ରେଳବାଇରେ ପୂରଣ ହେବ 7 ହଜାରରୁ ଊର୍ଦ୍ଧ୍ୱ ପଦବୀ, ପ୍ରକାଶ ପାଇଲା ବିଜ୍ଞପ୍ତି
ଆଗ୍ରହୀ ପ୍ରାର୍ଥୀମାନେ ନିଜ ନିଜ ରାଜ୍ୟର ଅଫିସିଆଲ୍ RRB ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ।
ରେଳବାଇ ନିଯୁକ୍ତି ବୋର୍ଡ (RRB) ଜୁନିୟର ଇଞ୍ଜିନିୟର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ଜରିଆରେ 7,951 ପଦବୀ ପୂରଣ ହେବ। ଆଗ୍ରହୀ ପ୍ରାର୍ଥୀମାନେ ନିଜ ନିଜ ରାଜ୍ୟର ଅଫିସିଆଲ୍ RRB ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ।
ଖାଲି ପଦବୀ
- ଜୁନିଅର ଇଞ୍ଜିନିୟର, ଡିପୋ ମ୍ୟାଟେରିଆଲ ସୁପରିଟେଣ୍ଡେଣ୍ଟ ଏବଂ କେମିକାଲ ଆଣ୍ଡ ମେଟାଲ୍ୟୁଜିକାଲ ଆସିଷ୍ଟାଣ୍ଟ: 7,934
- କେମିକାଲ ସୁପରଭାଇଜର / ରିସର୍ଚ୍ଚ ଆଣ୍ଡ ମେଟାଲ୍ୟୁଜିକାଲ୍ ସୁପରଭାଇଜର / ରିସର୍ଚ୍ଚ: 17 ଟି ପଦବୀ (କେବଳ RRB ଗୋରଖପୁର)
ବୟସ ସମୟସୀମା
- ପ୍ରାର୍ଥୀଙ୍କ ବୟସ ଜାନୁୟାରୀ 1, 2025 ସୁଦ୍ଧା 18 ବର୍ଷରୁ କମ୍ ଏବଂ 36 ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ।
ଦରମା
- ଜୁନିଅର ଇଞ୍ଜିନିୟର (JE), ଡିପୋ ମ୍ୟାଟେରିଆଲ ସୁପରିଟେଣ୍ଡେଣ୍ଟ (DMS), କେମିକାଲ୍ ଆଣ୍ଡ ମେଟାଲ୍ୟୁଜିକାଲ୍ ଆସିଷ୍ଟାଣ୍ଟ (CMA): ପ୍ରାରମ୍ଭିକ ଦରମା 35,400 ଟଙ୍କା ଏବଂ ଭତ୍ତା।
- କେମିକାଲ ସୁପରଭାଇଜର / ରିସର୍ଚ୍ଚ ଆଣ୍ଡ ମେଟାଲ୍ୟୁଜିକାଲ୍ ସୁପରଭାଇଜର / ରିସର୍ଚ୍ଚ:: ସ୍ତପ୍ରାରମ୍ଭିକ ଦରମା 44,900 ଟଙ୍କା ଓ ଭତ୍ତା।
ଚୟନ ପ୍ରକ୍ରିୟା
- CBT 1: 90 ମିନିଟରେ 100 ପ୍ରଶ୍ନ (PwBD ପ୍ରାର୍ଥୀଙ୍କ ପାଇଁ 120 ମିନିଟ୍)
- CBT 2: 120 ମିନିଟରେ 150 ପ୍ରଶ୍ନ (PwBD ପ୍ରାର୍ଥୀଙ୍କ ପାଇଁ 160 ମିନିଟ୍)
- ଡକ୍ୟୁମେଣ୍ଟ୍ ଯାଞ୍ଚ
- ଡାକ୍ତରୀ ପରୀକ୍ଷା
ନେଗେଟିଭ ମାର୍କିଂ
- CBT ପରୀକ୍ଷା: ପ୍ରତ୍ୟେକ ଭୁଲ ଉତ୍ତର ପାଇଁ 1/3 ମାର୍କ କଟାଯିବ।
ଅଧିକ ବିବରଣୀ ପାଇଁ, ଅଫିସିଆଲ୍ RRB ୱେବସାଇଟ୍ ଭିଜିଟ୍ କରନ୍ତୁ।