ରେଡ୍ କାର୍ଡ ଓ ୧୦ ଖେଳାଳି...ଶ୍ରୀଜେଶଙ୍କ କମାଲ, ଇଂରେଜଙ୍କୁ ଏମିତି ଧୋଇଲା ଭାରତ

ପ୍ୟାରିସ: ଭାରତୀୟ ପୁରୁଷ ହକି ଦଳ ଚମତ୍କାର ପ୍ରଦର୍ଶନ କରି ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ଆଜି ଖେଳା ଯାଇଥିବା କ୍ଵାର୍ଟର ଫାଇନାଲ୍‌ରେ ଭାରତ ପ୍ରତିପକ୍ଷ ଗ୍ରେଟ ବ୍ରିଟେନକୁ ସୁଟଆଉଟ୍‌ରେ ୪-୨ରେ ହରାଇଛି। ନିର୍ଦ୍ଧାରିତ ୬୦ ମିନିଟ୍ ଖେଳରେ ମ୍ୟାଚ୍ ୧-୧ରେ ବରାବର ହେବାରୁ ସୁଟଆଉଟର ସହାୟତା ନିଆଯାଇଥିଲା। ଏଥିରେ ଗୋଲକିପର ପିଆର ଶ୍ରୀଜେଶ ଦୁଇଟି ଗୋଲ୍ ବଞ୍ଚାଇ ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏବେ ଭାରତ ସେମିରେ ନେଦରଲାଣ୍ଡ  ଓ ଜର୍ମାନୀ ମଧ୍ୟରେ ଖେଳା ଯିବାକୁ ଥିବା ମ୍ୟାଚ୍‌ର ବିଜେତାକୁ ଭେଟିବ।ଭାରତୀୟ ଦଳ ପାଇଁ ଏହି ବିଜୟ ବହୁତ ଖାସ୍ ରହିଛି କାରଣ ଦଳ ୪୩ ମିନିଟ୍ ପର୍ଯ୍ୟନ୍ତ୧୦ ଖେଳାଳିଙ୍କୁ ନେଇ ଖେଳିଥିଲା।କ୍ଵାର୍ଟର ଫାଇନାଲ୍‌ରେ ବିଜୟ ପରେ ଭାରତୀୟ ଦଳର ତାରକା ଗୋଲ୍ କିପର ପିଆର ଶ୍ରୀଜେଶ କହିଛନ୍ତି, ମୁଁ ନିଜକୁ କହିଥିଲି ଏହା ମୋର ଶେଷ ମ୍ୟାଚ୍ ହୋଇପାରେ। କିମ୍ବା ଗୋଲ୍ ବଞ୍ଚେଇ ଦେଲି ତେବେ ଆଉ ଦୁଇଟି ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିପାରେ। ଏହି ବିଜୟକୁ ନେଇ ମୁଁ ବହୁତ ଖୁସି। ଉଲ୍ଲେଖନୀୟ ଶ୍ରୀଜେଶଙ୍କ ଏହା ଶେଷ ଅଲିମ୍ପିକ୍ସ। ସେ ପୂର୍ବରୁ ହିଁ ସନ୍ନ୍ୟାସ ଘୋଷଣା କରି ସାରିଛନ୍ତି। Also read: ଅଲିମ୍ପିକ୍ସରେ ଗୋଲ୍ଡ ଜିତିବା ପରେ ମିଳଗଲା ବିବାହ ପ୍ରପୋଜାଲ, ମନା କରିପାରିଲେନି ଖେଳାଳିପ୍ରଥମ କ୍ଵାର୍ଟରରେ ଦୁଇ ଦଳ ମଧ୍ୟରେ କଡ଼ା ସଂଘର୍ଷ ହୋଇଥିଲେ

