ରେଢାଖୋଲରେ ରାଜନାଥ ସିଂହଙ୍କ ପ୍ରଚାର, କହିଲେ- ବିକଶିତ ଦେଶ ଗଠନ ବିଜେପିର ମୁଖ୍ୟ ଉଦ୍ଦେଶ୍ୟ
ସମ୍ବଲପୁର ୧୯।୦୫: ଓଡ଼ିଶାରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ସମ୍ବଲପୁର ଜିଲ୍ଲା ରେଢାଖୋଲରେ ପ୍ରଚାର କରିଛନ୍ତି ରାଜନାଥ । ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ଭୋଟ ଅପିଲ ।ଏହି ସମୟରେ ରାଜନାଥ କହିଥିଲେ ଯେ, ବିଜେପି କେବଳ କ୍ଷମତାରେ ରହିବାକୁ ରାଜନୀତି କରେନାହିଁ, ବିକଶିତ ଦେଶ ଗଠନ ବିଜେପିର ମୁଖ୍ୟ ଉଦ୍ଦେଶ୍ୟ। ଏଣୁ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ଅପିଲ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେହିପରି ଜନସଭାରେ ରତ୍ନଭଣ୍ଡାର ଚାବି କଥା ମଧ୍ୟ ଉଠାଇଛନ୍ତି । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ବି ହଜାଇ ଦେଲେ ଓଡ଼ିଶା ସରକାର। ଯେଉଁ ଦିନ ଆମ ସରକାର ହେବ ଏହାର ତଦନ୍ତ ହେବ। କିଏ ରତ୍ନଭଣ୍ଡାର ଚାବି ହଜାଇଲା ତାର ତଦନ୍ତ ହେବ। ସେହିପରି ବିଜେପି ସରକାର ଆସିଲେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ ଏହି ସଭାରେ ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଢ଼ାଖୋଲ ବିଜେପି ପିଧାନସଭା ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କୁ ବିଜୟୀ କରିବାକୁ ସେ ନିବେଦନ କରିଥିଲେ। ଅପରାହ୍ଣରେ ଖୋର୍ଦ୍ଧାରେ ଜନସଭା କରିବେ। ଏଥିପାଇଁ ବ୍ୟାପକ ଆୟୋଜନ ହୋଇଛି ।
ସମ୍ବଲପୁର ୧୯।୦୫: ଓଡ଼ିଶାରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ସମ୍ବଲପୁର ଜିଲ୍ଲା ରେଢାଖୋଲରେ ପ୍ରଚାର କରିଛନ୍ତି ରାଜନାଥ । ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ଭୋଟ ଅପିଲ ।
ଏହି ସମୟରେ ରାଜନାଥ କହିଥିଲେ ଯେ, ବିଜେପି କେବଳ କ୍ଷମତାରେ ରହିବାକୁ ରାଜନୀତି କରେନାହିଁ, ବିକଶିତ ଦେଶ ଗଠନ ବିଜେପିର ମୁଖ୍ୟ ଉଦ୍ଦେଶ୍ୟ। ଏଣୁ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ଅପିଲ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେହିପରି ଜନସଭାରେ ରତ୍ନଭଣ୍ଡାର ଚାବି କଥା ମଧ୍ୟ ଉଠାଇଛନ୍ତି । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ବି ହଜାଇ ଦେଲେ ଓଡ଼ିଶା ସରକାର। ଯେଉଁ ଦିନ ଆମ ସରକାର ହେବ ଏହାର ତଦନ୍ତ ହେବ। କିଏ ରତ୍ନଭଣ୍ଡାର ଚାବି ହଜାଇଲା ତାର ତଦନ୍ତ ହେବ।
ସେହିପରି ବିଜେପି ସରକାର ଆସିଲେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ ଏହି ସଭାରେ ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଢ଼ାଖୋଲ ବିଜେପି ପିଧାନସଭା ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କୁ ବିଜୟୀ କରିବାକୁ ସେ ନିବେଦନ କରିଥିଲେ। ଅପରାହ୍ଣରେ ଖୋର୍ଦ୍ଧାରେ ଜନସଭା କରିବେ। ଏଥିପାଇଁ ବ୍ୟାପକ ଆୟୋଜନ ହୋଇଛି ।