ରେଳ ଦୁର୍ଘଟଣାର ତଦନ୍ତ କରିବେ ସିଆରଏସ୍: ଆର୍ଥିକ ସହାୟତା ଘୋଷଣା
ଭୁବନେଶ୍ୱର,୩୦।୩: ରବିବାର ପୂର୍ବାହ୍ନରେ ନିରଗୁଣ୍ଡି ଷ୍ଟେସନ ନିକଟରେ ଘଟିଥିବା ୧୨୫୫୧ ବାଙ୍ଗାଲୋର-କାମାଖ୍ୟା ଏସି ଏସ୍ଏଫ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ଘଟଣାର ବିସ୍ତୃତ ତଦନ୍ତ କମିଶନର ଅଫ୍ ରେଲୱେ ସେଫ୍ଟି (ସିଆରଏସ୍) କରିବେ ବୋଲି ପୂର୍ବତଟ ରେଳପଥ (ଇସିଓଆର୍) ସୂଚନା ଦେଇଛି। ପ୍ରଭାବିତ ରୁଟ୍ଗୁଡ଼ିକରେ ଯଥାଶୀଘ୍ର ସ୍ୱାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ସୁରକ୍ଷା ପ୍ରୋଟୋକଲ୍ କଡ଼ାକଡ଼ି ପାଳନ କରାଯାଇଛି ବୋଲି ଇସିଓଆର୍ କହିଛି। ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା […] The post ରେଳ ଦୁର୍ଘଟଣାର ତଦନ୍ତ କରିବେ ସିଆରଏସ୍: ଆର୍ଥିକ ସହାୟତା ଘୋଷଣା appeared first on Dharitri Odia News.
ଭୁବନେଶ୍ୱର,୩୦।୩: ରବିବାର ପୂର୍ବାହ୍ନରେ ନିରଗୁଣ୍ଡି ଷ୍ଟେସନ ନିକଟରେ ଘଟିଥିବା ୧୨୫୫୧ ବାଙ୍ଗାଲୋର-କାମାଖ୍ୟା ଏସି ଏସ୍ଏଫ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ଘଟଣାର ବିସ୍ତୃତ ତଦନ୍ତ କମିଶନର ଅଫ୍ ରେଲୱେ ସେଫ୍ଟି (ସିଆରଏସ୍) କରିବେ ବୋଲି ପୂର୍ବତଟ ରେଳପଥ (ଇସିଓଆର୍) ସୂଚନା ଦେଇଛି।
ପ୍ରଭାବିତ ରୁଟ୍ଗୁଡ଼ିକରେ ଯଥାଶୀଘ୍ର ସ୍ୱାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ସୁରକ୍ଷା ପ୍ରୋଟୋକଲ୍ କଡ଼ାକଡ଼ି ପାଳନ କରାଯାଇଛି ବୋଲି ଇସିଓଆର୍ କହିଛି। ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତ ବ୍ୟକ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଆହତ ଯାତ୍ରୀମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛି। ଏହା ସହିତ ଆହତ ଯାତ୍ରୀମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛି।
ଏହି ଦୁର୍ଘଟଣାରେ ୨୨ ବର୍ଷ ବୟସ୍କ ଶୁଭଙ୍କର ରାୟ ପ୍ରାଣ ହରାଇଛନ୍ତି। ସେହିପରି ଜଣେ ମହିଳା ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ଏବଂ ଅନ୍ୟ ଦୁଇ ପୁରୁଷ ଯାତ୍ରୀ ସାଧାରଣ ଆଘାତ ପାଇଁ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ସମ୍ପର୍କୀୟଙ୍କୁ ୫,୦୦,୦୦୦ ଟଙ୍କା ସହାୟତା ଘୋଷଣା କରାଯାଇଥିଲା ବେଳେ ଗୁରୁତରଙ୍କ ପାଇଁ ୨,୫୦,୦୦୦ ଟଙ୍କା ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ।
The post ରେଳ ଦୁର୍ଘଟଣାର ତଦନ୍ତ କରିବେ ସିଆରଏସ୍: ଆର୍ଥିକ ସହାୟତା ଘୋଷଣା appeared first on Dharitri Odia News.