ରୋଗୀଙ୍କ ସେବାରେ ଲାଗୁନି ଆମ୍ବୁଲାନ୍ସ, ବ୍ଲକ କାର୍ଯ୍ୟାଳୟ ପରିସରରେ ପଡ଼ି ପଡ଼ି ଖାଉଛି ଖତ

ଧର୍ମଶାଳା,୨୨ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଆମ୍ବୁଲାନ୍ସ ରୋଗୀ ସେବାରେ ଲାଗୁ ନ ଥିବା ଅଭିଯୋଗ ହୋଇଛି। ଧର୍ମଶାଳା ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଏହି ଆମ୍ବୁଲାନ୍ସ ସେବା ୨୦୨୨ରେ ଶୁଭାରମ୍ଭ ହୋଇଥିଲା। ସରକାରୀ ମେଡ଼ିକାଲଗୁଡିକ ପାଇଁ ୧୦୮ ଆମ୍ବୁଲାନ୍ସ ସେବା ରହି ଥିବା ବେଳେ ଅନେକ ସମୟରେ ଗାଡ଼ି ଅଭାବରୁ ଏହି ସେବା ଉପଲବ୍ଧ ହୋଇ ନଥାଏ ଏବଂ ୧୦୮ ଆମ୍ବୁଲାନ୍ସ ସେବା ସରକାରୀ ହସ୍ପିଟାଲରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା ରହିଥାଏ। […] The post ରୋଗୀଙ୍କ ସେବାରେ ଲାଗୁନି ଆମ୍ବୁଲାନ୍ସ, ବ୍ଲକ କାର୍ଯ୍ୟାଳୟ ପରିସରରେ ପଡ଼ି ପଡ଼ି ଖାଉଛି ଖତ appeared first on Dharitri Odia News.

ରୋଗୀଙ୍କ ସେବାରେ ଲାଗୁନି ଆମ୍ବୁଲାନ୍ସ, ବ୍ଲକ କାର୍ଯ୍ୟାଳୟ ପରିସରରେ ପଡ଼ି ପଡ଼ି ଖାଉଛି ଖତ

ଧର୍ମଶାଳା,୨୨ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଆମ୍ବୁଲାନ୍ସ ରୋଗୀ ସେବାରେ ଲାଗୁ ନ ଥିବା ଅଭିଯୋଗ ହୋଇଛି। ଧର୍ମଶାଳା ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଏହି ଆମ୍ବୁଲାନ୍ସ ସେବା ୨୦୨୨ରେ
ଶୁଭାରମ୍ଭ ହୋଇଥିଲା। ସରକାରୀ ମେଡ଼ିକାଲଗୁଡିକ ପାଇଁ ୧୦୮ ଆମ୍ବୁଲାନ୍ସ ସେବା ରହି ଥିବା ବେଳେ ଅନେକ ସମୟରେ ଗାଡ଼ି ଅଭାବରୁ ଏହି ସେବା ଉପଲବ୍ଧ ହୋଇ ନଥାଏ ଏବଂ ୧୦୮ ଆମ୍ବୁଲାନ୍ସ ସେବା ସରକାରୀ ହସ୍ପିଟାଲରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା ରହିଥାଏ। ଯାହା ଫଳରେ କୌଣସି ରୋଗୀ ଘରୋଇ ମେଡିକାଲକୁ ଯିବା ପାଇଁ ନାନା ସମସ୍ୟା ଦେଖା ଦେଇଥାଏ। ତେଣୁ ଏହି ସମସ୍ୟାକୁ ଦୃଷ୍ଟି ରେ ରଖି ପୂର୍ବତନ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଦ୍ୱାରା ଧର୍ମଶାଳା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏହି ଆମ୍ବୁଲାନ୍ସ ସେବାକୁ ଶୁଭାରମ୍ଭ କରାଯାଇଥିଲା। ଏହାସହ ପଞ୍ଚାୟତ ସମିତି ପକ୍ଷରୁ ଏହି ଆମ୍ବୁଲାନ୍ସ ସେବାକୁ ପରିଚାଳନା କରାଯିବାର ବ୍ୟବସ୍ତା କରାଯାଇଥିଲା।

କିନ୍ତୁ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ କିଛି ଦିନ ହେବ ଏହି ସେବା ବନ୍ଦ ହୋଇ ରହିଥିବା ଉକ୍ତ ଗାଡ଼ିର ଡ଼୍ରାଇଭର କହିଥିବା ବେଳେ ଆମ୍ବୁଲାନ୍ସ ଗାଡ଼ିର କୌଣସି ଯାନ୍ତ୍ରିକ ତ୍ରୁଟି ଥିବା ବିଷୟରେ ବ୍ଲକ ପ୍ରଶାସନ ପାଖେ କୌଣସି ଅଭିଯୋଗ ନଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ଆଉ ଏକ ଆମ୍ବୁଲାନ୍ସ ମଧ୍ୟ ର୍ଦିଘ ଦିନ ହେବ ବ୍ଲକ କାର୍ଯ୍ୟଳୟ ପରିସର ମଧ୍ୟରେ ଥୁଆ ହୋଇ ରହିଥିବା ବେଳେ ଏଥିରେ ମଧ୍ୟ ସମସ୍ୟା ରହିଥିବା ସୂଚନା ମିଳିଛି। ସରକାର ଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ସେବାର ଆରମ୍ଭ କରାଯାଇଥିଲେ ବି ଦୀର୍ଘ ଦିନ ହେବ ବନ୍ଦ ହୋଇ ରହିଥିବା କଥା କୁ ସାଧାରଣ ଲୋକେ ନାପସନ୍ଦ କରିଛନ୍ତି। ଏହା ଉପରେ ଜିଲ୍ଲାପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।

The post ରୋଗୀଙ୍କ ସେବାରେ ଲାଗୁନି ଆମ୍ବୁଲାନ୍ସ, ବ୍ଲକ କାର୍ଯ୍ୟାଳୟ ପରିସରରେ ପଡ଼ି ପଡ଼ି ଖାଉଛି ଖତ appeared first on Dharitri Odia News.