୬ ମାସରେ ପୋଷାକ ଓ ଫୁଟ୍ ଓ୍ୱିୟରରେ ଅଧିକ ଖର୍ଚ୍ଚ କରିବେ ୭୫ ପ୍ରତିଶତ ଭାରତୀୟ
ନୂଆଦିଲ୍ଲୀ: ଆଗାମୀ ୬ ମାସରେ ପୋଷାକ ଓ ଫୁଟ୍ ଓ୍ୱିୟରରେ ଖର୍ଚ୍ଚ କରିବେ ୭୫ ପ୍ରତିଶତ ଭାରତୀୟ। ବିଶ୍ୱର ୫୦ ପ୍ରତିଶତ ତୁଳନାରେ ଏହା ବହୁତ ଅଧିକ।PwC ଇଣ୍ଡିଆର ‘ଭଏସ୍ ଅଫ୍ କଞ୍ଜ୍ୟୁମର ସର୍ଭେ 2024’ ଅନୁଯାୟୀ, ପୋଷାକ ଏବଂ ଫୁଟ୍ ଓ୍ୱିୟର ପରେ 74% ଭାରତୀୟ ଭାବନ୍ତି ଯେ ଖାଦ୍ୟ ସାମଗ୍ରୀ ଉପରେ ସେମାନଙ୍କ ଖର୍ଚ୍ଚ ଆସନ୍ତା ୬ ମାସ ମଧ୍ୟରେ ବୃଦ୍ଧି ପାଇବ। ବିଶ୍ୱସ୍ତରରେ ଏହା 62 ପ୍ରତିଶତ ଅଟେ।ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତର ଅଧିକାଂଶ ଗ୍ରାହକ ଅଫଲାଇନ ଷ୍ଟୋରରୁ ଉତ୍ପାଦ ତଥା ସାମଗ୍ରୀ କିଣିବାକୁ ପସନ୍ଦ କରନ୍ତି। ସର୍ଭେ କରାଯାଇଥିବା ଲୋକଙ୍କ ମଧ୍ୟରୁ ୫୬% କହିଛନ୍ତି ଯେ ସେମାନେ ବାରମ୍ବାର ସପିଂ ପାଇଁ ଫିଜିକାଲି ଯିବାକୁ ପସନ୍ଦ କରନ୍ତି।ଆହୁରି ମଧ୍ୟ ୪୭ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ମୋବାଇଲ୍ ମାଧ୍ୟମରେ ବାରମ୍ବାର ଅନଲାଇନ୍ ସପିଂ କରନ୍ତି। କିନ୍ତୁ ଅଥିକ ସୋସିଆଲ୍ ମିଡିଆ ବ୍ୟବହାର ସତ୍ତ୍ୱେ 58% ଗ୍ରାହକ ପ୍ଲାଟଫର୍ମ ମାଧ୍ୟମରେ ସିଧାସଳଖ ଉତ୍ପାଦ କିଣୁଛନ୍ତି। ଅର୍ଥାତ ଏଥିରେ ଥିବା ପ୍ରାଇଭେସି ତଥା ଗୋପନୀୟତା ଉପରେ ବିଶ୍ୱାସ କମ୍ ରହିଛି।77 ପ୍ରତିଶତ ସୋସିଆଲ ମିଡିଆ ଜରିଆରେ ନୂତନ ବ୍ରାଣ୍ଡ ଦେଖୁଥିବା ବେଳେ 81 ପ୍ରତିଶତ ଏହାକୁ କିଣିବା ପୂର୍ବରୁ ସମୀକ୍ଷା କରନ୍ତି। 76 ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ପ୍ରାଇଭେସି ଓ ଡାଟା ସେୟାର କରିବା ପାଇଁ ଚିନ୍ତିତ।ପୃଥକ ପୃଥକ ଭାବରେ, 82% ଭାରତୀୟ ଗ୍ରାହକ
ନୂଆଦିଲ୍ଲୀ: ଆଗାମୀ ୬ ମାସରେ ପୋଷାକ ଓ ଫୁଟ୍ ଓ୍ୱିୟରରେ ଖର୍ଚ୍ଚ କରିବେ ୭୫ ପ୍ରତିଶତ ଭାରତୀୟ। ବିଶ୍ୱର ୫୦ ପ୍ରତିଶତ ତୁଳନାରେ ଏହା ବହୁତ ଅଧିକ।