ରେଡ୍ କାର୍ଡ ଓ ୧୦ ଖେଳାଳି...ଶ୍ରୀଜେଶଙ୍କ କମାଲ, ଇଂରେଜଙ୍କୁ ଏମିତି ଧୋଇଲା ଭାରତ

ପ୍ୟାରିସ: ଭାରତୀୟ ପୁରୁଷ ହକି ଦଳ ଚମତ୍କାର ପ୍ରଦର୍ଶନ କରି ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ସେମି ଫାଇନାଲ୍‌ରେ ପ୍ରବେଶ କରିଛି। ଆଜି ଖେଳା ଯାଇଥିବା କ୍ଵାର୍ଟର ଫାଇନାଲ୍‌ରେ ଭାରତ ପ୍ରତିପକ୍ଷ ଗ୍ରେଟ ବ୍ରିଟେନକୁ ସୁଟଆଉଟ୍‌ରେ ୪-୨ରେ ହରାଇଛି। ନିର୍ଦ୍ଧାରିତ ୬୦ ମିନିଟ୍ ଖେଳରେ ମ୍ୟାଚ୍ ୧-୧ରେ ବରାବର ହେବାରୁ ସୁଟଆଉଟର ସହାୟତା ନିଆଯାଇଥିଲା। ଏଥିରେ ଗୋଲକିପର ପିଆର ଶ୍ରୀଜେଶ ଦୁଇଟି ଗୋଲ୍ ବଞ୍ଚାଇ ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏବେ ଭାରତ ସେମିରେ ନେଦରଲାଣ୍ଡ  ଓ ଜର୍ମାନୀ ମଧ୍ୟରେ ଖେଳା ଯିବାକୁ ଥିବା ମ୍ୟାଚ୍‌ର ବିଜେତାକୁ ଭେଟିବ।ଭାରତୀୟ ଦଳ ପାଇଁ ଏହି ବିଜୟ ବହୁତ ଖାସ୍ ରହିଛି କାରଣ ଦଳ ୪୩ ମିନିଟ୍ ପର୍ଯ୍ୟନ୍ତ୧୦ ଖେଳାଳିଙ୍କୁ ନେଇ ଖେଳିଥିଲା।

କ୍ଵାର୍ଟର ଫାଇନାଲ୍‌ରେ ବିଜୟ ପରେ ଭାରତୀୟ ଦଳର ତାରକା ଗୋଲ୍ କିପର ପିଆର ଶ୍ରୀଜେଶ କହିଛନ୍ତି, ମୁଁ ନିଜକୁ କହିଥିଲି ଏହା ମୋର ଶେଷ ମ୍ୟାଚ୍ ହୋଇପାରେ। କିମ୍ବା ଗୋଲ୍ ବଞ୍ଚେଇ ଦେଲି ତେବେ ଆଉ ଦୁଇଟି ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିପାରେ। ଏହି ବିଜୟକୁ ନେଇ ମୁଁ ବହୁତ ଖୁସି। ଉଲ୍ଲେଖନୀୟ ଶ୍ରୀଜେଶଙ୍କ ଏହା ଶେଷ ଅଲିମ୍ପିକ୍ସ। ସେ ପୂର୍ବରୁ ହିଁ ସନ୍ନ୍ୟାସ ଘୋଷଣା କରି ସାରିଛନ୍ତି। 

Also read: ଅଲିମ୍ପିକ୍ସରେ ଗୋଲ୍ଡ ଜିତିବା ପରେ ମିଳଗଲା ବିବାହ ପ୍ରପୋଜାଲ, ମନା କରିପାରିଲେନି ଖେଳାଳି

ପ୍ରଥମ କ୍ଵାର୍ଟରରେ ଦୁଇ ଦଳ ମଧ୍ୟରେ କଡ଼ା ସଂଘର୍ଷ ହୋଇଥିଲେ କୌଣସି ଗୋଲ୍ ହୋଇ ନ ଥିଲା। ଖେଳର ଚତୁର୍ଥ ମିନିଟ୍‌ରେ ଗ୍ରେଟ ବ୍ରିଟେନକୁ ପେନାଲ୍ଟି କର୍ଣ୍ଣ ମିଳିଥିଲା, ଯାହାକୁ ଭାରତୀୟ ଦଳ ବିଫଳ କରିଥିଲେ। ପୁଣି କିଛି ସେକେଣ୍ଡ ପରେ ଗ୍ରେଟ୍ ବ୍ରିଟେନକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, ମାତ୍ର ଅମିତ ରୋହିଦାସ ଦମଦାର ଡିଫେନ୍ସ କରି ଭାରତକୁ ଗୋଲବରଣରୁ ବଞ୍ଚାଇ ଦେଇଥିଲେ। ଗ୍ରେଟ ବ୍ରିଟେନକୁ ଗୋଲ୍ କରିବା ପାଇଁ ପୁଣି ଆଉ ଦୁଇଟି ସୁଯୋଗ ମିଳିଥିଲା। ମାତ୍ର ଗୋଲକିପର ପିଆର ଶ୍ରୀଜେଶ ଉପସ୍ଥିତ ବୁଦ୍ଧି ଖଟାଇ ଗୋଲ୍ ହେବାରୁ ବଞ୍ଚାଇ ଦେଇଥିଲେ। ପୁଣି ଭାରତକୁ ମଧ୍ୟ ଲଗାତାର ତିନୋଟି ପେନାଲ୍ଟି କର୍ଣ୍ଣର ମିଳିଥିଲା, ମାତ୍ର ଅଧିନାୟକ ହରମନପ୍ରୀତ ସିଂ ଗୋଲ୍ କରିପାରି ନ ଥିଲେ।

