ରେଙ୍ଗାଲବେଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରତିଭା ଉତ୍ସବ ପାଳିତ

ସମ୍ବଲପୁର: ଜମନକିରା ବ୍ଲକ ଅନ୍ତର୍ଗତ ଭୋଜପୁର ରେଙ୍ଗଲବେଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ପ୍ରଧାନ ଶିକ୍ଷକ ସୁପ୍ରଭା ମହାନ୍ତିଙ୍କ ସଭାପତିତ୍ବରେ ପ୍ରତିଭା ଉତ୍ସବ ପାଳିତ ହୋଇ ଯାଇଛି ।ଏଥିରେ ଶିକ୍ଷାବିତ୍ ଓ ସମାଜସେବୀ ସୁବାସ ଚଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃତି ପ୍ରତିଯୋଗୀ ଙ୍କୁ ମାନପତ୍ର ଓ ମେଡାଲ ଦେଇ ସମ୍ମାନିତ କରିଥିଲେ ।ସେ ତାଙ୍କ ଭାଷଣରେ ଛାତ୍ର,ଛାତ୍ରୀ ଙ୍କ ଅନ୍ତର୍ନିହିତ ପ୍ରତିଭା ଉନମୋଚ ନ […] The post ରେଙ୍ଗାଲବେଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରତିଭା ଉତ୍ସବ ପାଳିତ appeared first on Odisha.News.

ରେଙ୍ଗାଲବେଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରତିଭା ଉତ୍ସବ ପାଳିତ

ସମ୍ବଲପୁର: ଜମନକିରା ବ୍ଲକ ଅନ୍ତର୍ଗତ ଭୋଜପୁର ରେଙ୍ଗଲବେଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ପ୍ରଧାନ ଶିକ୍ଷକ ସୁପ୍ରଭା ମହାନ୍ତିଙ୍କ ସଭାପତିତ୍ବରେ ପ୍ରତିଭା ଉତ୍ସବ ପାଳିତ ହୋଇ ଯାଇଛି ।ଏଥିରେ ଶିକ୍ଷାବିତ୍ ଓ ସମାଜସେବୀ ସୁବାସ ଚଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃତି ପ୍ରତିଯୋଗୀ ଙ୍କୁ ମାନପତ୍ର ଓ ମେଡାଲ ଦେଇ ସମ୍ମାନିତ କରିଥିଲେ ।ସେ ତାଙ୍କ ଭାଷଣରେ ଛାତ୍ର,ଛାତ୍ରୀ ଙ୍କ ଅନ୍ତର୍ନିହିତ ପ୍ରତିଭା ଉନମୋଚ ନ ବିନା ଦେଶର ଉନ୍ନତି ଅସମ୍ଭବ ବୋଲି କହିଥିଲେ ।ପ୍ରାରମ୍ଭରେ ଛାତ୍ରୀ ଗଣ ସ୍ଵାଗତ ସଙ୍ଗୀତ ଗାନ କରିଥିବା ବେଳେ ସହକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ସ୍ଵାଗତ ବକ୍ତବ୍ୟ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଭିଯାନ ର ସଂଯୋଜକ ରମେଶ କିଶାନ ଅନୁଷ୍ଠାନ ର ବିବରଣୀ ପଠନ କରିଥିଲେ । ବରିଷ୍ଠ ଶିକ୍ଷକ ଉପାସନା ସ୍ୱାଇଁ ଭାଷଣ ଦେଇ ପ୍ରତିଭା ବିକାଶ ର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମ କୁ ପ୍ରକାଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଅକ୍ଷୟ ନାଏକ, ସପ୍ତ ଶିଖା ଜହ୍ନର,ଚାରୁଲତା ମାଝୀ, ଚତୃ ଭୂଜ ସାହୁ, ମୋନାଲିସା ମିଶ୍ର ପ୍ରମୁଖ ସହଯୋଗ କରିଥିଲା ।ଶେଷରେ ଉପାସନା ଦେବୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

The post ରେଙ୍ଗାଲବେଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରତିଭା ଉତ୍ସବ ପାଳିତ appeared first on Odisha.News.