ଆଉ ମାତ୍ର ୬ ଛକା ମାରିଲେ ଇତିହାସ ରଚିବେ ରୋହିତ ଶର୍ମା

ନୂଆଦିଲ୍ଲୀ,୫।୩: ରୋହିତ ଶର୍ମା ୨୦୦୭ରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳୁଛନ୍ତି। ଆକ୍ରମଣାତ୍ମକ ଖେଳ ଏବଂ ଲମ୍ବା ଛକା ମାରିବା ପାଇଁ ତାଙ୍କୁ ‘ହିଟମ୍ୟାନ’ ମଧ୍ୟ କୁହାଯାଏ। ମାର୍ଚ୍ଚ ୭ରୁ ଭାରତ ବନାମ ଇଂଲଣ୍ଡ ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ ଧର୍ମଶାଳାରେ ଆରମ୍ଭ ହେବାକୁ ଯାଉଛି। ରୋହିତ ଶର୍ମା ଏକ ଐତିହାସିକ ରେକର୍ଡ ସୃଷ୍ଟି କରିପାରିବେ। ଏକ ସଫଳତା ହାସଲ କରିବା ପାଇଁ ସେ ଅଳ୍ପ କିଛି ପାଦ ଦୂରରେ ଯାହାକୁ ଆଜି ପର୍ଯ୍ୟନ୍ତ କେହି ହାସଲ କରିପାରି ନାହାଁନ୍ତି। […] The post ଆଉ ମାତ୍ର ୬ ଛକା ମାରିଲେ ଇତିହାସ ରଚିବେ ରୋହିତ ଶର୍ମା appeared first on Dharitri Odia News.

ଆଉ ମାତ୍ର ୬ ଛକା ମାରିଲେ ଇତିହାସ ରଚିବେ ରୋହିତ ଶର୍ମା

ନୂଆଦିଲ୍ଲୀ,୫।୩: ରୋହିତ ଶର୍ମା ୨୦୦୭ରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳୁଛନ୍ତି। ଆକ୍ରମଣାତ୍ମକ ଖେଳ ଏବଂ ଲମ୍ବା ଛକା ମାରିବା ପାଇଁ ତାଙ୍କୁ ‘ହିଟମ୍ୟାନ’ ମଧ୍ୟ କୁହାଯାଏ। ମାର୍ଚ୍ଚ ୭ରୁ ଭାରତ ବନାମ ଇଂଲଣ୍ଡ ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ ଧର୍ମଶାଳାରେ ଆରମ୍ଭ ହେବାକୁ ଯାଉଛି। ରୋହିତ ଶର୍ମା ଏକ ଐତିହାସିକ ରେକର୍ଡ ସୃଷ୍ଟି କରିପାରିବେ। ଏକ ସଫଳତା ହାସଲ କରିବା ପାଇଁ ସେ ଅଳ୍ପ କିଛି ପାଦ ଦୂରରେ ଯାହାକୁ ଆଜି ପର୍ଯ୍ୟନ୍ତ କେହି ହାସଲ କରିପାରି ନାହାଁନ୍ତି।
ରୋହିତ ଶର୍ମା ତାଙ୍କ କ୍ରିକେଟ କ୍ୟାରିୟରରେ ଏପର୍ଯ୍ୟନ୍ତ ମୋଟ ୫୯୪ ଛକା ମାରିଛନ୍ତି ଏବଂ ୬୦୦ ଛକା ମାରିବାର ରେକର୍ଡ ହାସଲ କରିବାକୁ ତାଙ୍କୁ ମାତ୍ର ୬ ଛକା ମାରିବାକୁ ପଡିବ। ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ମ୍ୟାଚରେ ‘ହିଟମ୍ୟାନ’ ଏହି ସଫଳତା ହାସଲ କରିପାରିବ, କିନ୍ତୁ ଏଥିପାଇଁ ତାଙ୍କୁ ଏକ ବଡ଼ ଇନିଂସ ଖେଳିବାକୁ ପଡ଼ିବ। ରୋହିତ ଶର୍ମା ତାଙ୍କ କ୍ୟାରିୟରରେ ୨୮୨ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ଏଥିରେ ସେ ୩୨୩ ଛକା ମାରିଛନ୍ତି। ୫୮ଟି ଟେଷ୍ଟ ମ୍ୟାଚରେ ତାଙ୍କ ନାମରେ ୮୧ଟି ଛକା ରହିଛି ଏବଂ ୧୫୧ ଟି-୨୦ ମ୍ୟାଚରେ ୧୯୦ଟି ଛକା ମାରିଛନ୍ତି।
ଦୁନିଆର ସର୍ବାଧିକ ଛକା ମାରିବାରେ ରୋହିତ ଅନ୍ୟ କ୍ରିକେଟରଙ୍କଠାରୁ ବହୁ ଆଗରେ ରହିଛନ୍ତି। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ୱେଷ୍ଟଇଣ୍ଡିଜର କ୍ରିସ ଗେଲ ଅଛନ୍ତି, ଯିଏକି ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ୫୫୩ ଛକା ମାରିଥିଲେ। ତୃତୀୟ ସ୍ଥାନରେ ଅଛନ୍ତି ଶହିଦ ଆଫ୍ରିଦି, ଯିଏକି ତାଙ୍କ କ୍ୟାରିୟରରେ ୪୭୬ ଛକା ମାରିଥିଲେ। ରୋହିତ ହେଉଛନ୍ତି ସେହି ଖେଳାଳି ଯିଏ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ସର୍ବାଧିକ ଛକା ମାରିଛନ୍ତି, କିନ୍ତୁ ଅନ୍ୟ ଦୁଇଟି ଫର୍ମାଟରେ ସେ ଶୀର୍ଷରେ ପହଞ୍ଚିବା ଠାରୁ ବହୁ ପଛରେ ଅଛନ୍ତି।
ବର୍ତ୍ତମାନର ଭାରତୀୟ ଅଧିନାୟକ ଆଗାମୀ ଟେଷ୍ଟ ମ୍ୟାଚ ଇଣ୍ଡିଆ ବନାମ ଇଂଲଣ୍ଡରେ ତାଙ୍କ ନାମରେ ଆଉ ଏକ ସଫଳତା ହାସଲ କରିପାରିବେ। ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ବିଷୟରେ କହିବାକୁ ଗଲେ, ରୋହିତ ଶର୍ମା ୫୦ ଛକା ଛୁଇଁବା ଠାରୁ ମାତ୍ର ଗୋଟିଏ ଛକା ଦୂରରେ ଅଛନ୍ତି। ଆଜି ପର୍ଯ୍ୟନ୍ତ ଡବ୍ଲୁଟିସିରେ ୩୧ମ୍ୟାଚର ୫୩ ଇନିଂସରେ ରୋହିତ ୪୯ ଛକା ମାରିଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ। ସେ ଏପର୍ଯ୍ୟନ୍ତ ଡବ୍ଲୁଟିସିରେ ୭୮ ଛକା ମାରିଛନ୍ତି।

 

The post ଆଉ ମାତ୍ର ୬ ଛକା ମାରିଲେ ଇତିହାସ ରଚିବେ ରୋହିତ ଶର୍ମା appeared first on Dharitri Odia News.