ମିଛୁଆ ପାକିସ୍ତାନର ମିଛୁଆ ମନ୍ତ୍ରୀ! ଭିଡିଓ ଗେମ୍‌ ଭିଡିଓ ଦେଖାଇ କରୁଛନ୍ତି ଭାରତୀୟ ସେନା ଉପରେ ଆକ୍ରମଣର ଦାବି…

ନୂଆଦିଲ୍ଲୀ,୧୧।୫: ଭାରତ ମେ’ ୬ ଏବଂ ୭ ରାତିରେ ପାକିସ୍ତାନ ଏବଂ ପାକ ଅଧିକୃତ କାଶ୍ମୀର(ପିଓକେ)ରେ ୯ଟି ଆତଙ୍କବାଦୀ ଲଞ୍ଚ ପ୍ୟାଡ୍‌କୁ ଟାର୍ଗେଟ କରି ଅପରେଶନ ସିନ୍ଦୂର ଆରମ୍ଭ କରିବା ପରେ ସୀମାରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଇଥିଲା। ଏହି ସମୟରେ ପାକିସ୍ତାନ ସହ ଜଡିତ ଅନେକ ସୋସିଆଲ ମିଡିଆ ଆକାଉଣ୍ଟ ନକଲି ଖବର ପ୍ରସାର କରିବା ଆରମ୍ଭ କରିଥିଲା। ସାଧାରଣ ଲୋକ ତ ଦୂରର କଥା ପାକିସ୍ତାନରେ ସରକାରୀ ପଦବୀରେ ଥିବା ତଥାକଥିତ ଦାୟିତ୍ୱବାନ […] The post ମିଛୁଆ ପାକିସ୍ତାନର ମିଛୁଆ ମନ୍ତ୍ରୀ! ଭିଡିଓ ଗେମ୍‌ ଭିଡିଓ ଦେଖାଇ କରୁଛନ୍ତି ଭାରତୀୟ ସେନା ଉପରେ ଆକ୍ରମଣର ଦାବି… appeared first on Dharitri Odia News.

ମିଛୁଆ ପାକିସ୍ତାନର ମିଛୁଆ ମନ୍ତ୍ରୀ! ଭିଡିଓ ଗେମ୍‌ ଭିଡିଓ ଦେଖାଇ କରୁଛନ୍ତି ଭାରତୀୟ ସେନା ଉପରେ ଆକ୍ରମଣର ଦାବି…

ନୂଆଦିଲ୍ଲୀ,୧୧।୫: ଭାରତ ମେ’ ୬ ଏବଂ ୭ ରାତିରେ ପାକିସ୍ତାନ ଏବଂ ପାକ ଅଧିକୃତ କାଶ୍ମୀର(ପିଓକେ)ରେ ୯ଟି ଆତଙ୍କବାଦୀ ଲଞ୍ଚ ପ୍ୟାଡ୍‌କୁ ଟାର୍ଗେଟ କରି ଅପରେଶନ ସିନ୍ଦୂର ଆରମ୍ଭ କରିବା ପରେ ସୀମାରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଇଥିଲା। ଏହି ସମୟରେ ପାକିସ୍ତାନ ସହ ଜଡିତ ଅନେକ ସୋସିଆଲ ମିଡିଆ ଆକାଉଣ୍ଟ ନକଲି ଖବର ପ୍ରସାର କରିବା ଆରମ୍ଭ କରିଥିଲା। ସାଧାରଣ ଲୋକ ତ ଦୂରର କଥା ପାକିସ୍ତାନରେ ସରକାରୀ ପଦବୀରେ ଥିବା ତଥାକଥିତ ଦାୟିତ୍ୱବାନ ଲୋକେ ମଧ୍ୟ ପଛରେ ନଥିଲେ। ପାକିସ୍ତାନ ସରକାର ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହାର ଅଫିସିଆଲ ପେଜରୁ ଭିଡିଓ ଗେମର ଫୁଟେଜ ପୋଷ୍ଟ କରି ଏହାକୁ ଭାରତ ସହିତ ଚାଲିଥିବା ବିବାଦ ସହିତ ଯୋଡିଛନ୍ତି।

ପାକିସ୍ତାନର ସୂଚନା ମନ୍ତ୍ରୀ ଆତାଉଲ୍ଲାହ ତରାର ARMA ୩ ନାମକ ଏକ ଭିଡିଓ ଗେମର ଫୁଟେଜ ଶେୟାର କରି ଦାବି କରିଛନ୍ତି ଯେ ପାକିସ୍ତାନୀ ସଶସ୍ତ୍ର ସେନା ଭାରତୀୟ ସୁରକ୍ଷା ବାହିନୀକୁ ସମୟୋଚିତ ଏବଂ କଡ଼ା ଜବାବ ଦେଇଛି। ଏହି ଭ୍ରାମକ ଦାବିକୁ ୟୁକେ ପ୍ରତିରକ୍ଷା ଜର୍ନାଲ ଦ୍ୱାରା ଖଣ୍ଡନ କରାଯାଇଛି। ଏପରିକି କୁହାଯାଇଛି ଯେ ପାକିସ୍ତାନ ସରକାରଙ୍କ ଏକ ସରକାରୀ ଆକାଉଣ୍ଟ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ କ୍ଲୋଜ-ଇନ ୱେପନ୍‌ ସିଷ୍ଟମ (CIWS) ଏକ ଟାର୍ଗେଟକୁ ଆଘାତ କରିବାର ଫୁଟେଜ ଲୋକପ୍ରିୟ ସାମରିକ ଖେଳ ARMA ୩ ରୁ ଆସିଛି।

