ରୋଟାରୀ କ୍ଲବ୍‌ ତରଫରୁ ଆଲୋଚନାଚକ୍ର ଅନୁଷ୍ଠିତ:

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ରୋଟାରୀ କ୍ଲବ୍‌ ତରଫରୁ ସ୍ଥାନୀୟ ପବ୍ଲିକ୍ ସ୍କୁଲ ପରିସରରେ “ପ୍ରତିଷେଧକ ପଦକ୍ଷେପ ରୋଗଠୁ ଦୂରରେ ରହିବାରେ ସହାୟକ ହୋଇଥାଏ ” ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। କ୍ଳବ୍‌ ସଭାପତି ବିପ୍ରଚରଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୃଙ୍ଖଳିତ ଜୀବନଶୈଳୀ ଓ ଖାଦ୍ୟ ଗ୍ରହଣ ସହ ସୁସ୍ଥ ପରିବେଶ […] The post ରୋଟାରୀ କ୍ଲବ୍‌ ତରଫରୁ ଆଲୋଚନାଚକ୍ର ଅନୁଷ୍ଠିତ: appeared first on Odisha.News.

ରୋଟାରୀ କ୍ଲବ୍‌ ତରଫରୁ ଆଲୋଚନାଚକ୍ର ଅନୁଷ୍ଠିତ:

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ରୋଟାରୀ କ୍ଲବ୍‌ ତରଫରୁ ସ୍ଥାନୀୟ ପବ୍ଲିକ୍ ସ୍କୁଲ ପରିସରରେ “ପ୍ରତିଷେଧକ ପଦକ୍ଷେପ ରୋଗଠୁ ଦୂରରେ ରହିବାରେ ସହାୟକ ହୋଇଥାଏ ” ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। କ୍ଳବ୍‌ ସଭାପତି ବିପ୍ରଚରଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୃଙ୍ଖଳିତ ଜୀବନଶୈଳୀ ଓ ଖାଦ୍ୟ ଗ୍ରହଣ ସହ ସୁସ୍ଥ ପରିବେଶ ମଧ୍ୟରେ ଜୀବନଯାପନ ରୋଗଠୁ ଦୂରରେ ରହିବାର ମାର୍ଗ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ରୋଟାରୀ କ୍ଲବ୍‌ ସଦସ୍ୟଙ୍କ ତରଫରୁ ୨୦ଟି ଫୁଲ କୁଣ୍ଡ ସହ ଗଛ ଡାକ୍ତରଖାନାରେ ସୁନ୍ଦର ପରିବେଶ ପାଇଁ ପ୍ରଦାନ କରିବା ସହ ରୋଗୀ କଲ୍ୟାଣ ସମିତି ନିମନ୍ତେ ଆର୍ଥିକ ସହାୟତା ଦିଆଯାଇଥିଲା। ରୋଟାରୀ କ୍ଲବ୍‌ ତରଫରୁ ଏପରି ସହଯୋଗ ଏବଂ ପ୍ରୟାସ ନିମନ୍ତେ ଡାକ୍ତର ପାଢ଼ୀ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋଟାରୀଆନ୍‌ ପ୍ରକାଶ ପଣ୍ଡା, ମନୋରଞ୍ଜନ ପଟ୍ଟନାୟକ, ହରିଶ୍ଚନ୍ଦ୍ର ମହାରଣା, ଜ୍ଞାନ କୁମାର ଦୋରା,ବିରଜା ନାହାକ,ସନ୍ତୋଷ ପଣ୍ଡା, ଉପେନ୍ଦ୍ର ମହାପାତ୍ର,ରୂପକ ମହାନ୍ତିଙ୍କ ସମେତ ବହୁ ସଂଖ୍ୟାରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

The post ରୋଟାରୀ କ୍ଲବ୍‌ ତରଫରୁ ଆଲୋଚନାଚକ୍ର ଅନୁଷ୍ଠିତ: appeared first on Odisha.News.