ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କଲରା
କଲରାରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହାର ମୁଖ୍ୟ ଭୂମିକା ଅଛି ବୋଲି ଜଣାପଡ଼ିଛି। ‘କଲରା ଓ ରୋଗ ପ୍ରତିରୋଧକ ଶକ୍ତି’ ବିଷୟକୁ ନେଇ ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରି ଏକଥା ଜାଣିପାରିଛନ୍ତି। ଏହାବ୍ୟତୀତ କଲରାରେ ଆଣ୍ଟି-ଅକ୍ସିଡାଣ୍ଟ୍ ଗୁଣ ଥିବାରୁ ବାହାର ଜୀବାଣୁକୁ ଏହା ଶରୀର ଭିତରକୁ ଯିବାକୁ ଦିଏ ନାହିଁ। ଏଥିରେ ଭିଟାମିନ୍-ଏ ଭରିରହିଛି, ଯାହା ନୂଆ ଚର୍ମ ଗଠନରେ ସହାୟକ ହୋଇଥାଏ। ପ୍ରତିଦିନ […] The post ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କଲରା appeared first on Dharitri Odia News.
କଲରାରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହାର ମୁଖ୍ୟ ଭୂମିକା ଅଛି ବୋଲି ଜଣାପଡ଼ିଛି। ‘କଲରା ଓ ରୋଗ ପ୍ରତିରୋଧକ ଶକ୍ତି’ ବିଷୟକୁ ନେଇ ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରି ଏକଥା ଜାଣିପାରିଛନ୍ତି। ଏହାବ୍ୟତୀତ କଲରାରେ ଆଣ୍ଟି-ଅକ୍ସିଡାଣ୍ଟ୍ ଗୁଣ ଥିବାରୁ ବାହାର ଜୀବାଣୁକୁ ଏହା ଶରୀର ଭିତରକୁ ଯିବାକୁ ଦିଏ ନାହିଁ। ଏଥିରେ ଭିଟାମିନ୍-ଏ ଭରିରହିଛି, ଯାହା ନୂଆ ଚର୍ମ ଗଠନରେ ସହାୟକ ହୋଇଥାଏ। ପ୍ରତିଦିନ କଲରା ଖାଇବା ଆଖି ପାଇଁ ମଧ୍ୟ ମହୌଷଧି ପରି କାମ କରେ। ହୃଦ୍ଜନିତ ଏବଂ ଡାଇବେଟିସ୍ ସମସ୍ୟା ସହ ଜଡ଼ିତ ବ୍ୟକ୍ତି ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର। କାରଣ ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରାର ପରିମାଣ କେତେକାଂଶରେ କମିଥାଏ। କଲରା ଜୁସ୍ ମଧ୍ୟ ଆମ ଶରୀର ପାଇଁ ବେଶ୍ ଉପକାରୀ। ଇନ୍ସୁଲିନ୍ କ୍ଷରଣକୁ ସନ୍ତୁଳିତ ରଖି ରକ୍ତ ସଂଚାଳନକୁ ଶରୀରରେ ଠିକ୍ ଭାବେ କରାଇଥାଏ କଲରା। ଉଚ୍ଚ ରକ୍ତଚାପ, ଆଜ୍ମା ଭଳି ମାରାତ୍ମକ ରୋଗକୁ ଏହା କିଛିମାତ୍ରାରେ ମଧ୍ୟ କମାଇଥାଏ। ଏହା କ୍ଷତ ସ୍ଥାନକୁ ଶୀଘ୍ର ପୂରଣ କରିବା ସହ ରକ୍ତ ପରିଷ୍କାର କରେ ଓ ଖାଦ୍ୟ ହଜମରେ ମଧ୍ୟ ସାହାଯ୍ୟ କରେ।
The post ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କଲରା appeared first on Dharitri Odia News.