ରେନଲ୍ଟ ଇଣ୍ଡିଆର ନ୍ୟୁ ମାଇଲଷ୍ଟୋନ୍‌

ନୂଆଦିଲ୍ଲୀ,୧୧।୯ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ରେନଲ୍ଟ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ (ରେନଲ୍ଟ ଇଣ୍ଡିଆ) ନିକଟରେ ଏକ ଐତିହାସିକ ସଫଳତା ସହ ଏକ ନୂଆ ମାଇଲଖୁଣ୍ଟ (ନ୍ୟୁ ମାଇଲଷ୍ଟୋନ୍‌) ହାସଲ କରିଛି। ଏପରିକି ପ୍ରଥମ କାର୍‌ ନିର୍ମାତା ଭାବେ କମ୍ପାନୀର ସମସ୍ତ ମଡେଲକୁ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଖ ରାସ୍ତା (ହାଇଏଷ୍ଟ ମୋଟୋରାବୁଲ ରୋଡ୍‌) ‘ଉମଲିଙ୍ଗ ଲା ଟପ୍‌’ରେ ପହଞ୍ଚତ୍ବା ସହ ପ୍ରଦର୍ଶିତ ମଧ୍ୟ କରିଛି। ବିଶେଷକରି ଲେହ ଲଦାଖର ଏହି ବିସ୍ମୟକର ଓ […] The post ରେନଲ୍ଟ ଇଣ୍ଡିଆର ନ୍ୟୁ ମାଇଲଷ୍ଟୋନ୍‌ appeared first on Dharitri Odia News.

ରେନଲ୍ଟ ଇଣ୍ଡିଆର ନ୍ୟୁ ମାଇଲଷ୍ଟୋନ୍‌

ନୂଆଦିଲ୍ଲୀ,୧୧।୯ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ରେନଲ୍ଟ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ (ରେନଲ୍ଟ ଇଣ୍ଡିଆ) ନିକଟରେ ଏକ ଐତିହାସିକ ସଫଳତା ସହ ଏକ ନୂଆ ମାଇଲଖୁଣ୍ଟ (ନ୍ୟୁ ମାଇଲଷ୍ଟୋନ୍‌) ହାସଲ କରିଛି। ଏପରିକି ପ୍ରଥମ କାର୍‌ ନିର୍ମାତା ଭାବେ କମ୍ପାନୀର ସମସ୍ତ ମଡେଲକୁ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଖ ରାସ୍ତା (ହାଇଏଷ୍ଟ ମୋଟୋରାବୁଲ ରୋଡ୍‌) ‘ଉମଲିଙ୍ଗ ଲା ଟପ୍‌’ରେ ପହଞ୍ଚତ୍ବା ସହ ପ୍ରଦର୍ଶିତ ମଧ୍ୟ କରିଛି। ବିଶେଷକରି ଲେହ ଲଦାଖର ଏହି ବିସ୍ମୟକର ଓ ପ୍ରାକୃତିକ ପରିବେଶପୂର୍ଣ୍ଣ ରାସ୍ତାର ଯାତ୍ରା ୨୦୨୪ ଅଗଷ୍ଟ ୨୯ରେ ହୋଇଥିଲାବେଳେ ପ୍ରାୟ ୧୦୦୦ କି.ମି. ବିଶିଷ୍ଟ ଦୁଃସାହସିକ ଅଞ୍ଚଳର ଅତିଶୟ ରାସ୍ତାରେ ରେନଲ୍ଟ ଇଣ୍ଡିଆର ପ୍ରମୁଖ ମଡେଲ କାଇଗର,କ୍ୟୁଇଡ୍‌ ଏବଂ ଟ୍ରାଇବରର ଚାଳକ ଓ ଟିମ୍‌ ସଫଳତାର ସହ ଯାତ୍ରା ଶେଷକରି ସର୍ବୋଚ୍ଚ ସ୍ଥାନରେ ପତାକା ଉତ୍ତୋଳନ ସହ ନୂଆ ମାଇଲଖୁଣ୍ଟ ହାସଲ କରିଥିଲେ। ଏ ସମ୍ପର୍କରେ ରେନଲ୍ଟ ଇଣ୍ଡିଆ ଅପରେଶନର ଏମ୍‌ଡି ତଥା କଣ୍ଟ୍ରି ସିଇଓ ଭେଙ୍କଟରାମ ମାମିଲାପାଲେ କହିଥିଲେ, ଆମେ ଆମର ସମସ୍ତ ମଡେଲ ଓ ବ୍ରାଣ୍ଡ୍‌ର ଓଇଏମ୍‌କୁ ଉମଲିଙ୍ଗ୍‌ ଲା ପାଶାର ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇବା ସହ ନୂଆ କୀର୍ତ୍ତିମାନ ସ୍ଥାପନ କରିପାରିଥିବାରୁ ସମସ୍ତେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହି ଦୁଃସାହସିକ ଯାତ୍ରାକୁ ସଫଳତାର ଶେଷକରି ପ୍ରଥମ କାର୍‌ ନିର୍ମାତା ଭାବେ ଏହି ସଫଳତା ଲାଭ କରି ଗର୍ବ ଅନୁଭବ କରୁଛୁ। ସେହିଭଳି ଆମେ ଆମର ଟିମର ମନୋବଳ ଓ ମଡେଲର ଦକ୍ଷତାକୁ ମଧ୍ୟ ସାରା ଦୁନିଆ ଆଗରେ ପ୍ରଦର୍ଶିତ କରିପାରିଛୁ। ବ୍ରାଣ୍ଡ୍‌ ସବୁବେଳେ ଚ୍ୟାଲେଞ୍ଜକୁ ଗ୍ରହଣକରି ସଫଳତାର ସହ ଶେଷ କରିଥାଏ ବୋଲି ଆମେ ଆମର ଗ୍ରାହକଙ୍କୁ ମଧ୍ୟ ବାର୍ତ୍ତା ଦେଇପାରିଛୁ।

The post ରେନଲ୍ଟ ଇଣ୍ଡିଆର ନ୍ୟୁ ମାଇଲଷ୍ଟୋନ୍‌ appeared first on Dharitri Odia News.