ରୋଟିରେ ଛେପ ଲଗାଇ ଗ୍ରାହକଙ୍କୁ ପରସୁଥିଲେ ହୋଟେଲ କର୍ମଚାରୀ, ଧରାପଡିଲା ପରେ…

Man Spits On Tandoori Roti in noida man arrested

ରୋଟିରେ ଛେପ ଲଗାଇ ଗ୍ରାହକଙ୍କୁ ପରସୁଥିଲେ ହୋଟେଲ କର୍ମଚାରୀ, ଧରାପଡିଲା ପରେ…
Man Spits On Tandoori Roti in noida man arrested

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନକୁ ଆସିଛି । ଏକ ହୋଟେଲରେ ରୋଟି ଏବଂ ତନ୍ଦୁର ପ୍ରସ୍ତୁତ କରୁଥିବା ସମୟରେ ଛେପ ପକାଇ ଗ୍ରାହକଙ୍କୁ ପରଷୁଥିଲେ ଯୁବକ । କଥାଟି ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ସତ୍ୟ । ଗ୍ରେଟର ନୋଏଡାର ରବୁପୁରା ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଅଭିଯୋଗ ଅନୁସାରେ, ହୋଟେଲରେ ରୋଟି ତିଆରି କରୁଥିବା ମୁସଲିମ୍ ଯୁବକ ରୋଟି କରିବା ସମୟରେ ଛେପ ପକାଇଥିଲେ । ତେବେ ଜଣେ ଗ୍ରାହକ ଏହାକୁ ଦେଖି ଉକ୍ତ ଯୁବକର ଭିଡିଓ ତିଆରି କରିଥିଲେ । ଏହାପରେ ଖବର ଚାରିଆଡେ ବ୍ୟାପିଯିବା ପରେ ଲୋକେ ପୋଲିସ କମିଶନରଙ୍କ ନିକଟରେ ଦ୍ବାରସ୍ଥ ହୋଇ ଅଭିଯୋଗ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରୁଥିଲେ ।

ତେବେ ଏନେଇ ସ୍ଥାନୀୟ ପୋଲିସ ଜାତୀୟ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଅଭିଯୋଗ ଏବଂ ଭାଇରାଲ ଭିଡିଓକୁ ଆଧାର କରି ଉକ୍ତ ଯୁବକଙ୍କୁ ଗିରଫ କରାଯାଇଛି । ତେବେ ଛେପ ଲଗାଇ ରୋଟି କରୁଥିବା ଯିବକଙ୍କ ନାମ ଚାନ୍ଦ ହୋଇଥିବା ବେଳେ ସେ ରବୁପୁରା କସ୍ବେ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି । ତେବେ ଉକ୍ତ ହୋଟେଲକୁ ଲୋକେ ଖାଦ୍ୟ ଖାଇବା ପାଇଁ ଯାଇଥିବା ବେଳେ ଏହା ଦେଖି ଭିଡିଓ ବନାଇଥିବା କହିଛନ୍ତି ପୋଲିସ ଅଧିକାରୀ । ତେବେ ଉକ୍ତ ଯୁବକକୁ ଗିରଫ କରାଯିବା ସହିତ କେଉଁ କାରଣ ପାଇଁ ସେ ଏଭଳି କରିଥିଲା ସେନେଇ ପଚରାଉଚରା ଜାରି ରହିଛି ।

ତେବେ କହି ରଖୁଛୁ କି ପୂର୍ବରୁ ମଧ୍ୟ ଏଭଳି ଏକ ସଙ୍ଗୀନ ମାମଲା ସାମ୍ନାକୁ ଆସିଥିଲା । ସେକ୍ଚର-121 ନିକଟ ଏକ ହୋଟେଲରେ ଜଣେ ବ୍ୟକ୍ତି ସରବତରେ ଛେପ ପକାଇ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ପୋଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା।