ରେଖା ଗୁପ୍ତା ହେଲେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ: ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁରେ ବାଜିଲା ମୋହର

କନକ ବ୍ୟୁରୋ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା । ଘୋଷଣା ହେଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ । ଦିଲ୍ଲୀ ବିଜେପି ବିଧାୟକ ଦଳର ବୈଠକରେ ରେଖା ଗୁପ୍ତାଙ୍କ ନାଁରେ ମୋହର । ନାଁ ଘୋଷଣା କଲେ ପର୍ୟ୍ୟବେକ୍ଷକ ଦଳ । ସାଲିମାରବାଗରୁ ବିଧାୟିକା ଅଛନ୍ତି ରେଖା ଗୁପ୍ତା । ଦିଲ୍ଲୀ ବିଜେପିର ସେ ମହାସଚିବ ଅଛନ୍ତି । ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷା ଅଛନ୍ତି ରେଖା । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ କାଲି ରାମଲୀଳା ମୈଦାନରେ ହେବ । ତାଙ୍କ ନାଁ ସିଏମ ରେସର ସବୁଠାରୁ ଆଗରେ ରହିଥିଲା ।  ରେଖା ଗୁପ୍ତା ବିଧାନସଭା ନିର୍ବାଚନରେ ସାଲିମାର ବାଗ ନିର୍ବାଚନ ମଣ୍ଡଳୀରେ ଆମ ଆଦମୀ ପାର୍ଟି ପ୍ରାର୍ଥୀଙ୍କୁ ପାଖାପାଖି ୩୦ ହଜାର ଭୋଟରେ ପରାସ୍ତ କରିଥିଲେ । ସେ ଦିଲ୍ଲୀ ନଗର ନିଗମରେ ୩ ଥର କାଉନସିଲର ରହିଥିଲେ । ତାଙ୍କର ଆରଏସଏସ ସହ ଭଲ ସମ୍ପର୍କ ମଧ୍ୟ ରହିଛି । ଛାତ୍ର ଜୀବନରୁ ରେଖା ଗୁପ୍ତା ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ଆଉ ବିଜେପି ସହ ଯୋଡି ହୋଇଥିଲେ । 

ରେଖା ଗୁପ୍ତା ହେଲେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ: ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁରେ ବାଜିଲା ମୋହର

କନକ ବ୍ୟୁରୋ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା । ଘୋଷଣା ହେଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ । ଦିଲ୍ଲୀ ବିଜେପି ବିଧାୟକ ଦଳର ବୈଠକରେ ରେଖା ଗୁପ୍ତାଙ୍କ ନାଁରେ ମୋହର । ନାଁ ଘୋଷଣା କଲେ ପର୍ୟ୍ୟବେକ୍ଷକ ଦଳ । ସାଲିମାରବାଗରୁ ବିଧାୟିକା ଅଛନ୍ତି ରେଖା ଗୁପ୍ତା । ଦିଲ୍ଲୀ ବିଜେପିର ସେ ମହାସଚିବ ଅଛନ୍ତି । ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷା ଅଛନ୍ତି ରେଖା । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ କାଲି ରାମଲୀଳା ମୈଦାନରେ ହେବ । ତାଙ୍କ ନାଁ ସିଏମ ରେସର ସବୁଠାରୁ ଆଗରେ ରହିଥିଲା । 

ରେଖା ଗୁପ୍ତା ବିଧାନସଭା ନିର୍ବାଚନରେ ସାଲିମାର ବାଗ ନିର୍ବାଚନ ମଣ୍ଡଳୀରେ ଆମ ଆଦମୀ ପାର୍ଟି ପ୍ରାର୍ଥୀଙ୍କୁ ପାଖାପାଖି ୩୦ ହଜାର ଭୋଟରେ ପରାସ୍ତ କରିଥିଲେ । ସେ ଦିଲ୍ଲୀ ନଗର ନିଗମରେ ୩ ଥର କାଉନସିଲର ରହିଥିଲେ । ତାଙ୍କର ଆରଏସଏସ ସହ ଭଲ ସମ୍ପର୍କ ମଧ୍ୟ ରହିଛି । ଛାତ୍ର ଜୀବନରୁ ରେଖା ଗୁପ୍ତା ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ଆଉ ବିଜେପି ସହ ଯୋଡି ହୋଇଥିଲେ ।