ରେଭେନ୍ସା ରାଗିଂ ଘଟଣା ସମ୍ପୂର୍ଣ୍ଣ ସତ, ଆଣ୍ଟି ରାଗିଂ କମିଟିକୁ ପଠାଗଲା ପ୍ରମାଣ

କଟକ:ରେଭେନ୍ସା ରାଗିଂ ଘଟଣା ସମ୍ପୂର୍ଣ୍ଣ ସତ। ରାଗିଂ ଅଭିଯୋଗରେ ଛାତ୍ରଙ୍କୁ ହଷ୍ଟେଲ ଛାଡିବା ନିର୍ଦ୍ଦେଶ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଚିଫ୍ ୱାଡେନ୍ ସୁଦର୍ଶନ ମିଶ୍ର। କହିଛନ୍ତି- ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଷ୍ଟ ହଷ୍ଟେଲରେ ୟୁଜି ପ୍ରଥମ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଥିଲା । ରାଗିଂ ସଂପର୍କରେ ଖବର ପାଇ ହଷ୍ଟେଲ ଓ୍ୱାଡେନ୍‌ ଓ ବରିଷ୍ଠ ଅଧ୍ୟାପକମାନେ ହଷ୍ଟେଲରେ ପହଞ୍ଚିଥିଲେ ।  ଏହି ଘଟଣାଟି ସଂପୂର୍ଣ୍ଣ ସତ। ରାଗିଂ ହୋଇଥିବା ନେଇ ପ୍ରମାଣ ରହିଛି। ଭିଡିଓ ଓ ଫଟୋ ଏଭିଡେନସ ଆଣ୍ଟି ରାଗିଂ କମିଟିକୁ ପଠାଯାଇଛି। ରାତି ୧୨ ଟା ପରେ ଇଷ୍ଟ ହଷ୍ଟେଲର କିଛି ସିନିୟର୍ ଛାତ୍ର ଏକାଠି ହୋଇ ଯୁନିୟର ଛାତ୍ରଙ୍କୁ ଗାଳି ଗୁଲଜ କରୁଥିଲେ। ଘଟଣା ସ୍ଥଳେ ଚିଫ ୱାଡେନ ଡେପୁଟି ୱାଡେନ ଓ ଆଣ୍ଟି ରାଗିଂ କମିଟିର ଦୁଇ ଜଣ ସଦସ୍ୟ ଥିଲେ। ଆନ୍ତି ରାଗିଂ କମିଟିର ତଦନ୍ତ ଶେଷ ହେବା ଯାଏଁ ସସପେଣ୍ଡ ନିର୍ଦ୍ଦେଶ କାଏମ ରହିବ।ପ୍ରକାଶ ଅନୁଯାଯୀ, ଶନିବାର ବିଳମ୍ବିତ ରାତିରେ ନୂଆ କରି ନାମ ଲେଖାଇ ଇଷ୍ଟ୍‌ ହଷ୍ଟେଲ୍‌ରେ ରହୁଥିବା ୟୁଜି ପ୍ରଥମ ବର୍ଷର କିଛି ଛାତ୍ରଙ୍କୁ ତୃତୀୟ  ବର୍ଷର ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଥିଲା । ଖବର ପାଇ ଚିଫ୍‌ ୱାର୍ଡେନଙ୍କ ସମେତ ୪ ଜଣ ବରିଷ୍ଠ ଅଧ୍ୟାପକ ବିଳମ୍ବିତ ରାତିରେ ହଷ୍ଟେଲ୍‌ରେ ପହଞ୍ଚି ଛାତ୍ରମାନଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତ୍ୱର ସହ ନେଇ

