ରେଳ ଷ୍ଟେସନରେ ଯୁବକଙ୍କ ଉନ୍ମତ୍ତକାଣ୍ଡ, ଟ୍ରେନ ଉପରେ ବିଦ୍ୟୁତ ତାର ଲାଗି ଜଳିଗଲେ
ରାୟଗଡା : ରେଳ ଷ୍ଟେସନରେ ଯୁବକଙ୍କ ଉନ୍ମତ୍ତକାଣ୍ଡ। ମାଲବାହୀ ଟ୍ରେନ ଉପରେ ଚଢିଯାଇ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ରାୟଗଡା ରେଳ ଷ୍ଟେସନରେ ବଡ ଅଘଟଣ ଘଟିଛି। ସିକନ୍ଦରବାଦରୁ ଟ୍ରେନରେ ଆସିଥିବା ଜଣେ ଯୁବକ ରାୟଗଡ଼ାରେ ପହଞ୍ଚିବା ପରେ ମାଲଗାଡ଼ି ଉପରକୁ ଚଢିଯାଇଥିଲେ। କିଛି ଯାତ୍ରୀ ତାଙ୍କୁ ତଳକୁ ଓଲ୍ଲାଇବା ପାଇଁ ଚିତ୍କାର କରିଥିଲେ। କିନ୍ତୁ ସେ ଟ୍ରେନରୁ […] The post ରେଳ ଷ୍ଟେସନରେ ଯୁବକଙ୍କ ଉନ୍ମତ୍ତକାଣ୍ଡ, ଟ୍ରେନ ଉପରେ ବିଦ୍ୟୁତ ତାର ଲାଗି ଜଳିଗଲେ appeared first on KNews Odisha.

ରାୟଗଡା : ରେଳ ଷ୍ଟେସନରେ ଯୁବକଙ୍କ ଉନ୍ମତ୍ତକାଣ୍ଡ। ମାଲବାହୀ ଟ୍ରେନ ଉପରେ ଚଢିଯାଇ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ରାୟଗଡା ରେଳ ଷ୍ଟେସନରେ ବଡ ଅଘଟଣ ଘଟିଛି।
ସିକନ୍ଦରବାଦରୁ ଟ୍ରେନରେ ଆସିଥିବା ଜଣେ ଯୁବକ ରାୟଗଡ଼ାରେ ପହଞ୍ଚିବା ପରେ ମାଲଗାଡ଼ି ଉପରକୁ ଚଢିଯାଇଥିଲେ। କିଛି ଯାତ୍ରୀ ତାଙ୍କୁ ତଳକୁ ଓଲ୍ଲାଇବା ପାଇଁ ଚିତ୍କାର କରିଥିଲେ। କିନ୍ତୁ ସେ ଟ୍ରେନରୁ ଓଲ୍ଲାଇନ ଥିଲେ। ଦୁଇ ହାତରେ ବିଦ୍ଯୁତ୍ ତାର ଧରି ପକାଇବାରୁ ଶରୀର ଜଳିଯାଇଥିଲା।
ଗୁରୁତର ଅବସ୍ଥାରେ ଆରପିଏଫ ଉଦ୍ଧାର କରି ରାୟଗଡା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଶରୀରର ପ୍ରାୟ ୮୦ ଭାଗ ପୋଡି ଯାଇଥିବା ବେଳେ ସେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ଯୁବରଣ କରିଛନ୍ତି। ମୃତକ ଜଣକ ନୂଆପଡା ଜିଲ୍ଲା ରାଜଖରିଆର ଥାନା ବଡନାଳ ଗାଁର ନରସିଂହ କାଣ୍ଡା ବୋଲି ଜଣାପଡିଛି।
The post ରେଳ ଷ୍ଟେସନରେ ଯୁବକଙ୍କ ଉନ୍ମତ୍ତକାଣ୍ଡ, ଟ୍ରେନ ଉପରେ ବିଦ୍ୟୁତ ତାର ଲାଗି ଜଳିଗଲେ appeared first on KNews Odisha.