ରୋଗୀ ନେଇ ଆସୁଥିବା ବୋଲେରୋକୁ ଧକ୍କା ଦେଲା ଟ୍ରକ୍, ଡ୍ରାଇଭର ମୃତ
ଧର୍ମଗଡ ୨୩/୦୮: ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ । ରୋଗୀ ସହ ଦୁଇଜଣ ଗୁରୁତର । ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜୁନାଗଡ଼ ବ୍ଲକ ମଥୁରା ଛକ ନିକଟରେ ଘଟିଛି ଦୁର୍ଘଟଣା । ସୂଚନା ଥାଉକି, ରୋଗୀ ନେଇ ଆସୁଥିବା ବୋଲେରୋକୁ ଧକ୍କା ଦେଇଥିଲା ଟ୍ରକ । ଶୁକ୍ରବାର ସକାଳ ୭.୩୦ରେ ମହୁଲପାଟଣାରୁ ରୋଗୀ ନେଇ ଭବାନୀପାଟଣା ମେଡିକାଲ ଆସୁଥିବା ସମୟରେ ସାମ୍ନା ପଟୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ବୋଲେରୋ ଡ୍ରାଇଭରଙ୍କ ମୃତ୍ୟୁ ହେଇଥିଲା । ତେବେ ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ଭବାନୀପାଟଣାରେ ଭର୍ତ୍ତି ହୋଇଛନ୍ତି ।
ଧର୍ମଗଡ ୨୩/୦୮: ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ । ରୋଗୀ ସହ ଦୁଇଜଣ ଗୁରୁତର । ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜୁନାଗଡ଼ ବ୍ଲକ ମଥୁରା ଛକ ନିକଟରେ ଘଟିଛି ଦୁର୍ଘଟଣା ।
ସୂଚନା ଥାଉକି, ରୋଗୀ ନେଇ ଆସୁଥିବା ବୋଲେରୋକୁ ଧକ୍କା ଦେଇଥିଲା ଟ୍ରକ । ଶୁକ୍ରବାର ସକାଳ ୭.୩୦ରେ ମହୁଲପାଟଣାରୁ ରୋଗୀ ନେଇ ଭବାନୀପାଟଣା ମେଡିକାଲ ଆସୁଥିବା ସମୟରେ ସାମ୍ନା ପଟୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ବୋଲେରୋ ଡ୍ରାଇଭରଙ୍କ ମୃତ୍ୟୁ ହେଇଥିଲା । ତେବେ ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ଭବାନୀପାଟଣାରେ ଭର୍ତ୍ତି ହୋଇଛନ୍ତି ।