ରେଭେନ୍ସା ରାଗିଂ ଘଟଣା ସମ୍ପୂର୍ଣ୍ଣ ସତ, ଆଣ୍ଟି ରାଗିଂ କମିଟିକୁ ପଠାଗଲା ପ୍ରମାଣ

କଟକ:ରେଭେନ୍ସା ରାଗିଂ ଘଟଣା ସମ୍ପୂର୍ଣ୍ଣ ସତ। ରାଗିଂ ଅଭିଯୋଗରେ ଛାତ୍ରଙ୍କୁ ହଷ୍ଟେଲ ଛାଡିବା ନିର୍ଦ୍ଦେଶ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଚିଫ୍ ୱାଡେନ୍ ସୁଦର୍ଶନ ମିଶ୍ର। କହିଛନ୍ତି- ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଷ୍ଟ ହଷ୍ଟେଲରେ ୟୁଜି ପ୍ରଥମ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଥିଲା । ରାଗିଂ ସଂପର୍କରେ ଖବର ପାଇ ହଷ୍ଟେଲ ଓ୍ୱାଡେନ୍‌ ଓ ବରିଷ୍ଠ ଅଧ୍ୟାପକମାନେ ହଷ୍ଟେଲରେ ପହଞ୍ଚିଥିଲେ ।  

ଏହି ଘଟଣାଟି ସଂପୂର୍ଣ୍ଣ ସତ। ରାଗିଂ ହୋଇଥିବା ନେଇ ପ୍ରମାଣ ରହିଛି। ଭିଡିଓ ଓ ଫଟୋ ଏଭିଡେନସ ଆଣ୍ଟି ରାଗିଂ କମିଟିକୁ ପଠାଯାଇଛି। ରାତି ୧୨ ଟା ପରେ ଇଷ୍ଟ ହଷ୍ଟେଲର କିଛି ସିନିୟର୍ ଛାତ୍ର ଏକାଠି ହୋଇ ଯୁନିୟର ଛାତ୍ରଙ୍କୁ ଗାଳି ଗୁଲଜ କରୁଥିଲେ। ଘଟଣା ସ୍ଥଳେ ଚିଫ ୱାଡେନ ଡେପୁଟି ୱାଡେନ ଓ ଆଣ୍ଟି ରାଗିଂ କମିଟିର ଦୁଇ ଜଣ ସଦସ୍ୟ ଥିଲେ। ଆନ୍ତି ରାଗିଂ କମିଟିର ତଦନ୍ତ ଶେଷ ହେବା ଯାଏଁ ସସପେଣ୍ଡ ନିର୍ଦ୍ଦେଶ କାଏମ ରହିବ।

ପ୍ରକାଶ ଅନୁଯାଯୀ, ଶନିବାର ବିଳମ୍ବିତ ରାତିରେ ନୂଆ କରି ନାମ ଲେଖାଇ ଇଷ୍ଟ୍‌ ହଷ୍ଟେଲ୍‌ରେ ରହୁଥିବା ୟୁଜି ପ୍ରଥମ ବର୍ଷର କିଛି ଛାତ୍ରଙ୍କୁ ତୃତୀୟ  ବର୍ଷର ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଥିଲା । ଖବର ପାଇ ଚିଫ୍‌ ୱାର୍ଡେନଙ୍କ ସମେତ ୪ ଜଣ ବରିଷ୍ଠ ଅଧ୍ୟାପକ ବିଳମ୍ବିତ ରାତିରେ ହଷ୍ଟେଲ୍‌ରେ ପହଞ୍ଚି ଛାତ୍ରମାନଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତ୍ୱର ସହ ନେଇ ରବିବାର କୁଳପତି ଆଣ୍ଟି ରାଗିଂ ସେଲ୍‌ର ବୈଠକ ଡାକିଥିଲେ । ବୈଠକ ପରେ ଘଟଣାରେ ସମ୍ପୃକ୍ତ ୧୦ ଜଣ ସିନିୟର୍‌ ଛାତ୍ରଙ୍କୁ ହଷ୍ଟେଲ୍‌ରୁ ନିଲମ୍ବନ କରାଯାଇଛି।