ଅଭାବନୀୟ ! ମଶା ଧୂପ ନେଲା ଯୁବକଙ୍କ ଜୀବନ

ଭୁବେନଶ୍ବର: ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଆମେ ସାଧାରଣତଃ ମଶା ଧୂପର ବ୍ୟବହାର କରିଥାଉ। ହେଲେ ଏହି ମଶା ଧୂପ ବ୍ୟବହାର କରିବା ଜଣେ ଯୁବକଙ୍କୁ ଭାରି ପଡ଼ିଛି। କାରଣ ମଶାଧୂପ ଧୂଆଁ ନେଇଛି ଜଣେ ଯୁବକଙ୍କ ଜୀବନ ।ସୂଚନା ଅନୁଯାୟୀ, ଗତ ଗୁରୁବାର ରାତି ପ୍ରାୟ ୧୨ ଟାରେ ଅଠାନ୍ତର ଗ୍ରାମର ଅଜିତ୍ କୁମାର ଦାସ (ଗୁଗା) ନିଜ ଟାଟା ଏସ୍‌ ଗାଡିରେ ପ୍ରତିଦିନ ଭଳି ଭୁବନେଶ୍ଵର ୪ ନମ୍ବର ମାଛ ମାର୍କେଟରୁ ମାଛ ଆଣିବାକୁ ଆସିଥିଲେ। ହେଲେ ମାଛ ବାହାରିବା ପାଇଁ ଆହୁରି ସମୟ ଥିବାରୁ ସେ ନିଜ ଗାଡ଼ିରେ ଶୋଇପଡ଼ିଥିଲେ । ତେବେ ଗାଡ଼ିରେ ମଶା କାମୁଡ଼ିବାରୁ ମଶା ଧୂପର ବ୍ୟବହାର କରି ଶୋଇପଡ଼ିଥିଲେ। ଆଉ ଗାଡ଼ିର ଡୋର୍‌ ମଧ୍ୟ ବନ୍ଦ କରିଦେଇଥିଲେ। ଯାହା ତାଙ୍କ ପାଇଁ କାଳ ସାଜିଥିଲା। ପ୍ରକୃତରେ ଗାଡ଼ିରେ ଶ୍ବାସରୁଦ୍ଧ ହୋଇପଡ଼ିଥିଲେ ଅଜିତ୍‌।ତେବେ ୨ ଘଣ୍ଟା ପରେ ତାଙ୍କ ସହଯୋଗୀ ତାଙ୍କୁ ଉଠାଇବା ଆସିବା ବେଳେ ସେ ଡୋର୍‌ ଖୋଲିନଥିଲେ। ତେଣୁ ଡୋର୍‌ ଭାଙ୍ଗି ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଅଜିତଙ୍କୁ ମୃତ ଘୋଷଣା କରିଥିଲେ । ମଶା ଧୂପର ବିଷାକ୍ତ ଧୂଆଁ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଅନୁମାନ କରିଛନ୍ତି ।ସେପଟେ ଅଜିତଙ୍କ ଅକାଳ ବିୟୋଗରେ ଅଠାନ୍ତର ଗ୍ରାମର ଶୋକର ଛାୟା ଖେଳିଯାଇଛି । ଅଜିତଙ୍କ ଘରେ ସ୍ତ୍ରୀ ଏବଂ ଏକ ୧୨ ବର୍ଷର ପୁତ୍ର ସ

ଅଭାବନୀୟ ! ମଶା ଧୂପ ନେଲା ଯୁବକଙ୍କ ଜୀବନ

ଭୁବେନଶ୍ବର: ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଆମେ ସାଧାରଣତଃ ମଶା ଧୂପର ବ୍ୟବହାର କରିଥାଉ। ହେଲେ ଏହି ମଶା ଧୂପ ବ୍ୟବହାର କରିବା ଜଣେ ଯୁବକଙ୍କୁ ଭାରି ପଡ଼ିଛି। କାରଣ ମଶାଧୂପ ଧୂଆଁ ନେଇଛି ଜଣେ ଯୁବକଙ୍କ ଜୀବନ ।

ସୂଚନା ଅନୁଯାୟୀ, ଗତ ଗୁରୁବାର ରାତି ପ୍ରାୟ ୧୨ ଟାରେ ଅଠାନ୍ତର ଗ୍ରାମର ଅଜିତ୍ କୁମାର ଦାସ (ଗୁଗା) ନିଜ ଟାଟା ଏସ୍‌ ଗାଡିରେ ପ୍ରତିଦିନ ଭଳି ଭୁବନେଶ୍ଵର ୪ ନମ୍ବର ମାଛ ମାର୍କେଟରୁ ମାଛ ଆଣିବାକୁ ଆସିଥିଲେ। ହେଲେ ମାଛ ବାହାରିବା ପାଇଁ ଆହୁରି ସମୟ ଥିବାରୁ ସେ ନିଜ ଗାଡ଼ିରେ ଶୋଇପଡ଼ିଥିଲେ । ତେବେ ଗାଡ଼ିରେ ମଶା କାମୁଡ଼ିବାରୁ ମଶା ଧୂପର ବ୍ୟବହାର କରି ଶୋଇପଡ଼ିଥିଲେ। ଆଉ ଗାଡ଼ିର ଡୋର୍‌ ମଧ୍ୟ ବନ୍ଦ କରିଦେଇଥିଲେ। ଯାହା ତାଙ୍କ ପାଇଁ କାଳ ସାଜିଥିଲା। ପ୍ରକୃତରେ ଗାଡ଼ିରେ ଶ୍ବାସରୁଦ୍ଧ ହୋଇପଡ଼ିଥିଲେ ଅଜିତ୍‌।

ତେବେ ୨ ଘଣ୍ଟା ପରେ ତାଙ୍କ ସହଯୋଗୀ ତାଙ୍କୁ ଉଠାଇବା ଆସିବା ବେଳେ ସେ ଡୋର୍‌ ଖୋଲିନଥିଲେ। ତେଣୁ ଡୋର୍‌ ଭାଙ୍ଗି ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଅଜିତଙ୍କୁ ମୃତ ଘୋଷଣା କରିଥିଲେ । ମଶା ଧୂପର ବିଷାକ୍ତ ଧୂଆଁ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଅନୁମାନ କରିଛନ୍ତି ।

ସେପଟେ ଅଜିତଙ୍କ ଅକାଳ ବିୟୋଗରେ ଅଠାନ୍ତର ଗ୍ରାମର ଶୋକର ଛାୟା ଖେଳିଯାଇଛି । ଅଜିତଙ୍କ ଘରେ ସ୍ତ୍ରୀ ଏବଂ ଏକ ୧୨ ବର୍ଷର ପୁତ୍ର ସନ୍ତାନ ଅଛନ୍ତି । ଗାଡ଼ି ଚଳାଇ ଗୁଜୁରାଣ ମେଣ୍ଟାଉଥିବା ଅଜିତଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡ଼ିଛନ୍ତି ତାଙ୍କ ପରିବାର।