ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା: ରେଳ ଧାରଣାରୁ ଖସିଲା ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସର ୫ ବଗି
ଗୋଣ୍ଡା,୧୮।୭: ଚଣ୍ଡିଗଡ଼-ଡିବ୍ରୁଗଡ ଏକ୍ସପ୍ରେସର ପାଞ୍ଚଟି ବଗି ଗୁରୁବାର ୟୁପିର ଗୋଣ୍ଡାଠାରେ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ରେଳବାଇ ଏବଂ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ଦୁର୍ଘଟଣା ଗୋଣ୍ଡା-ଗୋରଖପୁର ରେଳ ଲାଇନର ମୋତିଗଞ୍ଜର ପିକୌରା ଗ୍ରାମ ନିକଟରେ ଏହା ଘଟିଛି। ଚଣ୍ଡିଗଡ଼-ଦିବ୍ରୁଗଡ ଏକ୍ସପ୍ରେସର ପାଞ୍ଚଟି ବଗି ଓଲଟି ପଡିଛି। ବର୍ତ୍ତମାନ ସୁଦ୍ଧା […] The post ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା: ରେଳ ଧାରଣାରୁ ଖସିଲା ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସର ୫ ବଗି appeared first on Dharitri Odia News.
ଗୋଣ୍ଡା,୧୮।୭: ଚଣ୍ଡିଗଡ଼-ଡିବ୍ରୁଗଡ ଏକ୍ସପ୍ରେସର ପାଞ୍ଚଟି ବଗି ଗୁରୁବାର ୟୁପିର ଗୋଣ୍ଡାଠାରେ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ରେଳବାଇ ଏବଂ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି।
ଏହି ଦୁର୍ଘଟଣା ଗୋଣ୍ଡା-ଗୋରଖପୁର ରେଳ ଲାଇନର ମୋତିଗଞ୍ଜର ପିକୌରା ଗ୍ରାମ ନିକଟରେ ଏହା ଘଟିଛି। ଚଣ୍ଡିଗଡ଼-ଦିବ୍ରୁଗଡ ଏକ୍ସପ୍ରେସର ପାଞ୍ଚଟି ବଗି ଓଲଟି ପଡିଛି। ବର୍ତ୍ତମାନ ସୁଦ୍ଧା ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ରେଳବାଇ ଏବଂ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆହତମାନଙ୍କୁ ରେଳ ଡାକ୍ତରଖାନାକୁ ଅଣାଯାଉଛି। ଆଗକୁ ମୃତାହତଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି।
ଗୋଣ୍ଡାରେ ଟ୍ରେନ ଦୁର୍ଘଟଣାର ସୂଚନା ପାଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଜିଲା ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଏହି ଦୁର୍ଘଟଣାକୁ ନେଇ ହେଲପଲାଇନ ନମ୍ବର ଜାରି କରାଯାଇଛି।
ଗୋଣ୍ଡା- ୮୯୫୭୪୦୦୪୬୫
ଦିବ୍ରୁଗଡ଼-୯୯୫୭୫୫୫୯୬୦
ତିନସୁକିଆ-୯୯୫୭୫୫୫୯୫୯
ଲକ୍ଷ୍ନୌ- ୮୯୫୭୪୦୯୨୯୨
The post ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା: ରେଳ ଧାରଣାରୁ ଖସିଲା ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସର ୫ ବଗି appeared first on Dharitri Odia News.