ଶନିବାର ଆଉ ଏକ ମିଥ୍ୟା ଦାବି କରାଯାଇଥିଲା। ପାକିସ୍ତାନର ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକ ଦାବି କରିଥିଲେ ଯେ ଭାରତୀୟ ବାୟୁସେନାର ଜଣେ ମହିଳା ପାଇଲଟଙ୍କୁ ପାକିସ୍ତାନରେ ବନ୍ଦୀ କରାଯାଇଛି। ଏହି ଦାବିକୁ ଅସ୍ବୀକାର କରି PIB କହିଛି ଯେ ଏହି ଦାବିଟି ନକଲି। ଭାରତୀୟ ମହିଳା ବାୟୁସେନା ପାଇଲଟଙ୍କୁ ଧରାଯାଇ ନାହିଁ।

ଶନିବାର ଏକ ଖବରଦାତା ସମ୍ମିଳନୀରେ, ଭାରତୀୟ ଅଧିକାରୀମାନେ ଗତ ତିନି ଦିନ ଧରି ବୃଦ୍ଧି ପାଇଥିବା ଉତ୍ତେଜନା ସମୟରେ ପାକିସ୍ତାନ ଦ୍ୱାରା କରାଯାଇଥିବା ଅନେକ ମିଥ୍ୟା ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଶନିବାର ଏକ ମିଳିତ ଖବରଦାତା ସମ୍ମିଳନୀରେ କମୋଡୋର ରଘୁ ଆର ନାୟାର, ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଏବଂ କର୍ଣ୍ଣେଲ ସୋଫିଆ କୁରେଶୀ ପାକିସ୍ତାନୀ ପ୍ରଚାରର ଅଂଶ ଭାବରେ ପ୍ରସାରିତ ହେଉଥିବା ଅନେକ ମିଥ୍ୟା ଦାବିର ପର୍ଦ୍ଦାଫାଶ କରିଥିଲେ। କର୍ଣ୍ଣେଲ ସୋଫିଆ କୁରେଶୀ କହିଛନ୍ତି, “ପାକିସ୍ତାନ ଦାବି କରିଛି ଯେ ସେ ଏହାର JF ୧୭ ସାହାଯ୍ୟରେ ଆମର S ୪୦୦ ଏବଂ ବ୍ରହ୍ମୋସ କ୍ଷେପଣାସ୍ତ୍ର ଘାଟିକୁ କ୍ଷତି ପହଞ୍ଚାଇଛି, ଯାହା ସମ୍ପୂର୍ଣ୍ଣ ମିଥ୍ୟା। ଦ୍ୱିତୀୟତଃ, ସେ ଏକ ଭୁଲ ସୂଚନା ଅଭିଯାନ ମଧ୍ୟ ଚଳାଇଛି ଯେ ଆମର ସିରସା, ଜମ୍ମୁ, ପଠାନକୋଟ, ଭଟିଣ୍ଡା, ନାଲିଆ ଏବଂ ଭୁଜରେ ଥିବା ବାୟୁସେନା ଘାଟିକୁ କ୍ଷତି ପହଞ୍ଚାଇଛି, ଯାହା ମଧ୍ୟ ସମ୍ପୂର୍ଣ୍ଣ ମିଥ୍ୟା। ତୃତୀୟତଃ, ପାକିସ୍ତାନର ଭୁଲ ସୂଚନା ଅଭିଯାନର ଅଂଶ ଭାବରେ, ଚଣ୍ଡିଗଡ଼ ଏବଂ ବ୍ୟାସରେ ଥିବା ଆମର ଗୋଳାବାରୁଦ ଡିପୋକୁ କ୍ଷତି ପହଞ୍ଚାଇଛି, ଯାହା ମଧ୍ୟ ସମ୍ପୂର୍ଣ୍ଣ ମିଥ୍ୟା… ପାକିସ୍ତାନ ମିଥ୍ୟା ଅଭିଯୋଗ କରିଛି ଯେ ଭାରତୀୟ ସେନା ମସଜିଦକୁ କ୍ଷତି ପହଞ୍ଚାଇଛି। ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଏବଂ ଆମର ସେନା ଭାରତର ସାମ୍ବିଧାନିକ ମୂଲ୍ୟବୋଧର ଏକ ସୁନ୍ଦର ପ୍ରତିଫଳନ…”

The post ମିଛୁଆ ପାକିସ୍ତାନର ମିଛୁଆ ମନ୍ତ୍ରୀ! ଭିଡିଓ ଗେମ୍‌ ଭିଡିଓ ଦେଖାଇ କରୁଛନ୍ତି ଭାରତୀୟ ସେନା ଉପରେ ଆକ୍ରମଣର ଦାବି… appeared first on Dharitri Odia News.