ଇତିହାସ ରଚିଲା ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ଯୋଜନା, ଅକ୍ଟୋବର ସୁଦ୍ଧା ୧ହଜାର କୋଟି ଟଙ୍କାର ବିକ୍ରି
ନୂଆଦିଲ୍ଲୀ ୨୧।୧୦: ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପ୍ରକଳ୍ପ (ପିଏମବିଜେପି) ଅକ୍ଟୋବର ୨୦୨୪ରେ ୧ ହଜାର କୋଟି ଟଙ୍କାର ଔଷଧ ବିକ୍ରି କରି ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି। ଗତବର୍ଷ ତୁଳନାରେ ଏହା ଏକ ମହତ୍ୱପୂର୍ଣ୍ଣ ପ୍ରଗତି ଓ ଏହି ଲକ୍ଷ ଡିସେମ୍ବର ୨୦୨୩ରେ ପୁରଣ ହୋଇଥିଲା। ଏହି ଉପଲବ୍ଧି ଶସ୍ତା ତଥା କ୍ୱାଲିଟି ଔଷଧ ଉପରେ ଲୋକଙ୍କ ବଢୁଥିବା ଭରସା ଓ ନିର୍ଭରତାକୁ ଦର୍ଶାଉଛି। ଏହା କେବଳ ନାଗରିକଙ୍କ ଅତୁଟ ସମର୍ଥନରେ ସମ୍ଭବ ହୋଇ ପାରିଛି। ସାରା ଦେଶରେ ଜନଔଷଧି ପ୍ରକଳ୍ପର୧୪ ହଜାରରୁ ଅଧିକ ଦୋକାନ ରହିଛି। କିଛିଦିନ ପୂର୍ବରୁ ପିଏମବିୱାଇ ସେପ୍ଟେମ୍ବର ୨୦୨୪ରେ ଗୋଟିଏ ମାସରେ ୨୦୦ କୋଟି ଟଙ୍କାର ଔଷଧ ବିକ୍ରି କରିଥିଲା। ଗତ ୧୦ ବର୍ଷରେ ଏପରି କେନ୍ଦ୍ରର ସଂଖ୍ୟା ୧୭୦ ଗୁଣାରୁ ଅଧିକ ବୃଦ୍ଧି ହୋଇଛି। ୨୦୧୪ ମସିହାରେ ଦେଶରେ ମାତ୍ର ୮୦ଟି ଜନ ଔଷଧି କେନ୍ଦ୍ର ଥିଲା। ଏବେ ବଢି ୧୪ ହଜାରରୁ ଅଧିକ କେନ୍ଦ୍ର ହୋଇ ଗଲାଣି, ଯାହା ଦେଶର ପାଖାପାଖି ସବୁ ଜିଲ୍ଲାରେ ରହିଛି। ଆଗାମୀ ୨ ବର୍ଷରେ ଦେଶରେ ୨୫ ହଜାର ଜନ ଔଷଧି କେନ୍ଦ୍ର ଥିବ ବୋଲି ଅନୁମାନ କରାଯାଉଛି। ପିଏମବିଜେପି ଉତ୍ପାଦ ସମୂହରେ ୨୦୪୭ ଔଷଧ ଓ ୩୦୦ ସର୍ଜିକାଲ ଉପକରଣ ରହିଛି। ଯାହା ସବୁ ଚିକିତ୍ସକୀୟ ସମୂହ ଯେପରି କାର୍ଡିଓ ଭସ୍କୁଲାର, ଆଣ୍ଟି-କ୍ୟାନସର, ଆଣ୍ଟି ଡାୟବେଟିଜ, ଆଣ୍ଟି ଇନଫେକ୍ଟିସ୍ , ଆଣ୍ଟି ଏଲାର୍ଜିକ, ଗ୍ୟାଷ୍ଟ୍ରୋ-ଇଣ୍ଟେଷ୍ଟାଇନାଲ ଔଷଧ ଏବଂ ନ୍ୟୁଟ୍ରାସ୍ୟୁଟି
