ରେଭେନ୍ସା ୟୁନିଭରସିଟି ନାଁ ପରିବର୍ତ୍ତନ ପ୍ରସ୍ତାବକୁ ବିଜେଡିର ବିରୋଧ
ନନ୍ଦିଘୋଷ ବ୍ୟୁରୋ: କଟକ ରେଭେନ୍ସା ୟୁନିଭରସିଟିର ନାଁ ପରିବର୍ତ୍ତନ ପ୍ରସ୍ତାବକୁ କଡ଼ା ସମାଲୋଚନା କରିଛି ବିଜେଡି । ଲେଖାଶ୍ରୀ ସାମନ୍ତସିଂହାର... The post ରେଭେନ୍ସା ୟୁନିଭରସିଟି ନାଁ ପରିବର୍ତ୍ତନ ପ୍ରସ୍ତାବକୁ ବିଜେଡିର ବିରୋଧ appeared first on .
ନନ୍ଦିଘୋଷ ବ୍ୟୁରୋ: କଟକ ରେଭେନ୍ସା ୟୁନିଭରସିଟିର ନାଁ ପରିବର୍ତ୍ତନ ପ୍ରସ୍ତାବକୁ କଡ଼ା ସମାଲୋଚନା କରିଛି ବିଜେଡି । ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ରେଭେନ୍ସା ବ୍ରାଣ୍ଡ ତିଆରି ପାଇଁ ବହୁ କଷ୍ଟ କରିବାକୁ ପଡ଼ିଛି। ଏହାକୁ ସରକାର ନଷ୍ଟ କରନ୍ତୁ ନାହିଁ। ରେଭେନସା ହେଉଛି ଉଚ୍ଚ ଶିକ୍ଷାର ଏକ ବଡ଼ ଅନୁଷ୍ଠାନ। ନାଁ ବଦଳାଇବା ପ୍ରସ୍ତାବ ଦେଇ ମନ୍ତ୍ରୀ ନିଜର ହୀନ ମାନସିକତା ଦେଖାଇଥିବା କହିଛନ୍ତି ଲେଖାଶ୍ରୀ । ସେପଟେ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ରେଭେନସା ହେଉଛି ଓଡ଼ିଶାର ଗର୍ବ ଓ ଗୌରବ। ଓଡ଼ିଶା ଅସ୍ମିତାର ଆଳ ଦେଖାଇ କେନ୍ଦ୍ରମନ୍ତ୍ରୀ ନାଁ ପରିବର୍ତ୍ତନ କଥା କହିଛନ୍ତି। ଏହା ସମସ୍ତଙ୍କୁ ଚିନ୍ତିତ କରିଛି। ସେ ସମୟରେ ରେଭେନ୍ସା ପାଇଁ ଶିକ୍ଷାର ପ୍ରସାର ପ୍ରସାର ହୋଇଥିଲା। ଧର୍ମେନ୍ଦ୍ର ବାବୁ ମଝିରେ ମଝିରେ ବିଳି ବିଳେଇ ହେଉଛନ୍ତି। ଦେଶର ଶିକ୍ଷାମନ୍ତ୍ରୀ ଭାବେ ସେ ଶିକ୍ଷକ ଓ ଛାତ୍ରଙ୍କ ଉନ୍ନତି କଥା ଚିନ୍ତା କରିବା ଉଚିତ। ଲେନିନ ଚେତାଇ ଦେଇଛନ୍ତି, ରେଭେନ୍ସାକୁ ଧର୍ମେନ୍ଦ୍ର ପ୍ରଧାନ ରାଜନୀତିରେ ପୁରାନ୍ତୁ ନାହିଁ। ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ ଶିକ୍ଷା ମନ୍ତ୍ରୀ।
The post ରେଭେନ୍ସା ୟୁନିଭରସିଟି ନାଁ ପରିବର୍ତ୍ତନ ପ୍ରସ୍ତାବକୁ ବିଜେଡିର ବିରୋଧ appeared first on .