ଆର୍ଥିକ ବର୍ଷ୨୦୨୪-୨୫ରେ ଅର୍ଥନୈତିକ ଅଭିବୃଦ୍ଧି ୭ ପ୍ରତିଶତ ରହିବ: ଶକ୍ତିକାନ୍ତ ଦାସ
ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୪-୨୦୨୫ରେ ଦେଶରେ ଅର୍ଥନୈତିକ ଅବିଭୃଦ୍ଧି ୭ ପ୍ରତିଶତ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କର ରେଟ ସେଟିଂ ପ୍ୟାନେଲ୍ ଏହି ଆକଳନ କରିଛି ବୋଲି ଗୁରୁବାର ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ମନିଟାରୀ ପଲିସି କମିଟିର ଆକଳନ ଅନୁସାରେ, ଆର୍ଥିକ ବର୍ଷ ୨୦୨୫ରେ ପ୍ରତ୍ୟେକ ତ୍ରିୟମାସିକରେ ଯଥାକ୍ରମେ ୭.୨ ପ୍ରତିଶତ, ୬.୮ ପ୍ରତିସତ, ୭ ପ୍ରତିଶତ ଓ ୬.୯ ପ୍ରତିଶତ ହାରରେ ଆର୍ଥିକ ବିକାଶ ହେବ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି। ପଢ଼ନ୍ତୁ-କାମଚଳା ବଜେଟ୍ର ମୋଟ୍ ଆକାର ୧ ଲକ୍ଷ ୧୮ ହଜାର କୋଟି, ଜାତୀୟ ହାରଠୁ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ ଡିସେମ୍ବର ମାସରେ ମନିଟାରି ପଲିସି କମିଟି(ଏମ୍ପିସି) ବୈଠକରେ ଆର୍ଥିକ ବର୍ଷ ୨୦୨୪ ପାଇଁ ୭ ପ୍ରତିଶତ ଅଭିବୃଦ୍ଧି ହାର ଆକଳନ କରାଯାଇଥିଲା। ତୃତୀୟ ତ୍ରୟମାସିକ ଓ ଚତୁର୍ଥ ତ୍ରୟମାସିକରେ ଜିଡିପି ଯଥାକ୍ରମେ ୬.୫ ପ୍ରତିଶତ ଓ ୬.୦ ପ୍ରତିଶତ ଆକଳନ କରାଯାଇଥିଲା। ସେହିପରି ଆର୍ଥିକ ବର୍ଷ ୨୦୨୫ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ତ୍ରିୟ ମାସିକରେ ଯଥାକ୍ରମେ ୬.୭ ପ୍ରତିଶତ, ୬.୫ ପ୍ରତିଶତ ଓ ୬.୪ ପ୍ରତିଶତ ଅଭିବୃଦ୍ଧି ହେବ ବୋଲି ଆକଳନ କରାଯାଇଥିଲା। The post ଆର୍ଥିକ ବର୍ଷ୨୦୨୪-୨୫ରେ ଅର୍ଥନୈତିକ ଅଭିବୃଦ୍ଧି ୭ ପ୍ରତିଶତ ରହିବ: ଶକ୍ତିକାନ୍ତ ଦାସ appeared first on Prameya News7.
ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୪-୨୦୨୫ରେ ଦେଶରେ ଅର୍ଥନୈତିକ ଅବିଭୃଦ୍ଧି ୭ ପ୍ରତିଶତ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କର ରେଟ ସେଟିଂ ପ୍ୟାନେଲ୍ ଏହି ଆକଳନ କରିଛି ବୋଲି ଗୁରୁବାର ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ମନିଟାରୀ ପଲିସି କମିଟିର ଆକଳନ ଅନୁସାରେ, ଆର୍ଥିକ ବର୍ଷ ୨୦୨୫ରେ ପ୍ରତ୍ୟେକ ତ୍ରିୟମାସିକରେ ଯଥାକ୍ରମେ ୭.୨ ପ୍ରତିଶତ, ୬.୮ ପ୍ରତିସତ, ୭ ପ୍ରତିଶତ ଓ ୬.୯ ପ୍ରତିଶତ ହାରରେ ଆର୍ଥିକ ବିକାଶ ହେବ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି।
ପଢ଼ନ୍ତୁ-କାମଚଳା ବଜେଟ୍ର ମୋଟ୍ ଆକାର ୧ ଲକ୍ଷ ୧୮ ହଜାର କୋଟି, ଜାତୀୟ ହାରଠୁ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ
ଡିସେମ୍ବର ମାସରେ ମନିଟାରି ପଲିସି କମିଟି(ଏମ୍ପିସି) ବୈଠକରେ ଆର୍ଥିକ ବର୍ଷ ୨୦୨୪ ପାଇଁ ୭ ପ୍ରତିଶତ ଅଭିବୃଦ୍ଧି ହାର ଆକଳନ କରାଯାଇଥିଲା। ତୃତୀୟ ତ୍ରୟମାସିକ ଓ ଚତୁର୍ଥ ତ୍ରୟମାସିକରେ ଜିଡିପି ଯଥାକ୍ରମେ ୬.୫ ପ୍ରତିଶତ ଓ ୬.୦ ପ୍ରତିଶତ ଆକଳନ କରାଯାଇଥିଲା। ସେହିପରି ଆର୍ଥିକ ବର୍ଷ ୨୦୨୫ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ତ୍ରିୟ ମାସିକରେ ଯଥାକ୍ରମେ ୬.୭ ପ୍ରତିଶତ, ୬.୫ ପ୍ରତିଶତ ଓ ୬.୪ ପ୍ରତିଶତ ଅଭିବୃଦ୍ଧି ହେବ ବୋଲି ଆକଳନ କରାଯାଇଥିଲା।
The post ଆର୍ଥିକ ବର୍ଷ୨୦୨୪-୨୫ରେ ଅର୍ଥନୈତିକ ଅଭିବୃଦ୍ଧି ୭ ପ୍ରତିଶତ ରହିବ: ଶକ୍ତିକାନ୍ତ ଦାସ appeared first on Prameya News7.