ରେପୋରେଟ୍ ହାର ପରିବର୍ତ୍ତନ ଆଶା କ୍ଷୀଣ
ଭୁବନେଶ୍ୱର,୭।୧୦(ଅନୁରାଧା ମହାରଣା): ସୋମବାର ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଦ୍ୱି-ମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକରେ ପ୍ରମୁଖ ସୁଧ ହାର ରେପୋ ହାରରେ ହ୍ରାସ ହେବାର ସମ୍ଭାବନା କମ୍ ରହିଛି। ବିଶେଷଜ୍ଞମାନଙ୍କ ମତାନୁସାରେ, ଖୁଚୁରା ମୁଦ୍ରାସ୍ଫୀତି ଏବେ ବି ଚିନ୍ତାର ବିଷୟ ପାଲଟିଛି ଏବଂ ପଶ୍ଚିମ ଏସିଆ ସଙ୍କଟ ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ଦ୍ରବ୍ୟ ମୂଲ୍ୟ ଉପରେ ପ୍ରଭାବ ପକାଇବ। ଚଳିତମାସ ଆରମ୍ଭରେ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି […] The post ରେପୋରେଟ୍ ହାର ପରିବର୍ତ୍ତନ ଆଶା କ୍ଷୀଣ appeared first on Dharitri Odia News.
ଭୁବନେଶ୍ୱର,୭।୧୦(ଅନୁରାଧା ମହାରଣା): ସୋମବାର ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଦ୍ୱି-ମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକରେ ପ୍ରମୁଖ ସୁଧ ହାର ରେପୋ ହାରରେ ହ୍ରାସ ହେବାର ସମ୍ଭାବନା କମ୍ ରହିଛି। ବିଶେଷଜ୍ଞମାନଙ୍କ ମତାନୁସାରେ, ଖୁଚୁରା ମୁଦ୍ରାସ୍ଫୀତି ଏବେ ବି ଚିନ୍ତାର ବିଷୟ ପାଲଟିଛି ଏବଂ ପଶ୍ଚିମ ଏସିଆ ସଙ୍କଟ ଅଶୋଧିତ ତୈଳ ଏବଂ ଅନ୍ୟାନ୍ୟ ଦ୍ରବ୍ୟ ମୂଲ୍ୟ ଉପରେ ପ୍ରଭାବ ପକାଇବ।
ଚଳିତମାସ ଆରମ୍ଭରେ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି (ଏମପିସି)ର ପୁର୍ନଗଠନ କରିଥିଲେ। ତିନିଜଣ ନୂତନ ନିଯୁକ୍ତ ବାହ୍ୟ ସଦସ୍ୟଙ୍କୁ ନେଇ ଗଠିତ ଏହି କମିଟି ସୋମବାର ଏହାର ପ୍ରଥମ ବୈଠକ ଆରମ୍ଭ କରିବ। ଅକ୍ଟୋବର ୯ ବୁଧବାର ୩ ଦିନିଆ ଏହି ବୈଠକର ଫଳାଫଳକୁ ଏମପିସି ଅଧ୍ୟକ୍ଷ ତଥା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିବେ। ୨୦୨୩ ଫେବୃଆରୀରୁ ଆରବିଆଇ ରେପୋ ହାରକୁ ୬.୫% ରେ ଅପରିବର୍ତ୍ତିତ ରଖିଛି ରଖିଥିବାବେଳେ କେବଳ ଡିସେମ୍ବରରେ ଏଥିରେ କିଛି ଆଶ୍ୱସ୍ତି ମିଳିପାରେ ବୋଲି ବିଶେଷଜ୍ଞମାନେ ଆଳନ କରୁଛନ୍ତି। ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ୪% (୨% କମ୍ କିମ୍ବା ବେଶି) ସୁନିଶ୍ଚିତ କରିବା ପାଇଁ ସରକାର କେନ୍ଦ୍ରୀୟ ବ୍ୟାଙ୍କକୁ ଦାୟିତ୍ୱ ଦେଇଛନ୍ତି। ବିଶେଷଜ୍ଞମାଙ୍କ କହିବାୁସାରେ, ଆମେରିକାର ଫେଡେରାଲ ରିଜର୍ଭ ବେଞ୍ଚମାର୍କ ୦.୫%କୁ ହ୍ରାସ କରଥିବାବେଳେ ଆରବିଆଇ ଏହି ଧାରାକୁ ଅନୁସରଣ ନକରିପାରେ। ସୁଧହାର ହ୍ରାସ କରିଥିବା ଅନ୍ୟ କେତେକ ବିକଶିତ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକୁ ମଧ୍ୟ ଆରବିଆଇ ଅନୁସରଣ କରିନପାରେ ବିଶେଷଜ୍ଞମାନେ କହିଛନ୍ତି।
The post ରେପୋରେଟ୍ ହାର ପରିବର୍ତ୍ତନ ଆଶା କ୍ଷୀଣ appeared first on Dharitri Odia News.