ନୂଆଦିଲ୍ଲୀ ୨୧।୧୦: ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପ୍ରକଳ୍ପ (ପିଏମବିଜେପି) ଅକ୍ଟୋବର ୨୦୨୪ରେ ୧ ହଜାର କୋଟି ଟଙ୍କାର ଔଷଧ ବିକ୍ରି କରି ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି। ଗତବର୍ଷ ତୁଳନାରେ ଏହା ଏକ ମହତ୍ୱପୂର୍ଣ୍ଣ ପ୍ରଗତି ଓ ଏହି ଲକ୍ଷ ଡିସେମ୍ବର ୨୦୨୩ରେ ପୁରଣ ହୋଇଥିଲା। ଏହି ଉପଲବ୍ଧି ଶସ୍ତା ତଥା କ୍ୱାଲିଟି ଔଷଧ ଉପରେ ଲୋକଙ୍କ ବଢୁଥିବା ଭରସା ଓ ନିର୍ଭରତାକୁ ଦର୍ଶାଉଛି। ଏହା କେବଳ ନାଗରିକଙ୍କ ଅତୁଟ ସମର୍ଥନରେ ସମ୍ଭବ ହୋଇ ପାରିଛି।
ସାରା ଦେଶରେ ଜନଔଷଧି ପ୍ରକଳ୍ପର୧୪ ହଜାରରୁ ଅଧିକ ଦୋକାନ ରହିଛି। କିଛିଦିନ ପୂର୍ବରୁ ପିଏମବିୱାଇ ସେପ୍ଟେମ୍ବର ୨୦୨୪ରେ ଗୋଟିଏ ମାସରେ ୨୦୦ କୋଟି ଟଙ୍କାର ଔଷଧ ବିକ୍ରି କରିଥିଲା। ଗତ ୧୦ ବର୍ଷରେ ଏପରି କେନ୍ଦ୍ରର ସଂଖ୍ୟା ୧୭୦ ଗୁଣାରୁ ଅଧିକ ବୃଦ୍ଧି ହୋଇଛି। ୨୦୧୪ ମସିହାରେ ଦେଶରେ ମାତ୍ର ୮୦ଟି ଜନ ଔଷଧି କେନ୍ଦ୍ର ଥିଲା। ଏବେ ବଢି ୧୪ ହଜାରରୁ ଅଧିକ କେନ୍ଦ୍ର ହୋଇ ଗଲାଣି, ଯାହା ଦେଶର ପାଖାପାଖି ସବୁ ଜିଲ୍ଲାରେ ରହିଛି।
ଆଗାମୀ ୨ ବର୍ଷରେ ଦେଶରେ ୨୫ ହଜାର ଜନ ଔଷଧି କେନ୍ଦ୍ର ଥିବ ବୋଲି ଅନୁମାନ କରାଯାଉଛି। ପିଏମବିଜେପି ଉତ୍ପାଦ ସମୂହରେ ୨୦୪୭ ଔଷଧ ଓ ୩୦୦ ସର୍ଜିକାଲ ଉପକରଣ ରହିଛି। ଯାହା ସବୁ ଚିକିତ୍ସକୀୟ ସମୂହ ଯେପରି କାର୍ଡିଓ ଭସ୍କୁଲାର, ଆଣ୍ଟି-କ୍ୟାନସର, ଆଣ୍ଟି ଡାୟବେଟିଜ, ଆଣ୍ଟି ଇନଫେକ୍ଟିସ୍ , ଆଣ୍ଟି ଏଲାର୍ଜିକ, ଗ୍ୟାଷ୍ଟ୍ରୋ-ଇଣ୍ଟେଷ୍ଟାଇନାଲ ଔଷଧ ଏବଂ ନ୍ୟୁଟ୍ରାସ୍ୟୁଟିକାଲ ଆଦି ଔଷଧ ମିଳୁଛି। ଦୈନିକ ପ୍ରାୟ ୧ ନିୟୁତ ଲୋକେ ଏହି ଜନହିତୌଷୀ କେନ୍ଦ୍ରକୁ ଯାଉଛନ୍ତି।