ରେଲୱେକୁ ନୂଆ ଗତି ଦେବ ବନ୍ଦେ ଭାରତ ମେଟ୍ରୋ, ସାମନାକୁ ଆସିଲା ଟ୍ରେନର ପ୍ରଥମ ଝଲକ

ନୂଆଦିଲ୍ଲୀ: ବନ୍ଦେ ଭାରତ ଟ୍ରେନ୍ ପରେ ଏବେ ଦେଶର ଅନେକ ବଡ଼ ବଡ଼ ସହରରେ ବନ୍ଦେ ଭାରତ ମେଟ୍ରୋ ଚଲାଇବା ପାଇଁ ପ୍ରସ୍ତୁତି ଚାଲିଛି । ଏହାରି ଭିତରେ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ପ୍ରଥମ ଝଲକ ମଧ୍ୟ ସାମନାକୁ ଆସିଛି । ଏହି ମେଟ୍ରୋ ଟ୍ରେନର ଟ୍ରାଏଲ୍ ଚଳିତ ବର୍ଷ ଜୁଲାଇରୁ ଆରମ୍ଭ କରାଯିବ । ପଞ୍ଜାବର କପୁରଥଲାରେ ଏକ ରେଳ ବଗି ଫ୍ୟାକ୍ଟ୍ରିରେ ବନ୍ଦେ ଭାରତ ମେଟ୍ରୋର ପ୍ରଥମ କିଛି ବଗି ତିଆରି ସରିଛି ।ରିପୋର୍ଟ ଅନୁସାରେ, ପ୍ରାରମ୍ଭରେ ଏପରି ୫୦ ଟ୍ରେନ୍ ନିର୍ମାଣ କରାଯିବ । ପରେ ଧୀରେ ଧୀରେ ଏହି ସଂଖ୍ୟାକୁ ବଢାଇ ୪୦୦ କରାଯିବ । ସୂତ୍ର ଅନୁସାରେ ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍ ୧୦୦ରୁ ୨୫୦ କିଲୋମିଟର ମଧ୍ୟରେ ଚଲାଯାଇଛି । ଏଥିରେ ୧୨ଟି ବଗି ରହିବ, କିନ୍ତୁ ଏହାକୁ ୧୬ ବଗି ଯାଏ ବଢାଯାଇ ପାରିବ ।???? First Vande Metro train rolled out from ICF Chennai today. (????-@trainwalebhaiya) pic.twitter.com/SWQuEoQ5kC— Indian Tech & Infra (@IndianTechGuide) April 30, 2024ମୁମ୍ୱାଇ ଲୋକଲ୍ ଟ୍ରେନଗୁଡ଼ିକୁ ଆଗାମୀ ତିନିରୁ ଚାରି ବର୍ଷ ଭିତରେ ବନ୍ଦେ ଭାରତ ମେଟ୍ରୋ ଟ୍ରେନରେ ବଦଳାଯିବ । ଏଥିରେ ପ୍ରତିଦିନ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମେଟ୍ରୋ ପରି ଏସି ଏବଂ ସ୍ୱଚାଳିତ ଗେଟର ସୁରକ୍ଷିତ ସେବା ମିଳିବ । ଏହି ବନ୍ଦେ ମେଟ୍ରୋ ଟ୍ରେନ କିଛି ସେକେଣ୍ଡ ମଧ୍ୟରେ ହିଁ ସ୍ପିଡ୍ ଧରିବ । ସୂତ୍ରର କହିବା ଅନୁ

ରେଲୱେକୁ ନୂଆ ଗତି ଦେବ ବନ୍ଦେ ଭାରତ ମେଟ୍ରୋ, ସାମନାକୁ ଆସିଲା ଟ୍ରେନର ପ୍ରଥମ ଝଲକ

ନୂଆଦିଲ୍ଲୀ: ବନ୍ଦେ ଭାରତ ଟ୍ରେନ୍ ପରେ ଏବେ ଦେଶର ଅନେକ ବଡ଼ ବଡ଼ ସହରରେ ବନ୍ଦେ ଭାରତ ମେଟ୍ରୋ ଚଲାଇବା ପାଇଁ ପ୍ରସ୍ତୁତି ଚାଲିଛି । ଏହାରି ଭିତରେ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ପ୍ରଥମ ଝଲକ ମଧ୍ୟ ସାମନାକୁ ଆସିଛି । ଏହି ମେଟ୍ରୋ ଟ୍ରେନର ଟ୍ରାଏଲ୍ ଚଳିତ ବର୍ଷ ଜୁଲାଇରୁ ଆରମ୍ଭ କରାଯିବ । ପଞ୍ଜାବର କପୁରଥଲାରେ ଏକ ରେଳ ବଗି ଫ୍ୟାକ୍ଟ୍ରିରେ ବନ୍ଦେ ଭାରତ ମେଟ୍ରୋର ପ୍ରଥମ କିଛି ବଗି ତିଆରି ସରିଛି ।

ରିପୋର୍ଟ ଅନୁସାରେ, ପ୍ରାରମ୍ଭରେ ଏପରି ୫୦ ଟ୍ରେନ୍ ନିର୍ମାଣ କରାଯିବ । ପରେ ଧୀରେ ଧୀରେ ଏହି ସଂଖ୍ୟାକୁ ବଢାଇ ୪୦୦ କରାଯିବ । ସୂତ୍ର ଅନୁସାରେ ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍ ୧୦୦ରୁ ୨୫୦ କିଲୋମିଟର ମଧ୍ୟରେ ଚଲାଯାଇଛି । ଏଥିରେ ୧୨ଟି ବଗି ରହିବ, କିନ୍ତୁ ଏହାକୁ ୧୬ ବଗି ଯାଏ ବଢାଯାଇ ପାରିବ ।

ମୁମ୍ୱାଇ ଲୋକଲ୍ ଟ୍ରେନଗୁଡ଼ିକୁ ଆଗାମୀ ତିନିରୁ ଚାରି ବର୍ଷ ଭିତରେ ବନ୍ଦେ ଭାରତ ମେଟ୍ରୋ ଟ୍ରେନରେ ବଦଳାଯିବ । ଏଥିରେ ପ୍ରତିଦିନ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମେଟ୍ରୋ ପରି ଏସି ଏବଂ ସ୍ୱଚାଳିତ ଗେଟର ସୁରକ୍ଷିତ ସେବା ମିଳିବ । ଏହି ବନ୍ଦେ ମେଟ୍ରୋ ଟ୍ରେନ କିଛି ସେକେଣ୍ଡ ମଧ୍ୟରେ ହିଁ ସ୍ପିଡ୍ ଧରିବ । ସୂତ୍ରର କହିବା ଅନୁସାରେ ଭବିଷ୍ୟତରେ ଏହାକୁ ମୁମ୍ୱାଇ, କୋଲକାତା, ଚେନ୍ନାଇ ସହ ଅନ୍ୟ ମହାନଗର ବାହାରରେ ଚାଲିବାକୁ ଥିବା ଗାଡ଼ିକୁ ବନ୍ଦେ ଭାରତ ମେଟ୍ରୋରେ ପରିବର୍ତ୍ତନ କରାଯିବ ।