ରେଖା ଥିଲେ ପ୍ରଥମ ପସନ୍ଦ
ନିକଟରେ ରିଲିଜ୍ ହୋଇଛି ସଞ୍ଜୟ ଲିଲା ଭଂସାଲୀଙ୍କର ୱେବ୍ ସିରିଜ୍ ହୀରାମଣ୍ଡି । ଯାହା ବର୍ତ୍ତମାନ ନିଜ ଷ୍ଟାରକାଷ୍ଟ ଓ କାହାଣୀ ପାଇଁ ପ୍ରଶଂସା ସାଉଁଟିବାରେ ଲାଗିଛି । ତେବେ ଏହାର ଷ୍ଟାରକାଷ୍ଟ ପାଇଁ ପ୍ରଥମ ପସନ୍ଦ ନେଇ କଥା ହୋଇଛନ୍ତି ଏହାର ନିର୍ମାତା ସଞ୍ଜୟ ଲିଲାଭଂସାଲୀ । ପ୍ରଥମରୁ ହୀରାମଣ୍ଡି ପାଇଁ ତାଙ୍କର ପସନ୍ଦ ରେଖା ଥିବା ସେ ପ୍ରକାଶ କରିଛନ୍ତି । ସେ ରେଖା, କରୀନା ଓ ରାଣୀ ମୁଖାର୍ଜୀଙ୍କୁ ଏହି ସିରିଜ୍ରେ କାଷ୍ଟ […]

ନିକଟରେ ରିଲିଜ୍ ହୋଇଛି ସଞ୍ଜୟ ଲିଲା ଭଂସାଲୀଙ୍କର ୱେବ୍ ସିରିଜ୍ ହୀରାମଣ୍ଡି । ଯାହା ବର୍ତ୍ତମାନ ନିଜ ଷ୍ଟାରକାଷ୍ଟ ଓ କାହାଣୀ ପାଇଁ ପ୍ରଶଂସା ସାଉଁଟିବାରେ ଲାଗିଛି । ତେବେ ଏହାର ଷ୍ଟାରକାଷ୍ଟ ପାଇଁ ପ୍ରଥମ ପସନ୍ଦ ନେଇ କଥା ହୋଇଛନ୍ତି ଏହାର ନିର୍ମାତା ସଞ୍ଜୟ ଲିଲାଭଂସାଲୀ । ପ୍ରଥମରୁ ହୀରାମଣ୍ଡି ପାଇଁ ତାଙ୍କର ପସନ୍ଦ ରେଖା ଥିବା ସେ ପ୍ରକାଶ କରିଛନ୍ତି । ସେ ରେଖା, କରୀନା ଓ ରାଣୀ ମୁଖାର୍ଜୀଙ୍କୁ ଏହି ସିରିଜ୍ରେ କାଷ୍ଟ କରିବାକୁ ଯୋଜନା କରିଥିଲେ । ତେବେ ସେ ଏହା ପାଖାପାଖି ୧୮ ବର୍ଷ ପୂର୍ବେ ଭାବିଥିଲେ । ହେଲେ ପରେ ଏହା ପରିବର୍ତ୍ତନ ହୋଇଥିଲା । ତେବେ ଥରେ କିମ୍ବା ଦୁଇଥର ନୁହେଁ ସେ ଏହି କାଷ୍ଟକୁ ଚୟନ କରିବା ଆଗରୁ ଅନେକ ଥର ନିଜ ପସନ୍ଦ ପରିବର୍ତ୍ତନ କରିଛନ୍ତି । ଶେଷରେ ମନୀଷା କୋଇରାଲା, ସୋନାକ୍ଷୀ ସିହ୍ନା, ତନିଷା, ରିଚା ଚଢା ଆଦିଙ୍କୁ ସେ ଏଥିରେ ସାମିଲ କରିଥିଲେ । ବର୍ତ୍ତମାନ େୱବସିରିଜ୍କୁ ଦର୍ଶକଙ୍କ ଠାରୁ ଖୁବ ଭଲ ପାଇବା ମିଳୁଛି । ଏହାର ସେଟ୍ ଓ ଚରିତ୍ରଙ୍କ ୟୁନିକ୍ ଗେଟ୍ଅପକୁ ନେଇ ଖୁବ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି ।