ରୋକିବେ କି ସୁଟିଂ !
ନିକଟରେ ମଲାଇକା ଅରୋରା ନିଜ ପିତାଙ୍କୁ ହରାଇଛନ୍ତି, ଯାହା ଫଳରେ ମଲାଇକାଙ୍କ ପୁରା ପରିବାର ଖୁବ ଦୁଃଖରେ ଅଛନ୍ତି । ଏହି ସମୟରେ ତାଙ୍କୁ ମାନସିକ ସ୍ତରରେ ସମର୍ଥନ ଦେବାକୁ ତାଙ୍କ ପାଖେପାଖେ ଦେଖିବାକୁ ମିଳୁଛି କରିନା କପୁରଙ୍କୁ । ଏପରି କି ଶୁଣିବାକୁ ମିଳୁଛି ବେବୋ ମଲାଇକାଙ୍କ ସହିତ ରହିବା ପାଇଁ ନିଜର କିଛି ସୁଟିଂକୁ ମଧ୍ୟ ଘୁଞ୍ଚାଇ ଦେଇଛନ୍ତି । ମଲାଇକା ଓ କରିନା ଖୁବ ଭଲ ସାଙ୍ଗ । କେବଳ ଏହି ଦୁଇଜଣ […]

ନିକଟରେ ମଲାଇକା ଅରୋରା ନିଜ ପିତାଙ୍କୁ ହରାଇଛନ୍ତି, ଯାହା ଫଳରେ ମଲାଇକାଙ୍କ ପୁରା ପରିବାର ଖୁବ ଦୁଃଖରେ ଅଛନ୍ତି । ଏହି ସମୟରେ ତାଙ୍କୁ ମାନସିକ ସ୍ତରରେ ସମର୍ଥନ ଦେବାକୁ ତାଙ୍କ ପାଖେପାଖେ ଦେଖିବାକୁ ମିଳୁଛି କରିନା କପୁରଙ୍କୁ । ଏପରି କି ଶୁଣିବାକୁ ମିଳୁଛି ବେବୋ ମଲାଇକାଙ୍କ ସହିତ ରହିବା ପାଇଁ ନିଜର କିଛି ସୁଟିଂକୁ ମଧ୍ୟ ଘୁଞ୍ଚାଇ ଦେଇଛନ୍ତି । ମଲାଇକା ଓ କରିନା ଖୁବ ଭଲ ସାଙ୍ଗ । କେବଳ ଏହି ଦୁଇଜଣ ନୁହେଁ କରିଶ୍ମା, କରିନା, ମଲାଇକା ଓ ଅମ୍ରିତା ଅରୋରା ଖୁବ ଭଲ ସାଙ୍ଗ । ଏମାନଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଥାଏ । ଖୁସି ହେଉ କି ଦୁଃଖ ଏମାନେ ସମସ୍ତେ ସବୁବେଳେ ଏକାଠି ରହିଥାଆନ୍ତି । ଏମାନଙ୍କୁ ବି ଟାଉନ୍ର ଗର୍ଲ ଗାଙ୍ଗ୍ ବୋଲି କୁହାଯାଇଥାଏ । ତେଣୁ ଏଭଳି ଦୁଃଖ ସମୟରେ ମଲାଇକା ଓ ଅମ୍ରିତାଙ୍କ ସହିତ ବେବୋ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ବେବୋଙ୍କର ଏହି ନିଷ୍ପତ୍ତିକୁ ଫ୍ୟାନମାନେ ମଧ୍ୟ ପ୍ରଂଶସା କରୁଛନ୍ତି । ସୂଚନା ଅନୁସାରେ ମଲାଇକାଙ୍କ ବାପା ନିଜ ଘରର ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତେବେ ଏନେଇ କୌଣସି ଅଫିସିଆଲ ଷ୍ଟେଟମେଣ୍ଟ ପରିବାର ପକ୍ଷରୁ ଦିଆଯାଇ ନାହିଁ ।