଦେଇଥିଲେ। ବିଜେପି ଏହା ଉପରେ ଆପତ୍ତି କରିବା ସହିତ ଏହାକୁ ସରକାରୀ ଡିଜିଟାଲ ସମ୍ପତ୍ତି ଚୋରି ବୋଲି କହିଥିଲା। ଏହି ବିବାଦ ପରେ ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ଏକ୍ସ ଏହି ଆକାଉଣ୍ଟକୁ ଅସ୍ଥାୟୀ ରୂପେ ବ୍ଲକ କରିଦେଇଥିଲା। ହେଲେ ଏବେ ଏହାକୁ ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀକ ହ୍ୟାଣ୍ଡଲ ରୂପେ ମାନ୍ୟତା ଦେଇଛି। ଯେତେବେଳେ ଦିଲ୍ଲୀରେ ଆପ ସରକାର ଥିଲା ସେତେବେଳେ  @CMODelhi ନାମକ ଅଧିକାରୀକ ଏକ୍ସ ହ୍ୟାଣ୍ଡଲକୁ ସରକାରୀ ଯୋଜନା ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ କାର୍ଯ୍ୟକୁ ସେୟାର କରିବା ପାଇଁ ବ୍ୟବହାର କରାଯାଉଥିଲା। हम दिल्लीवासियों को सूचित करना चाहते हैं कि पूर्ववर्ती सरकार ने @CMODelhi हैंडल सही तरीके से नहीं सौंपा था। एक्स के नियमों के तहत अब यह हैंडल मुख्यमंत्री कार्यालय के नियंत्रण में आ गया है। अब यहां से मुख्यमंत्री कार्यालय की जरूरी जानकारी साझा की जाएगी।धन्यवाद।— CMO Delhi (@CMODelhi) Marc

ରେଖା ଗୁପ୍ତା ସରକାରଙ୍କୁ ମିଳିଲା CMଙ୍କ ଅଫିସିଆଲ X ହ୍ୟାଣ୍ଡଲ

ନୂଆଦିଲ୍ଲୀ ୧୩।୩: ଦିଲ୍ଲୀ ସରକାରଙ୍କ ଅଧିକାରୀକ ‘ଏକ୍ସ’ ହ୍ୟାଣ୍ଡଲ@CMODelhi ୧୩ ମାର୍ଚ୍ଚ ଗୁରୁବାର ଆକ୍ଟିଭ ହୋଇଛି ଓ ଏହାକୁ ଏବେକା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସରକାରଙ୍କୁ ସମର୍ପି ଦିଆଯାଇଛି। ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି (ଆପ) ମୁଖ୍ୟମନ୍ତ୍ରୀ ଆତିଶୀ ଏହାକୁ ବଦଳାଇ ‘ଅରବିନ୍ଦ କେଜରିୱାଲ ଆଟ ୱାର୍କ’ କରିଦେଇଥିଲେ। ବିଜେପି ଏହା ଉପରେ ଆପତ୍ତି କରିବା ସହିତ ଏହାକୁ ସରକାରୀ ଡିଜିଟାଲ ସମ୍ପତ୍ତି ଚୋରି ବୋଲି କହିଥିଲା। 

ଏହି ବିବାଦ ପରେ ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ଏକ୍ସ ଏହି ଆକାଉଣ୍ଟକୁ ଅସ୍ଥାୟୀ ରୂପେ ବ୍ଲକ କରିଦେଇଥିଲା। ହେଲେ ଏବେ ଏହାକୁ ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀକ ହ୍ୟାଣ୍ଡଲ ରୂପେ ମାନ୍ୟତା ଦେଇଛି। ଯେତେବେଳେ ଦିଲ୍ଲୀରେ ଆପ ସରକାର ଥିଲା ସେତେବେଳେ  @CMODelhi ନାମକ ଅଧିକାରୀକ ଏକ୍ସ ହ୍ୟାଣ୍ଡଲକୁ ସରକାରୀ ଯୋଜନା ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ କାର୍ଯ୍ୟକୁ ସେୟାର କରିବା ପାଇଁ ବ୍ୟବହାର କରାଯାଉଥିଲା। 


ଗତ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ଆପ କ୍ଷମତାରୁ ହଟି ଯାଇଥିଲା। ସେତେବେଳେ ଏହି ହ୍ୟାଣ୍ଡଲ ଅଚାନକ ବଦଳି ‘ଅରବିନ୍ଦ କେଜରିୱାଲ ଆଟ ୱାର୍କ’ ନାମରେ ଚାଲିବା ଆରମ୍ଭ କରିଥିଲା। ଏହା ଉପରେ ବିଜେପି କଡ଼ା ପ୍ରତିକ୍ରିୟା ଦେଇଥିଲା ଓ କହିଥିଲା ଆମ ଆଦମୀ ପାର୍ଟି ଓ ଏହାର ଡିଜିଟାଲ ଟିମ୍ ଦିଲ୍ଲୀ ସରକାରଙ୍କ ସମ୍ପତ୍ତିକୁ ବ୍ୟକ୍ତିଗତ ବ୍ୟବହାର ପାଇଁ ନେଇ ଯାଇଛନ୍ତି। ତେବେ ବିଜେପିର ଅଭିଯୋଗ ପରେ ଏକ୍ସ ଏହି ଆକାଉଣ୍ଟ ଅସ୍ଥାୟୀ ରୂପେ ବ୍ଲକ କରି ଏହାର ସମୀକ୍ଷା କରିଥିଲା। ପରେ ଏକ୍ସ ଏହାକୁ ପୁଣି ଥରେ ଦିଲ୍ଲୀ ସରକାରଙ୍କୁ ଦେଇଛି। ଏବେ ଏହା ଅଧିକାରୀକ ରୂପେ ରେଖା ଗୁପ୍ତା ସରକାରଙ୍କ ପାଇଁ କାମ କରିବ। 


ଏବେ @CMODelhi ହ୍ୟାଣ୍ଡେଲର ଉପଯୋଗ ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନୀତି, ଘୋଷଣା ଓ ଦିଲ୍ଲୀ ସରକାରଙ୍କ ଯୋଜନା ଜନତାଙ୍କ ନିକଟକୁ ପହଞ୍ଚାଇବା ନିମନ୍ତେ କରାଯିବ। ମୁଖ୍ୟମନ୍ତ୍ରୀଙ୍କୁ ଏକ୍ସ ହ୍ୟାଣ୍ଡେଲ ମିଳିବା ପରେ ଏଥିରେ ପ୍ରଥମ ଟ୍ୱିଟ୍ ମଧ୍ୟ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରଙ୍କ ସମସ୍ତ ଜରୁରି ସୂଚନା ଜାରି କରାଯିବ ବୋଲି ଉଲ୍ଲେଖ କରାଯାଇଛି।