ରେଢାଖୋଲରେ ୩ ହାତୀ ମୃତ୍ୟୁ, ପିସିସିଏଫ୍ ସ୍ତରରେ ତର୍ଜମା ଚାଲିଛି,ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର ୨୫/୧୧: ରେଢାଖୋଲରେ ୩ ହାତୀ ମୃତ୍ୟୁ ଘଟଣା । ଠିକ୍‌ ଭାବରେ ଡ୍ୟୁଟି କରିନଥିବାରୁ ଡିଏଫ୍‌ଓଙ୍କୁ ତାଗିଦ କରାଯାଇଛି । ତାଙ୍କର ଅନ୍ୟତ୍ର ଟ୍ରାନ୍ସଫର ପାଇଁ ଯୋଜନା ଚାଲିଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ତଳସ୍ତରରେ ସଂପୃକ୍ତ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସସ୍‌ପେଣ୍ଡ କରାଯାଇଛି ।ରେଞ୍ଜରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି । ପିସିସିଏଫ୍‌ ସ୍ତରରେ ତର୍ଜମା ଚାଲିଛି । ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ । ୧୮ ତାରିଖ ସକାଳେ ସମ୍ବଲପୁର ନାକଟିଦେଉଳ ରେଞ୍ଜ ଘୁସୁରାମାଲ ପଞ୍ଚାୟତ ବୁରମାଲ ଜଙ୍ଗଲ ନିକଟରୁ ୩ଟି ହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ବାର୍‌ହା ପାଇଁ ବିଛାଯାଇଥିବା ଫାଶରେ ପଡି ଅକାଳରେ ଆଖି ବୁଜିଦେଇଛନ୍ତି ୨ଟି ବଡ ହାତୀ ଓ ଗୋଟିଏ ଛୁଆ ହାତୀ ।  

ରେଢାଖୋଲରେ ୩ ହାତୀ ମୃତ୍ୟୁ, ପିସିସିଏଫ୍ ସ୍ତରରେ ତର୍ଜମା ଚାଲିଛି,ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର ୨୫/୧୧: ରେଢାଖୋଲରେ ୩ ହାତୀ ମୃତ୍ୟୁ ଘଟଣା । ଠିକ୍‌ ଭାବରେ ଡ୍ୟୁଟି କରିନଥିବାରୁ ଡିଏଫ୍‌ଓଙ୍କୁ ତାଗିଦ କରାଯାଇଛି । ତାଙ୍କର ଅନ୍ୟତ୍ର ଟ୍ରାନ୍ସଫର ପାଇଁ ଯୋଜନା ଚାଲିଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ତଳସ୍ତରରେ ସଂପୃକ୍ତ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସସ୍‌ପେଣ୍ଡ କରାଯାଇଛି ।ରେଞ୍ଜରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି । ପିସିସିଏଫ୍‌ ସ୍ତରରେ ତର୍ଜମା ଚାଲିଛି । ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ । 


୧୮ ତାରିଖ ସକାଳେ ସମ୍ବଲପୁର ନାକଟିଦେଉଳ ରେଞ୍ଜ ଘୁସୁରାମାଲ ପଞ୍ଚାୟତ ବୁରମାଲ ଜଙ୍ଗଲ ନିକଟରୁ ୩ଟି ହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ବାର୍‌ହା ପାଇଁ ବିଛାଯାଇଥିବା ଫାଶରେ ପଡି ଅକାଳରେ ଆଖି ବୁଜିଦେଇଛନ୍ତି ୨ଟି ବଡ ହାତୀ ଓ ଗୋଟିଏ ଛୁଆ ହାତୀ ।