ଆସିଲା +୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ : କଳା-ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗରେ

ଭୁବନେଶ୍ବର : ଯୁକ୍ତ ୩ରେ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ କଟ୍ ଅଫ୍ ତାଲିକା ପ୍ରକାଶ କରାଯାଇଛି । ତେବେ ଚଳିତ ବର୍ଷ କଳା,ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଆଗରେ ରହିଛି। ଚଳିତ ବର୍ଷ ସମୁଦାୟ ୨ ଲକ୍ଷ ୩୭ ହଜାର ୭୯୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ତନ୍ମଧ୍ୟରୁ ୨ ଲକ୍ଷ ୩୩ ହଜାର ୪୫୨ ଜଣ […]

ଆସିଲା +୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ : କଳା-ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗରେ
1st Phase Cut Off Marks for plus 3 Enrollment Released

ଭୁବନେଶ୍ବର : ଯୁକ୍ତ ୩ରେ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ କଟ୍ ଅଫ୍ ତାଲିକା ପ୍ରକାଶ କରାଯାଇଛି । ତେବେ ଚଳିତ ବର୍ଷ କଳା,ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଆଗରେ ରହିଛି।

ଚଳିତ ବର୍ଷ ସମୁଦାୟ ୨ ଲକ୍ଷ ୩୭ ହଜାର ୭୯୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ତନ୍ମଧ୍ୟରୁ ୨ ଲକ୍ଷ ୩୩ ହଜାର ୪୫୨ ଜଣ ନିର୍ଦ୍ଧାରିତ ଫି ଦାଖଲ କରି ଆବେଦନ ପ୍ରକ୍ରିୟା ସମ୍ପୁର୍ଣ୍ଣ କରିଥିଲେ। ତେବେ ସେଥି ମଧ୍ୟରୁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଅନୁସାରେ ୧ ଲକ୍ଷ ୭୮ ହଜାର ୯୭୬ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି।

Screenshot 4

ଛାତ୍ରଛାତ୍ରୀମାନେ ସାମ୍‌‌ସ ୱେବସାଇଟ୍‌‌ www.samsodisha.gov.in ରେ ସେମାନେ କେଉଁଠି ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ଦେଖିପାରିବେ। ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ୨୬ରୁ ୨୯ ତାରିଖ ମଧ୍ୟରେ ନାମଲେଖାଇ ପାରିବେ। ଚୟନ ହୋଇଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ଓ ବିଷୟରେ ପଢ଼଼ିବାକୁ ଆଗ୍ରହୀ ଥିଲେ ଫ୍ରିଜ୍‌‌ ଅପସନ୍‌‌ ଦେବେ। ଅନ୍ୟଥା ସ୍ଲାଇଡ୍‌‌ ଅପସନ୍‌‌ ଦେଇ ଅନ୍ୟ ଶିକ୍ଷାନୁଷ୍ଠାନ ପାଇଁ ପୁନଃ ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇପାରିବେ। ଫ୍ରିଜ୍‌‌ ବା ସ୍ଲାଇଡ୍‌‌ ଅପସନ୍‌‌ ଦେଇସାରିବା ପରେ ଛାତ୍ରଛାତ୍ରୀମାନେ ଆବଶ୍ୟକ ଫି’ ପୈଠ କରିବେ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୫ ତାରିଖରେ ପ୍ରକାଶ ପାଇବାକୁ ଥିବାବେଳେ ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ ୬ରୁ ୯ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଜୁଲାଇ ୧୫ ତାରିଖରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ।