ରେପୋ ରେଟ୍ରେ ୦.୨୫% ହ୍ରାସ ଆଶଙ୍କା
ଭୁବନେଶ୍ୱର,୧୫ା୧(ଅନୁରାଧା ମହାରଣା): ଗୋଟିଏ ପଟେ ଦରବୃଦ୍ଧି ଓ ଅନ୍ୟପଟେ ଅର୍ଥ ବ୍ୟବସ୍ଥାରେ ସୁଧାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପାଇଁ ଚିନ୍ତାର କାରଣ ପାଲଟିଛି। ଅର୍ଥବ୍ୟବସ୍ଥାରେ ଗ୍ରାହକଙ୍କ ଚାହିଦା ଅଭାବ କାରଣରୁ କମ୍ପାନୀଗୁଡ଼ିକର ଆୟ ପ୍ରଭାବିତ ହେଉଛି। ଏହି କାରଣରୁ ଦେଶର ଅର୍ଥନୀତିରେ ମନ୍ଥର ଗତି ହେବା ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ସୁଧ ହାର(ରେପୋ ରେଟ୍) ହ୍ରାସ କରିବାକୁ ବଜାର ବିଶେଷଜ୍ଞ ତଥା ଗ୍ଲୋବାଲ ବ୍ରୋକ୍ରେଜ୍ ହାଉସ୍ ଆର୍ବିଆଇ ନିକଟରେ ଦାବି କରୁଛନ୍ତି। ଡଏଚ୍ ବ୍ୟାଙ୍କ […] The post ରେପୋ ରେଟ୍ରେ ୦.୨୫% ହ୍ରାସ ଆଶଙ୍କା appeared first on Dharitri Odia News.
ଭୁବନେଶ୍ୱର,୧୫ା୧(ଅନୁରାଧା ମହାରଣା): ଗୋଟିଏ ପଟେ ଦରବୃଦ୍ଧି ଓ ଅନ୍ୟପଟେ ଅର୍ଥ ବ୍ୟବସ୍ଥାରେ ସୁଧାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପାଇଁ ଚିନ୍ତାର କାରଣ ପାଲଟିଛି। ଅର୍ଥବ୍ୟବସ୍ଥାରେ ଗ୍ରାହକଙ୍କ ଚାହିଦା ଅଭାବ କାରଣରୁ କମ୍ପାନୀଗୁଡ଼ିକର ଆୟ ପ୍ରଭାବିତ ହେଉଛି। ଏହି କାରଣରୁ ଦେଶର ଅର୍ଥନୀତିରେ ମନ୍ଥର ଗତି ହେବା ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ସୁଧ ହାର(ରେପୋ ରେଟ୍) ହ୍ରାସ କରିବାକୁ ବଜାର ବିଶେଷଜ୍ଞ ତଥା ଗ୍ଲୋବାଲ ବ୍ରୋକ୍ରେଜ୍ ହାଉସ୍ ଆର୍ବିଆଇ ନିକଟରେ ଦାବି କରୁଛନ୍ତି। ଡଏଚ୍ ବ୍ୟାଙ୍କ ବିଶେଷଜ୍ଞମାନଙ୍କ ମତାନୁସାରେ, ଫେବୃଆରୀରେ ହେବାକୁ ଥିବା ପରବର୍ତ୍ତୀ ନୀତି କମିଟି ବୈଠକରେ ଆର୍ବିଆଇ ନୀତି ହାର ହ୍ରାସ ଚକ୍ରକୁ ୦.୨୫% ହ୍ରାସ କରିବା ଉଚିତ। ବିଶ୍ଳେଷକମାନେ କହିଛନ୍ତି, ସୁଧ ହାର ହ୍ରାସ କରିବା ଦ୍ୱାରା ଅଭିବୃଦ୍ଧି ଉପରେ ଅଧିକ ପ୍ରତିକୂଳ ପ୍ରଭାବ ପଡ଼ିବ। ଏଥିରେ ଯଦି ବିଳମ୍ବ ହୁଏ, ତେବେ ଆର୍ବିଆଇ ମଧ୍ୟ ପଛରେ ପଡ଼ିଯିବା ବିପଦ ରହିଛି। ଫେବୃଆରୀ ଏବଂ ଏପ୍ରିଲର ମୁଦ୍ରା ନୀତି ସମୀକ୍ଷାରେ ଆର୍ବିଆଇ ନୀତି ହାରକୁ ୦.୨୫ ପ୍ରତିଶତ ହ୍ରାସ କରିବ, ଯାହା ପ୍ରଥମାର୍ଦ୍ଧରେ ରେପୋ ହାରକୁ ୬%ରେ ପହଞ୍ଚାଇବ। ବିଶ୍ଳେଷକମାନେ କହିଛନ୍ତି , ଭାରତରେ ମୁଦ୍ରା ବିତରଣ ଅତି କମ୍ରେ ୩ଚତୁର୍ଥାଂଶ ସହିତ କାମକରେ। ତେଣୁ ଫେବୃଆରୀରୁ ହାର ହ୍ରାସ କରିବା ଆର୍ବିଆଇ ପାଇଁ ଉପଯୁକ୍ତ ସମୟ ବୋଲି ମତ ପ୍ରକାଶ ପାଇଛି। ସୁଧ ହାର ହ୍ରାସ କରିବାରେ ବିଳମ୍ବ ନ କରିବାକୁ ଆର୍ବିଆଇକୁ ପରାମର୍ଶ ଦିଆଯାଇଛି। ଯେତେ ଶୀଘ୍ର ସୁଧ ହାର ହ୍ରାସ ପାଇବ, ଅଭିବୃଦ୍ଧି ଉପରେ କମ୍ ପ୍ରଭାବ ପଡ଼ିପାରେ। ସୂଚନା ଥାଉକି,ଆର୍ବିଆଇ ର ପୂର୍ବତନ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ଗତ ୧୧ଟି ନୀତି ସମୀକ୍ଷା ସମୟରେ ଆର୍ବିଆଇ ସୁଧ ହାରକୁ ସ୍ଥିର ରହିଛି। ତେବେ ଅଭିବୃଦ୍ଧି ବହୁ ତ୍ରୈମାସିକ ସ୍ତରରେ ଖସି ଆସିଛି ଏବଂ ଫେବୃଆରୀରେ ଆର୍ବିଆଇ ଗଭର୍ନର ସଞ୍ଜୟ ମାଲହୋତ୍ରାଙ୍କ ଅଧୀନରେ ହେବାକୁ ଥିବା ପ୍ରଥମ ସୁଧ ହାର ସମୀକ୍ଷା ଉପରେ ସମସ୍ତଙ୍କ ନଜର ରହିଛି।
The post ରେପୋ ରେଟ୍ରେ ୦.୨୫% ହ୍ରାସ ଆଶଙ୍କା appeared first on Dharitri Odia News.