PwC ଇଣ୍ଡିଆର ‘ଭଏସ୍ ଅଫ୍ କଞ୍ଜ୍ୟୁମର ସର୍ଭେ 2024’ ଅନୁଯାୟୀ, ପୋଷାକ ଏବଂ ଫୁଟ୍ ଓ୍ୱିୟର ପରେ 74% ଭାରତୀୟ ଭାବନ୍ତି ଯେ ଖାଦ୍ୟ ସାମଗ୍ରୀ ଉପରେ ସେମାନଙ୍କ ଖର୍ଚ୍ଚ ଆସନ୍ତା ୬ ମାସ ମଧ୍ୟରେ ବୃଦ୍ଧି ପାଇବ। ବିଶ୍ୱସ୍ତରରେ ଏହା 62 ପ୍ରତିଶତ ଅଟେ।
ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତର ଅଧିକାଂଶ ଗ୍ରାହକ ଅଫଲାଇନ ଷ୍ଟୋରରୁ ଉତ୍ପାଦ ତଥା ସାମଗ୍ରୀ କିଣିବାକୁ ପସନ୍ଦ କରନ୍ତି। ସର୍ଭେ କରାଯାଇଥିବା ଲୋକଙ୍କ ମଧ୍ୟରୁ ୫୬% କହିଛନ୍ତି ଯେ ସେମାନେ ବାରମ୍ବାର ସପିଂ ପାଇଁ ଫିଜିକାଲି ଯିବାକୁ ପସନ୍ଦ କରନ୍ତି।
ଆହୁରି ମଧ୍ୟ ୪୭ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ମୋବାଇଲ୍ ମାଧ୍ୟମରେ ବାରମ୍ବାର ଅନଲାଇନ୍ ସପିଂ କରନ୍ତି। କିନ୍ତୁ ଅଥିକ ସୋସିଆଲ୍ ମିଡିଆ ବ୍ୟବହାର ସତ୍ତ୍ୱେ 58% ଗ୍ରାହକ ପ୍ଲାଟଫର୍ମ ମାଧ୍ୟମରେ ସିଧାସଳଖ ଉତ୍ପାଦ କିଣୁଛନ୍ତି। ଅର୍ଥାତ ଏଥିରେ ଥିବା ପ୍ରାଇଭେସି ତଥା ଗୋପନୀୟତା ଉପରେ ବିଶ୍ୱାସ କମ୍ ରହିଛି।
77 ପ୍ରତିଶତ ସୋସିଆଲ ମିଡିଆ ଜରିଆରେ ନୂତନ ବ୍ରାଣ୍ଡ ଦେଖୁଥିବା ବେଳେ 81 ପ୍ରତିଶତ ଏହାକୁ କିଣିବା ପୂର୍ବରୁ ସମୀକ୍ଷା କରନ୍ତି। 76 ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ପ୍ରାଇଭେସି ଓ ଡାଟା ସେୟାର କରିବା ପାଇଁ ଚିନ୍ତିତ।
ପୃଥକ ପୃଥକ ଭାବରେ, 82% ଭାରତୀୟ ଗ୍ରାହକ ବ୍ୟକ୍ତିଗତ ତଥ୍ୟର ସୁରକ୍ଷାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରନ୍ତି।
PwC Indiaର ରିଟେଲ ଆଣ୍ଡ୍ କଞ୍ଜୁମର ମୁଖ୍ୟ ରବି କୁମାର କହିଛନ୍ତି-“ଆମର ସର୍ବେକ୍ଷଣରେ ତିନୋଟି ମୁଖ୍ୟ ଡ୍ରାଇଭ୍ ପ୍ରକାଶ ପାଇଛି। ପ୍ରଥମତଃ ବ୍ରାଣ୍ଡଗୁଡ଼ିକ ସେମାନଙ୍କ ଗ୍ରାହକଙ୍କ ପାଇଁ ଜୀବନକୁ କେତେ ସହଜ କରିଛନ୍ତି। ଦ୍ୱିତୀୟରେ ସେମାନେ ସେମାନଙ୍କର ଗ୍ରାହକମାନଙ୍କ ସହିତ କେତେ ଭଲ ଭାବରେ ଯୋଗାଯୋଗରେ ରହିଛନ୍ତି। ଶେଷରେ ସେମାନେ କିପରି ସେମାନଙ୍କ ଗ୍ରାହକମାନଙ୍କ ସହିତ ଯୋଡ଼ିହେବେ ସୁନିଶ୍ଚିତ କରନ୍ତି ।”