ରେଲୱେ ବଜେଟ୍ରେ ଓଡ଼ିଶାକୁ ୧୦,୫୯୯ କୋଟି ଟଙ୍କା ମଞ୍ଜୁର
ନୂଆଦିଲ୍ଲୀ: ରେଲୱେ ବଜେଟ୍ରେ ଓଡ଼ିଶାକୁ ମିଳିଥିବା ଭାଗ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ସାମ୍ୱାଦିକ ସମିଳନୀ କରି ସୂଚନା ଦେଇଛନ୍ତି । ଫେବ୍ରୁଆରୀ ୧ରେ ଘୋଷିତ ବଜେଟ୍ରେ ରେଲୱେକୁ ୨.୫୨ ଲକ୍ଷ କୋଟି ଟଙ୍କା ଆବଣ୍ଟିତ ହୋଇଛି । ଏଥିରୁ ଓଡ଼ିଶା ପାଇଁ ୧୦ ହଜାର ୫୯୯ କୋଟି ଟଙ୍କା ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ମୋଦୀଙ୍କ ତୃୀତୟ ପାଳିରେ ଓଡ଼ିଶାକୁ ୨୦ ହଜାର କୋଟି ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । […]

ନୂଆଦିଲ୍ଲୀ: ରେଲୱେ ବଜେଟ୍ରେ ଓଡ଼ିଶାକୁ ମିଳିଥିବା ଭାଗ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ସାମ୍ୱାଦିକ ସମିଳନୀ କରି ସୂଚନା ଦେଇଛନ୍ତି । ଫେବ୍ରୁଆରୀ ୧ରେ ଘୋଷିତ ବଜେଟ୍ରେ ରେଲୱେକୁ ୨.୫୨ ଲକ୍ଷ କୋଟି ଟଙ୍କା ଆବଣ୍ଟିତ ହୋଇଛି । ଏଥିରୁ ଓଡ଼ିଶା ପାଇଁ ୧୦ ହଜାର ୫୯୯ କୋଟି ଟଙ୍କା ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ମୋଦୀଙ୍କ ତୃୀତୟ ପାଳିରେ ଓଡ଼ିଶାକୁ ୨୦ ହଜାର କୋଟି ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଓଡ଼ିଶାରେ ଚାଲିଛି ୬ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ଆଗାମୀ ଦିନରେ ଓଡ଼ିଶାରେ ଅଧିକ ଟ୍ରେନ୍ ଚାଲିବା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।
ଖବର ଅନୁଯାୟୀ, ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ପୂର୍ବ ଥର ତୁଳନାରେ ୧୩ କୋଟି ଟଙ୍କା ଅଧିକ ଆବଣ୍ଟିତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୧୦,୫୮୬ କୋଟି ଟଙ୍କା ମିଳିଥିଲା । ଏହା ପୂର୍ବରୁ ୨୦୨୩-୨୪ ବଜେଟ୍ରେ ରାଜ୍ୟକୁ ୧୦,୦୧୨ କୋଟି ଟଙ୍କା ମିଳିଥିଲା ।
ତେବେ ବଜେଟ୍ରେ ୫୦ ନମୋ ଭାରତ ଟ୍ରେନ୍କୁ ମଞ୍ଜୁରୀ ମିଳିଥିବାବେଳେ ୧୦୦ ଅମୃତ ଭାରତ ଟ୍ରେନ୍ ଓ ୨୦୦ ବନ୍ଦେ ଭାରତକୁ ମଞ୍ଜୁରୀ ପ୍ରଦାନ କରାଯାଇଥିବା ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।