ମ୍ୟାଚ୍‌ର ଦ୍ଵିତୀୟ କ୍ଵାର୍ଟର ବିବାଦରେ ଭରି ରହିଥିଲା। ଖେଳର ୧୭ମ ମିନିଟ୍‌ରେ ଭାରତୀୟ ଖେଳାଳି ଅମିତ ରୋହିଦାସଙ୍କୁ ରେଡ୍ କାର୍ଡ  ମିଳିଥିଲା। ଫଳରେ ଭାରତକୁ ଅବଶିଷ୍ଟ ୪୩ ମିନିଟ୍ ୧୦ ଖେଳାଳିଙ୍କୁ ନେଇ ଖେଳିବାକୁ ପଡ଼ିଥିଲା। ଅମିତଙ୍କ ଷ୍ଟିକ ଓ୍ଵିଲ କ୍ୟାଲଲନଙ୍କ ମୁହଁରେ ବାଜିଥିଲା। ଜର୍ମାନୀ ଭିଡିଓ ଅମ୍ପାୟରଙ୍କ କହିବା କଥା ଅମିତ ଜାଣିଶୁଣି ଏମିତି କରିଛନ୍ତି। ପଡ଼ିଆ ଅମ୍ପାୟର ଭିଡିଓ ଅମ୍ପାୟରଙ୍କ ପରାମର୍ଶକ୍ରମେ ଅମିତଙ୍କୁ ରେଡ୍ କାର୍ଡ ଦେଖାଇଥିଲେ। ମାତ୍ର ଭାରତୀୟ ଖେଳାଳିଙ୍କ କହିବା କଥା ଅମିତ ଜାଣିଶୁଣି ଷ୍ଟିକ ମାରି ନାହାନ୍ତି। ଭିଡିଓ ଅମ୍ପାୟରଙ୍କୁ ୟେଲୋ କାର୍ଡ ଦେଖାଇଥିଲେ ଉଚିତ  ହୋଇଥାନ୍ତା।

ଭାରତୀୟ ହକି ଦଳ ରେଡ୍ କାର୍ଡ ପାଇବା ସତ୍ତ୍ଵେ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା। ଅଧିନାୟକ ହରମନପ୍ରୀତ ସିଂ ଖେଳର ୨୨ତମ ମିନିଟ୍‌ରେ ଗୋଲ୍ ଦେଇ ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ। ହେଲେ ଗ୍ରେଟ ବ୍ରିଟେନ୍ ୨୭ତମମିନିଟ୍‌ରେ ଗୋଲ୍ ଦେଇ ଶୀଘ୍ର ମ୍ୟାଚ୍‌କୁ ବରାବର କରି ନେଇଥିଲା। ଏହାପରେ ବାକି ଦୁଇ କ୍ଵାର୍ଟର ଗୋଲ୍ ଶୂନ୍ୟ ରହିଥିଲା। ମ୍ୟାଚ୍‌ର ଫଳାଫଳ ପାଇଁ ସୁଟଆଉଟ୍‌ର ସାହାରା ନିଆଯାଇଥିଲା। ଆଉ ଭାରତ ସୁଟଆଉଟ୍‌ରେ ୪-୨ରେ  ଗ୍ରେଟ୍ ବ୍ରିଟେନକୁ ହରାଇ ସେମିରେ ପ୍ରବେଶ କରିଛି। 

କେମିତି ରହିଲା ସୁଟଆଉଟ୍

ସୁଟଆଉଟ୍‌ର ପ୍ରଥମ ପ୍ରୟାସ ବ୍ରିଟେନ ପକ୍ଷରୁ କରାଯାଇଥିଲା ଏବଂ ସଫଳ ହୋଇଥିଲା। ପୁଣି ଭାରତୀୟ ଅଧିନାୟକ ହରମନପ୍ରୀତ ସିଂ ଗୋଲ୍ ଦେଇ ୧-୧ରେ ବରାବର କରିଥିଲେ। ବ୍ରିଟେନର ଦ୍ଵିତୀୟ ପ୍ରୟାସ ମଧ୍ୟ ସଫଳ ରହିଥିଲା। ପୁଣି ସୁଖଜିତ ଗୋଲ୍ କରି ଭାରତକୁ ୨-୨ରେ ସମାନସ୍ତରକୁ ଆଣିଥିଲେ। ବ୍ରିଟେନର ବାକି ଦୁଇଟି ପ୍ରୟାସକୁ ଗୋଲକିପର ପିଆର ଶ୍ରୀଜେଶ ବିଫଳ କରିଥିଲେ। ଆଉ ଭାରତ ନିଜର ଦୁଇଟି ପ୍ରୟାସରେ ସଫଳ ରହି ସୁଟଆଉଟ୍‌କୁ ୪-୨ରେ ଜିତି ନେଇଥିଲା।