ରେଳ ଷ୍ଟେସନରୁ ଜବତ ହେଲା ୫୮ କେଜି ରୂପା, ବ୍ୟବସାୟୀ ଅଟକ

ରାଉରକେଲା ୦୫।୧୨ : ୫୮ କେଜିର ରୂପା ଜବତ । ରାଉରକେଲା ଷ୍ଟେସନ ନିକଟରୁ ୫୮ କେଜିର ରୂପା ଜବତ କରିଛି ଜିଆର୍‌ପି । ଏହାସହିତ ଜଣେ ବ୍ୟବସାୟୀଙ୍କୁ ଅଟକ ରଖିଛି ଜିଆର୍‌ପି । ଖବର ଅନୁଯାୟୀ,  ଜଣେ ବ୍ୟବସାୟୀ ରାଉରକେଲା ଷ୍ଟେସନରେ ରାଞ୍ଚି ଯିବାକୁ ଅପେକ୍ଷା କରିଥିଲେ । କୌଣସି ସୁତ୍ରରୁ ଖବର ପାଇ ଜିଆରପି ଉକ୍ତ ବ୍ୟବସାୟୀଙ୍କୁ ନେଇ ପଚରାଉଚରା ସହ ତନଖି କରିଥିଲା । ଯାହାଫଳରେ ଜିଆର୍‌ପିକୁ ୫୮ କେଜିର ରୂପା ମିଳିଥିଲା । ଏହାପରେ ଜବତ ରୂପା ଏବଂ ଅଟକ ଥିବା ବ୍ୟବସାୟୀଙ୍କୁ ରାଜ୍ୟ ଜିଏସ୍‌ଟି ବିଭାଗକୁ ହସ୍ତାନ୍ତର କରିଛି । ବର୍ତ୍ତମାନ ଯାଏଁ ଏତେ ପରିମାଣର ରୂପା କେଉଁଠୁ ଆସିଲା । ତାକୁ ନେଇ ଛାନ୍‌ଭିନ୍‌ ଜାରି ରହିଛି । ଅଟକ ଥିବା ବ୍ୟବସାୟୀଙ୍କୁ ଜେରା ପରେ ହିଁ ସବିଶେଷ ତଥ୍ୟ ଜଣାପଡିବ ବୋଲି ଆଶା କରାଯାଉଛି ।  

ରେଳ ଷ୍ଟେସନରୁ ଜବତ ହେଲା ୫୮ କେଜି ରୂପା, ବ୍ୟବସାୟୀ ଅଟକ

ରାଉରକେଲା ୦୫।୧୨ : ୫୮ କେଜିର ରୂପା ଜବତ । ରାଉରକେଲା ଷ୍ଟେସନ ନିକଟରୁ ୫୮ କେଜିର ରୂପା ଜବତ କରିଛି ଜିଆର୍‌ପି । ଏହାସହିତ ଜଣେ ବ୍ୟବସାୟୀଙ୍କୁ ଅଟକ ରଖିଛି ଜିଆର୍‌ପି । 

ଖବର ଅନୁଯାୟୀ,  ଜଣେ ବ୍ୟବସାୟୀ ରାଉରକେଲା ଷ୍ଟେସନରେ ରାଞ୍ଚି ଯିବାକୁ ଅପେକ୍ଷା କରିଥିଲେ । କୌଣସି ସୁତ୍ରରୁ ଖବର ପାଇ ଜିଆରପି ଉକ୍ତ ବ୍ୟବସାୟୀଙ୍କୁ ନେଇ ପଚରାଉଚରା ସହ ତନଖି କରିଥିଲା । ଯାହାଫଳରେ ଜିଆର୍‌ପିକୁ ୫୮ କେଜିର ରୂପା ମିଳିଥିଲା । ଏହାପରେ ଜବତ ରୂପା ଏବଂ ଅଟକ ଥିବା ବ୍ୟବସାୟୀଙ୍କୁ ରାଜ୍ୟ ଜିଏସ୍‌ଟି ବିଭାଗକୁ ହସ୍ତାନ୍ତର କରିଛି । ବର୍ତ୍ତମାନ ଯାଏଁ ଏତେ ପରିମାଣର ରୂପା କେଉଁଠୁ ଆସିଲା । ତାକୁ ନେଇ ଛାନ୍‌ଭିନ୍‌ ଜାରି ରହିଛି । ଅଟକ ଥିବା ବ୍ୟବସାୟୀଙ୍କୁ ଜେରା ପରେ ହିଁ ସବିଶେଷ ତଥ୍ୟ ଜଣାପଡିବ ବୋଲି ଆଶା କରାଯାଉଛି ।