ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ, ପୋକ୍ସୋ ଆକ୍ଟରେ କୋର୍ଟ ଚାଲାଣ

ଦାରିଙ୍ଗବାଡି: ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମହାଗୁଡି ଗାଁର ଅଭିଯୁକ୍ତ କୁନାଲ ନାୟକ (୪୨) । ପୋଲିସ ତାଙ୍କ ବିରୋଧରେ ପୋକ୍ସୋ ଆକ୍ଟ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଚିରଞ୍ଜୀବୀ ବେହେରା ସୂଚନା ଦେଇଛନ୍ତି ।ଖବର ଅନୁସାରେ ନାବାଳିକା ଜଣକ ବର୍ତ୍ତମାନ ୫ ମାସ ଗର୍ଭବତୀ ଥିବା ଜଣାପଡ଼ିଛି । ନାବାଳିକାକୁ ଜୀବନରୁ ମାରିଦେବା ଧମକ ଦେଇ ଅଭିଯୁକ୍ତ ଜୋର ଜବରଦସ୍ତି ବାରମ୍ୱାର ଦୁଷ୍କର୍ମ କରିଥିଲା । ଏପରିକି ପରିବାରର ସଦସ୍ୟକୁ ଜଣାଇଲେ ବାପା-ମାଆଙ୍କୁ ବି ଜୀବନରୁ ମାରିଦେବାର ଧମକ ଅଭିଯୁକ୍ତ ଦେଇଥିଲା । ଫଳରେ ନାବାଳିକା ଭୟରେ ପରିବାର ସଦସ୍ୟଙ୍କୁ ନଜଣାଇ ରହିଥିଲା । ସବୁବେଳେ ଝିଅ ନୀରବ ରହୁ ଥିବା ଦେଖି ପରିବାର ଲୋକ ମିଶିନାରୀ ଅନୁଷ୍ଠାନରେ ପଢିବା ପାଇଁ ଛାଡ଼ି ଥିଲେ । ସେଠାରେ ଡାକ୍ତରୀ ପରୀକ୍ଷା ବେଳେ ଝିଅ ୫ ମାସ ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏହା ପରେ ପରିବାର ସଦସ୍ୟଙ୍କୁ ଡାକି ଝିଅକୁ ହସ୍ତାନ୍ତର କରିଥିଲେ । ଏହାପରେ ପୀଡିତାର ବାପା ଘଟଣା ନେଇ ଜୁଲାଇ ୨୭ରେ ବ୍ରାହ୍ମଣୀ ଗାଁ ଥାନାରେ ଲିଖିତ ଅଭିଯୋଗ କରିଥଲେ । ଥାନା ପକ୍ଷରୁ ପୋକ୍ସ ଆକ୍ଟରେ ଗିରଫ କରି ଆସାମୀ କୁନାଲକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀଙ୍କ ସୁଚନା ରହିଛି।

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ, ପୋକ୍ସୋ ଆକ୍ଟରେ କୋର୍ଟ ଚାଲାଣ

ଦାରିଙ୍ଗବାଡି: ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମହାଗୁଡି ଗାଁର ଅଭିଯୁକ୍ତ କୁନାଲ ନାୟକ (୪୨) । ପୋଲିସ ତାଙ୍କ ବିରୋଧରେ ପୋକ୍ସୋ ଆକ୍ଟ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଚିରଞ୍ଜୀବୀ ବେହେରା ସୂଚନା ଦେଇଛନ୍ତି ।

ଖବର ଅନୁସାରେ ନାବାଳିକା ଜଣକ ବର୍ତ୍ତମାନ ୫ ମାସ ଗର୍ଭବତୀ ଥିବା ଜଣାପଡ଼ିଛି । ନାବାଳିକାକୁ ଜୀବନରୁ ମାରିଦେବା ଧମକ ଦେଇ ଅଭିଯୁକ୍ତ ଜୋର ଜବରଦସ୍ତି ବାରମ୍ୱାର ଦୁଷ୍କର୍ମ କରିଥିଲା । ଏପରିକି ପରିବାରର ସଦସ୍ୟକୁ ଜଣାଇଲେ ବାପା-ମାଆଙ୍କୁ ବି ଜୀବନରୁ ମାରିଦେବାର ଧମକ ଅଭିଯୁକ୍ତ ଦେଇଥିଲା । ଫଳରେ ନାବାଳିକା ଭୟରେ ପରିବାର ସଦସ୍ୟଙ୍କୁ ନଜଣାଇ ରହିଥିଲା । ସବୁବେଳେ ଝିଅ ନୀରବ ରହୁ ଥିବା ଦେଖି ପରିବାର ଲୋକ ମିଶିନାରୀ ଅନୁଷ୍ଠାନରେ ପଢିବା ପାଇଁ ଛାଡ଼ି ଥିଲେ । ସେଠାରେ ଡାକ୍ତରୀ ପରୀକ୍ଷା ବେଳେ ଝିଅ ୫ ମାସ ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏହା ପରେ ପରିବାର ସଦସ୍ୟଙ୍କୁ ଡାକି ଝିଅକୁ ହସ୍ତାନ୍ତର କରିଥିଲେ । ଏହାପରେ ପୀଡିତାର ବାପା ଘଟଣା ନେଇ ଜୁଲାଇ ୨୭ରେ ବ୍ରାହ୍ମଣୀ ଗାଁ ଥାନାରେ ଲିଖିତ ଅଭିଯୋଗ କରିଥଲେ । ଥାନା ପକ୍ଷରୁ ପୋକ୍ସ ଆକ୍ଟରେ ଗିରଫ କରି ଆସାମୀ କୁନାଲକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀଙ୍କ ସୁଚନା ରହିଛି।