ରୋଗୀଙ୍କ ମୂଲ୍ୟବାନ ଜିନିଷ ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ବ୍ରହ୍ମପୁର : ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ବିଭିନ୍ନ ସମୟରେ ନିଜ କର୍ତ୍ତବ୍ୟ ପରିସରରୁ ବାହାରି ସାଧାରଣ ଲୋକଙ୍କୁ ସାହାଯ୍ୟ କରୁଥିବାର ଅନେକ ଦୃଷ୍ଟାନ୍ତ ଆଖି ସାମ୍ନାକୁ ଆସିଛି । ସଦ୍ୟତମ ଏକ ଘଟଣା ଅନୁସାରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ସାରୁ ଅଞ୍ଚଳର ଶିବଶଙ୍କର ପାତ୍ର କୌଣସି କାମ ସାରି ମୋଟରସାଇକଲରେ ଘରକୁ ଫେରୁଥିବା ସମୟରେ ଅଛିବନ୍ଧ ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ସ୍ଥାନୀୟ ଲୋକ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ସୌଭାଗ୍ୟବଶତଃ […]

ବ୍ରହ୍ମପୁର : ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ବିଭିନ୍ନ ସମୟରେ ନିଜ କର୍ତ୍ତବ୍ୟ ପରିସରରୁ ବାହାରି ସାଧାରଣ ଲୋକଙ୍କୁ ସାହାଯ୍ୟ କରୁଥିବାର ଅନେକ ଦୃଷ୍ଟାନ୍ତ ଆଖି ସାମ୍ନାକୁ ଆସିଛି । ସଦ୍ୟତମ ଏକ ଘଟଣା ଅନୁସାରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ସାରୁ ଅଞ୍ଚଳର ଶିବଶଙ୍କର ପାତ୍ର କୌଣସି କାମ ସାରି ମୋଟରସାଇକଲରେ ଘରକୁ ଫେରୁଥିବା ସମୟରେ ଅଛିବନ୍ଧ ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ସ୍ଥାନୀୟ ଲୋକ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ସୌଭାଗ୍ୟବଶତଃ ଏକ ଆମ୍ବୁଲାନ୍ସ ରୋଗୀ ଛାଡି ସେଇ ବାଟରେ ଫେରୁଥିଲା ।
ଉକ୍ତ ଆମ୍ବୁଲାନ୍ସଟି ତୁରନ୍ତ ଶିବଶଙ୍କର ପାତ୍ରଙ୍କୁ ସ୍ଥାନୀୟ ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ରୋଗୀଙ୍କୁ ଛାଡି ଫେରିବା ସମୟରେ ଆମ୍ବୁଲାନ୍ସ କର୍ମଚାରୀ ରୋଗୀଙ୍କର ମୋବାଇଲ ଫୋନ, ପର୍ସ ଏବଂ କିଛି ମୂଲ୍ୟବାନ କାଗଜପତ୍ର ଗାଡ଼ିରୁ ପାଇଥିଲେ । ତୁରନ୍ତ ରୋଗୀଙ୍କ ପାଖକୁ ଆସି ତାଙ୍କର ସମ୍ପର୍କୀୟଙ୍କୁ ମୂଲ୍ୟବାନ କାଗଜପତ୍ର ତଥା ୧୨୫୦/- ଟଙ୍କା,୩ଟି ଏଟିଏମ ଏବଂ ଡିଏଲ ହସ୍ତାନ୍ତର କରିଥିଲେ । ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଉକ୍ତ କାର୍ଯ୍ୟପାଇଁ ରୋଗୀଙ୍କ ସମ୍ପର୍କୀୟ ତଥା ଡାକ୍ତରଖାନା କର୍ତ୍ତୃପକ୍ଷ ଡ୍ରାଇଭର ପିତାମ୍ବର ବେହେରା , ଇ.ଏମ.ଟି ଭୁପେନ୍ଦ୍ର କୁମାର ନାୟକ ଏବଂ ହେଲ୍ପର ରାକେଶ କୁମାର ବେହେରାଙ୍କୁ ସାଧୁବାଦ ଜଣାଇଛନ୍ତି।