ରେପୋରେଟ୍‌ କମିବା ଆଶା କ୍ଷୀଣ

ଭୁବନେଶ୍ୱର,୩।୬(ଅନୁରାଧା ମହାରଣା): ମୁଦ୍ରାସ୍ଫୀତିର ଆହ୍ବାନ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଆଗାମୀ ମୁଦ୍ରାନୀତି କମିଟି ବୈଠକରେ ରେପୋ ରେଟ୍‌ ହ୍ରାସ ହେବା ଆଶା କ୍ଷୀଣ ହୋଇଛି। ବିଶିଷ୍ଟ ଅର୍ଥନୈତିକ ବିଶେଷଜ୍ଞମାନେ ଏହି ମତ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଲୋକ ସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ତୁରନ୍ତ ମୁଦ୍ରା ନୀତି କମିଟି (ଏମପିସି) ବୈଠକ ଜୁନ୍‌ ୫ରୁ ୭ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ, ଅର୍ଥନୈତିକ ଅଭିବୃଦ୍ଧି ବଢ଼ୁଥିବାରୁ ଏମପିସି ହାର […] The post ରେପୋରେଟ୍‌ କମିବା ଆଶା କ୍ଷୀଣ appeared first on Dharitri Odia News.

ରେପୋରେଟ୍‌ କମିବା ଆଶା କ୍ଷୀଣ

ଭୁବନେଶ୍ୱର,୩।୬(ଅନୁରାଧା ମହାରଣା): ମୁଦ୍ରାସ୍ଫୀତିର ଆହ୍ବାନ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଆଗାମୀ ମୁଦ୍ରାନୀତି କମିଟି ବୈଠକରେ ରେପୋ ରେଟ୍‌ ହ୍ରାସ ହେବା ଆଶା କ୍ଷୀଣ ହୋଇଛି। ବିଶିଷ୍ଟ ଅର୍ଥନୈତିକ ବିଶେଷଜ୍ଞମାନେ ଏହି ମତ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଲୋକ ସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ତୁରନ୍ତ ମୁଦ୍ରା ନୀତି କମିଟି (ଏମପିସି) ବୈଠକ ଜୁନ୍‌ ୫ରୁ ୭ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ, ଅର୍ଥନୈତିକ ଅଭିବୃଦ୍ଧି ବଢ଼ୁଥିବାରୁ ଏମପିସି ହାର ହ୍ରାସକୁ ଏଡାଇ ଦେଇପାରେ। ଫେବୃଆରୀ ୨୦୨୩ ଠାରୁ ରେପୋ ହାର ୬.୫ ପ୍ରତିଶତରେ ରହିଛି। ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏମପିସି ବୈଠକର ନିଷ୍ପତ୍ତି ଜୁନ ୭ରେ ଘୋଷଣା କରାଯିବ। ଜୁନ ୪ରେ ଲୋକ ସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଯଦି ଜୁନ ୭ରେ ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇ ନ ଥାଏ, ତେବେ ସ୍ଥିତି ବଜାୟ ରଖିବା ପାଇଁ ଏହା ଅଷ୍ଟମ ସୁଯୋଗ ହେବ।

ବ୍ୟାଙ୍କ ଅଫ ବରୋଦାର ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସାବନାଭିସଙ୍କ ମତାନୁସାରେ ପୂର୍ବ ନୀତି ପରଠାରୁ ଅର୍ଥନୈତିକ ସ୍ଥିତି ପ୍ରାୟତଃ ଅପରିବର୍ତ୍ତିତ ରହିଛି। ପିଏମଏମଆଇଏବଂ ଜିଏସଟି ସଂଗ୍ରହ ପରି ଉଚ୍ଚ ଫ୍ରିକ୍ୱେନ୍ସି ସୂଚକ ଦର୍ଶାଏ ଯେ ଅଭିବୃଦ୍ଧି ଠିକ ଦିଗରେ ଅଛି। ସେହିପରି ମୁଦ୍ରାସ୍ଫୀତିକୁ ନେଇ ଚିନ୍ତା ରହିଛି ଏବଂ ଉତ୍ତାପ ପନିପରିବା ମୂଲ୍ୟ ଉପରେ ବିଶେଷ ପ୍ରଭାବ ପକାଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଇଣ୍ଡଷ୍ଟ୍ରିଆଲ ଚାମ୍ବର ଆସୋଚାମର ପ୍ରେସିଡେଣ୍ଟ ସଞ୍ଜୟ ନାୟାର କହିଛନ୍ତି, ଖୁଚୁରା ମୁଦ୍ରାସ୍ଫୀତି ଧାର୍ଯ୍ୟ ଲକ୍ଷ୍ୟଠାରୁ ୪% ଅଧିକ ରହିଥିବାରୁ ଆସନ୍ତା ଏମପିସି ବୈଠକରେ ରେପୋ ହାର ଅପରିବର୍ତ୍ତିତ ରହିବ ବୋଲି ଆଶା କରାଯାଉଛି। ଯଦିଓ ମୁଦ୍ରାସ୍ଫୀତି ହ୍ରାସ ପାଇବାରେ ଲାଗିଛି। ସେପ୍ଟେମ୍ବରରେ ମୈାସୁମୀ ଅଧିବେଶନ ଶେଷ ହେବା ପରେ ମାକ୍ରୋ-ଅର୍ଥନୈତିକ ସ୍ଥିତି ସ୍ପଷ୍ଟ ହୋଇପାରେ। ଆଇସିଆରଏର ମୁଖ୍ୟ ଅର୍ଥନୀତିଜ୍ଞ ଅଦିତି ନାୟାର କହିଛନ୍ତି ଯେ, ସମ୍ପ୍ରତି ମୁଦ୍ରାସ୍ଫୀତି ତଥ୍ୟ ଏବଂ ଖାଦ୍ୟ ମୂଲ୍ୟର ପୂର୍ବାନୁମାନ ସୂଚାଇ ଦେଉଛି ଯଥାସ୍ଥିତି ରହିବ। ସେ କହିଛନ୍ତି ଯେ, ମୋଟ ଘରୋଇ ଉତ୍ପାଦ (ଜିଡିପି) ଆକଳନ ଏହି ତଥ୍ୟକୁ ସୁନିଶ୍ଚିତ କରିଛି।

The post ରେପୋରେଟ୍‌ କମିବା ଆଶା କ୍ଷୀଣ appeared first on Dharitri Odia News.