ସଂକ୍ରାନ୍ତିରେ ଶିଶୁ ବଳି; ୧୨ ବର୍ଷର ପୁଅକୁ ଅପହରଣ କରି ଦିଆଯାଇଛି ବଳି !

କନକ ବ୍ୟୁରୋ : ବଲାଙ୍ଗୀର ଲାଠୋରରେ ନିଖୋଜ ନାବାଳକ ମୃତ୍ୟୁ ଘଟଣାରେ ନୂଆ ମୋଡ଼ । ପୁଅକୁ ବଳି ଦିଆଯାଇଥିବା ସାଂଘାତିକ ଅଭିଯୋଗ କଲେ ବାପା । ଗତକାଲି ସଂକ୍ରାନ୍ତି ଥିବାରୁ ପୁଅକୁ ଅପହରଣ କରି ବଳି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଗତକାଲି ସନ୍ଧ୍ୟା ୫ଟାରୁ ସେ ନିଖୋଜ ଥିଲେ ପଞ୍ଚମଶ୍ରେଣୀର ଛାତ୍ର ସୋମନାଥ ବେମାଲ । ଘର ଲୋକ ବହୁ ଖୋଜା ଖୋଜି ପରେ କୌଣସି ଖବର ନମିଳିବାରୁ ଥାନାରେ ଏତଲା ଦେଇଥିଲେ । ଆଜି ସକାଳେ ସୋମନାଥଙ୍କ ମୃତ ଦେହ ଝାଲିଆ ଲିଟି ବୁଢ଼ା ଡଙ୍ଗର ପାହାଡ଼ରୁ ମିଳିଥିଲା । ଲାଠୁର ଥାନା ଅଧିକାରୀ ରାକେଶ ବେହେରା ଘଟଣାସ୍ଥଳରେ ପହଞ୍ଚି ନାବାଳକର ମୃତ ଦେହକୁ ଉଦ୍ଧାର କରି ଅଧିକ ତଦନ୍ତ କରୁଛନ୍ତି । ସଂକ୍ରାନ୍ତିରେ ଶିଶୁ ବଳି ! ବଲାଙ୍ଗୀର ଜିଲ୍ଲା ଲାଠୋର ଅଞ୍ଚଳରେ ଚାଞ୍ଚଲ୍ୟ ସଂକ୍ରାନ୍ତିରେ ୧୨ ବର୍ଷର ପୁଅକୁ ବଳି ଅଭିଯୋଗ ‘ପୁଅକୁ ଅପହରଣ କରି ଦିଆଯାଇଛି ବଳି’ ସଙ୍ଗୀନ ଅଭିଯୋଗ ଆଣିଲେ ମୃତ ସୋମନାଥଙ୍କ ବାପା କାଲିଠୁ ଥିଲା ନିଖୋଜ, ଆଜି ମିଳିଛି ମୃତଦେହ ଝାଲିଆ ଲିଟି ବୁଢ଼ା ଡଙ୍ଗର ପାହାଡରୁ ମିଳିଥିଲା ମୃତଦେହ ପୁଅର ଛାତିରେ ବଡ଼ ଆଘାତ ଥିବା ବାପାଙ୍କ ଅଭିଯୋଗ

ସଂକ୍ରାନ୍ତିରେ ଶିଶୁ ବଳି; ୧୨ ବର୍ଷର ପୁଅକୁ ଅପହରଣ କରି ଦିଆଯାଇଛି ବଳି !

କନକ ବ୍ୟୁରୋ : ବଲାଙ୍ଗୀର ଲାଠୋରରେ ନିଖୋଜ ନାବାଳକ ମୃତ୍ୟୁ ଘଟଣାରେ ନୂଆ ମୋଡ଼ । ପୁଅକୁ ବଳି ଦିଆଯାଇଥିବା ସାଂଘାତିକ ଅଭିଯୋଗ କଲେ ବାପା । ଗତକାଲି ସଂକ୍ରାନ୍ତି ଥିବାରୁ ପୁଅକୁ ଅପହରଣ କରି ବଳି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଗତକାଲି ସନ୍ଧ୍ୟା ୫ଟାରୁ ସେ ନିଖୋଜ ଥିଲେ ପଞ୍ଚମଶ୍ରେଣୀର ଛାତ୍ର ସୋମନାଥ ବେମାଲ । ଘର ଲୋକ ବହୁ ଖୋଜା ଖୋଜି ପରେ କୌଣସି ଖବର ନମିଳିବାରୁ ଥାନାରେ ଏତଲା ଦେଇଥିଲେ । ଆଜି ସକାଳେ ସୋମନାଥଙ୍କ ମୃତ ଦେହ ଝାଲିଆ ଲିଟି ବୁଢ଼ା ଡଙ୍ଗର ପାହାଡ଼ରୁ ମିଳିଥିଲା । ଲାଠୁର ଥାନା ଅଧିକାରୀ ରାକେଶ ବେହେରା ଘଟଣାସ୍ଥଳରେ ପହଞ୍ଚି ନାବାଳକର ମୃତ ଦେହକୁ ଉଦ୍ଧାର କରି ଅଧିକ ତଦନ୍ତ କରୁଛନ୍ତି ।

ସଂକ୍ରାନ୍ତିରେ ଶିଶୁ ବଳି !

ବଲାଙ୍ଗୀର ଜିଲ୍ଲା ଲାଠୋର ଅଞ୍ଚଳରେ ଚାଞ୍ଚଲ୍ୟ

ସଂକ୍ରାନ୍ତିରେ ୧୨ ବର୍ଷର ପୁଅକୁ ବଳି ଅଭିଯୋଗ

ପୁଅକୁ ଅପହରଣ କରି ଦିଆଯାଇଛି ବଳି’

ସଙ୍ଗୀନ ଅଭିଯୋଗ ଆଣିଲେ ମୃତ ସୋମନାଥଙ୍କ ବାପା

କାଲିଠୁ ଥିଲା ନିଖୋଜ, ଆଜି ମିଳିଛି ମୃତଦେହ

ଝାଲିଆ ଲିଟି ବୁଢ଼ା ଡଙ୍ଗର ପାହାଡରୁ ମିଳିଥିଲା ମୃତଦେହ

ପୁଅର ଛାତିରେ ବଡ଼ ଆଘାତ ଥିବା ବାପାଙ୍କ ଅଭିଯୋଗ