ରେରା ଆଇନରେ ହେବ ବଡ ପରିବର୍ତ୍ତନ: ଏଣିକି ଅସମୟରେ ପୁରା ନୁହେଁ ଅଧା ଜମି ବିକିପାରିବେ

କନକ ବ୍ୟୁରୋ:  ରାଜ୍ୟରେ ହେବ ‘ରେରା’ ଆଇନର ପରିବର୍ତ୍ତନ। ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କହିଛନ୍ତି, ଅସୁବିଧା ସମୟରେ ସମସ୍ତ ଜମି ବିକ୍ରି କରିବାର ଆବଶ୍ୟକତା ନାହିଁ। ପାର୍ଟ ବା ଜମିର କିଛି ଅଂଶ ମଧ୍ୟ ବିକ୍ରି କରିପାରିବେ, ସେନେଇ ‘ରେରା’ର ଆବଶ୍ୟକତା ନହେବା ନେଇ ଆଲୋଚନା ହେବ।  ଏହାସହ ଦଲାଲ ମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । କହିଛନ୍ତି, କାମ ନଥାଇ ବାରମ୍ବାର ଅଫିସକୁ ଆସିଲେ ଦଲାଲ ବୋଲି ଧରାଯିବ । ସିସିଟିଭି ଫୁଟେଜ ଆଧାରରେ ଫଟୋ ଚିହ୍ନଟ କରି ଡିଏସଆର୍ ଅଫିସ କାନ୍ଥରେ ଲଗାଯିବ । ମନ୍ଦ ଉଦ୍ଦେଶ୍ୟ ରଖି ଅବହେଳା କରିବା ଓ ଏହାର ପ୍ରମାଣ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଲୋକଙ୍କୁ ରାଜସ୍ୱ ସେବା ଦେବାରେ ଅବହେଳା କଲେ କାର୍ୟ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ।

ରେରା ଆଇନରେ ହେବ ବଡ ପରିବର୍ତ୍ତନ: ଏଣିକି ଅସମୟରେ ପୁରା ନୁହେଁ ଅଧା ଜମି ବିକିପାରିବେ

କନକ ବ୍ୟୁରୋ:  ରାଜ୍ୟରେ ହେବ ‘ରେରା’ ଆଇନର ପରିବର୍ତ୍ତନ। ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କହିଛନ୍ତି, ଅସୁବିଧା ସମୟରେ ସମସ୍ତ ଜମି ବିକ୍ରି କରିବାର ଆବଶ୍ୟକତା ନାହିଁ। ପାର୍ଟ ବା ଜମିର କିଛି ଅଂଶ ମଧ୍ୟ ବିକ୍ରି କରିପାରିବେ, ସେନେଇ ‘ରେରା’ର ଆବଶ୍ୟକତା ନହେବା ନେଇ ଆଲୋଚନା ହେବ। 

ଏହାସହ ଦଲାଲ ମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । କହିଛନ୍ତି, କାମ ନଥାଇ ବାରମ୍ବାର ଅଫିସକୁ ଆସିଲେ ଦଲାଲ ବୋଲି ଧରାଯିବ । ସିସିଟିଭି ଫୁଟେଜ ଆଧାରରେ ଫଟୋ ଚିହ୍ନଟ କରି ଡିଏସଆର୍ ଅଫିସ କାନ୍ଥରେ ଲଗାଯିବ । ମନ୍ଦ ଉଦ୍ଦେଶ୍ୟ ରଖି ଅବହେଳା କରିବା ଓ ଏହାର ପ୍ରମାଣ ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଲୋକଙ୍କୁ ରାଜସ୍ୱ ସେବା ଦେବାରେ ଅବହେଳା କଲେ କାର୍ୟ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ।