ପୁରୀରେ ପୋଲିସ ଡିଜି ଓ୍ୱାଇ ବି ଖୁରାନିଆ, ମହାପ୍ରଭୁଙ୍କ ଦର୍ଶନ ସହ ସୁରକ୍ଷା ନେଇ କଲେ ଆଲୋଚନା

ପୁରୀ ୧୭।୦୮ : ପୁରୀରେ ଓଡିଶା ପୋଲିସ ଡିଜି ଓ୍ୱାଇ ବି ଖୁରାନିଆ । ଶୁକ୍ରବାର ଦାୟିତ୍ୱ ଗ୍ରହଣ ପରେ ଶନିବାର ଦିନ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଏହାସହ ମହାପ୍ରଭୁଙ୍କ ଆଶିଷ ଲାଭ ମଧ୍ୟ କରିଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ । ଓଡିଶା ପୋଲିସର ନୂତନ ଡିଜିପି ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ଶନିବାର ଦିନ ବରିଷ୍ଠ ଆଇପିଏସ୍‌ ଯୋଗେଶ ବାହାଦୂର ଖୁରାନିଆ ପୁରୀରେ ପହଞ୍ଚିଥିଲେ । ଶ୍ରୀମନ୍ଦିରର ସିଂହଦ୍ୱାର ଠାରେ ପହଞ୍ଚିବା ପରେ ପୁରୀ ଏସ୍‌ପି ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ସ୍ୱାଗତ ଜଣାଇଥିଲେ । ଏହାପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା କରିଛନ୍ତି ।ସୂଚନାଯୋଗ୍ୟ ଯେ, ଗତ ୨ ତାରିଖରେ କ୍ୟାବିନେଟ୍‌ କମିଟି ଓ୍ବାଇ ବି ଖୁରାନିଆଙ୍କ ଡେପୁଟେସନ ଅବଧିକୁ ଆଗୁଆ ସମାପ୍ତ କରି ଓଡ଼ିଶା କ୍ୟାଡରକୁ ଫେରାଇ ଆଣିଥିଲେ । କେନ୍ଦ୍ର କାର୍ମିକ ମନ୍ତ୍ରଣାଳ୍ର ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜୁଲାଇ ୨୬ ତାରିଖର ପ୍ରସ୍ତାବ ଅଧାରରେ BSF ସ୍ପେଶାଲ ଡିଜି ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଓ୍ବା.ବି ଖୁରାନିଆଙ୍କୁ ତତ୍କାଳ ପ୍ରଭାବରୁ ନିଜ କ୍ୟାଡର ଓଡ଼ିଶାକୁ ଫେରାଇ ଦେବା ପାଇଁ କେନ୍ଦ୍ର ନିଯୁତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଅନୁମୋଦନ କରିଥିଲା । ଆଉ ସୁବ ଚର୍ଚ୍ଚାର ଅନ୍ତ ଘଟାଇ ରାଜ୍ୟର ନ

ପୁରୀରେ ପୋଲିସ ଡିଜି ଓ୍ୱାଇ ବି ଖୁରାନିଆ, ମହାପ୍ରଭୁଙ୍କ ଦର୍ଶନ ସହ ସୁରକ୍ଷା ନେଇ କଲେ ଆଲୋଚନା

ପୁରୀ ୧୭।୦୮ : ପୁରୀରେ ଓଡିଶା ପୋଲିସ ଡିଜି ଓ୍ୱାଇ ବି ଖୁରାନିଆ । ଶୁକ୍ରବାର ଦାୟିତ୍ୱ ଗ୍ରହଣ ପରେ ଶନିବାର ଦିନ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଏହାସହ ମହାପ୍ରଭୁଙ୍କ ଆଶିଷ ଲାଭ ମଧ୍ୟ କରିଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ । 

ଓଡିଶା ପୋଲିସର ନୂତନ ଡିଜିପି ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ଶନିବାର ଦିନ ବରିଷ୍ଠ ଆଇପିଏସ୍‌ ଯୋଗେଶ ବାହାଦୂର ଖୁରାନିଆ ପୁରୀରେ ପହଞ୍ଚିଥିଲେ । ଶ୍ରୀମନ୍ଦିରର ସିଂହଦ୍ୱାର ଠାରେ ପହଞ୍ଚିବା ପରେ ପୁରୀ ଏସ୍‌ପି ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ସ୍ୱାଗତ ଜଣାଇଥିଲେ । ଏହାପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨ ତାରିଖରେ କ୍ୟାବିନେଟ୍‌ କମିଟି ଓ୍ବାଇ ବି ଖୁରାନିଆଙ୍କ ଡେପୁଟେସନ ଅବଧିକୁ ଆଗୁଆ ସମାପ୍ତ କରି ଓଡ଼ିଶା କ୍ୟାଡରକୁ ଫେରାଇ ଆଣିଥିଲେ । କେନ୍ଦ୍ର କାର୍ମିକ ମନ୍ତ୍ରଣାଳ୍ର ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜୁଲାଇ ୨୬ ତାରିଖର ପ୍ରସ୍ତାବ ଅଧାରରେ BSF ସ୍ପେଶାଲ ଡିଜି ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଓ୍ବା.ବି ଖୁରାନିଆଙ୍କୁ ତତ୍କାଳ ପ୍ରଭାବରୁ ନିଜ କ୍ୟାଡର ଓଡ଼ିଶାକୁ ଫେରାଇ ଦେବା ପାଇଁ କେନ୍ଦ୍ର ନିଯୁତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଅନୁମୋଦନ କରିଥିଲା । ଆଉ ସୁବ ଚର୍ଚ୍ଚାର ଅନ୍ତ ଘଟାଇ ରାଜ୍ୟର ନୂଆ ଡିଜିପି ଭାବେ ଦାୟିତ୍ବ ନେଇଛନ୍ତି ୧୯୯୦ ବ୍ୟାଚ୍‌ର ଏହି ବରିଷ୍ଠ ଆଇପିଏସ୍‌ ଯୋଗେଶ ବାହାଦୂର ଖୁରାନିଆ ।