ରୋଗୀ ସେବା ପାଇଁ ଡାକ୍ତର ନାହାନ୍ତି, କିନ୍ତୁ ଭିଆଇପି ପ୍ରୋଟୋକଲରେ ମାଳମାଳ

ସତେ ଯେମିତି ରାଜ୍ୟ ରାଜଧାନୀର ପ୍ରିମିୟର ସରକାରୀ ଡାକ୍ତରଖାନା ଖାଲି ଭିଆଇପିଙ୍କ ସେବା ପାଇଁ ରହିଛି

ରୋଗୀ ସେବା ପାଇଁ ଡାକ୍ତର ନାହାନ୍ତି, କିନ୍ତୁ ଭିଆଇପି ପ୍ରୋଟୋକଲରେ ମାଳମାଳ

ରୋଗୀ ସେବା ପାଇଁ ଡାକ୍ତର ନାହାନ୍ତି, କିନ୍ତୁ ଭିଆଇପି ପ୍ରୋଟୋକଲରେ ମାଳମାଳ । ସତେ ଯେମିତି ରାଜ୍ୟ ରାଜଧାନୀର ପ୍ରିମିୟର ସରକାରୀ ଡାକ୍ତରଖାନା ଖାଲି ଭିଆଇପିଙ୍କ ସେବା ପାଇଁ ରହିଛି । କ୍ୟାପିଟାଲ ହସ୍ପିଟାଲରେ ଏବେ ଖାଲି ପଡ଼ିଛି 64 ଡାକ୍ତର ପଦବି । ଯେତିକି ବି ଅଛନ୍ତି, ସେଥିରୁ ପ୍ରତି ଦିନ ଅତିକମରେ 8ରୁ 10 ଜଣ ଡାକ୍ତର କେବଳ ସରକାରୀ ପ୍ରୋଟୋକଲ୍ ତୁଲାଉଛନ୍ତି । ବର୍ଷତମାମ କ୍ୟାପିଟାଲ ହସ୍ପିଟାଲର 6 ଜଣ ଡାକ୍ତର ସବୁଦିନ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଆବାସରେ 3ଟି ସିଫ୍ଟରେ ଡ୍ୟୁଟି କରୁଛନ୍ତି । ସେମାନଙ୍କ ଛୁଟିଦିନରେ ଆଉ 2 ଜଣ ଡାକ୍ତରଙ୍କୁ ଏ ଦାୟିତ୍ୱ ତୁଲାଇବାକୁ ପଡ଼ୁଛି ।