ରୋଡ୍‌ ଶୋ’ ଅଧାରୁ ଚାଲିଗଲେ ହେମାମାଳିନୀ

କଟକ ସଦର, ୧୭ା୫(ସୁଶାନ୍ତ କୁମାର ଜେନା)- କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଶୋରନଗରଠାରେ ଭାଜପା ପକ୍ଷରୁ ରୋଡ୍‌ ଶୋ’ ସହିତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ରୋଡ୍‌ ଶୋ’ରେ ମଥୁରା ଏମ୍‌ପି ତଥା ଅଭିନେତ୍ରୀ ହେମାମାଳିନୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ନିର୍ଦ୍ଧାରିତ ସମୟର ୧ ଘଣ୍ଟା ବିଳମ୍ବରେ ହେମାମାଳିନୀ ପହଞ୍ଚି ରୋଡ୍‌ ଶୋ କରିଥିଲେ। ମାତ୍ର ୨ କିମି ଯିବା ପରେ ହଠାତ୍‌ ସେ ଅସୁସ୍ଥ ଅନୁଭବ କରିଥିଲେ। ଫଳରେ ଅଧାରୁ ରୋଡ୍‌ ଶୋ’ରୁ ବାହାରି […] The post ରୋଡ୍‌ ଶୋ’ ଅଧାରୁ ଚାଲିଗଲେ ହେମାମାଳିନୀ appeared first on Dharitri Odia News.

ରୋଡ୍‌ ଶୋ’ ଅଧାରୁ ଚାଲିଗଲେ ହେମାମାଳିନୀ

କଟକ ସଦର, ୧୭ା୫(ସୁଶାନ୍ତ କୁମାର ଜେନା)- କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଶୋରନଗରଠାରେ ଭାଜପା ପକ୍ଷରୁ ରୋଡ୍‌ ଶୋ’ ସହିତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ରୋଡ୍‌ ଶୋ’ରେ ମଥୁରା ଏମ୍‌ପି ତଥା ଅଭିନେତ୍ରୀ ହେମାମାଳିନୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ନିର୍ଦ୍ଧାରିତ ସମୟର ୧ ଘଣ୍ଟା ବିଳମ୍ବରେ ହେମାମାଳିନୀ ପହଞ୍ଚି ରୋଡ୍‌ ଶୋ କରିଥିଲେ। ମାତ୍ର ୨ କିମି ଯିବା ପରେ ହଠାତ୍‌ ସେ ଅସୁସ୍ଥ ଅନୁଭବ କରିଥିଲେ। ଫଳରେ ଅଧାରୁ ରୋଡ୍‌ ଶୋ’ରୁ ବାହାରି ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଯାଇଥିଲେ। ହେଲେ ଏହି ରୋଡ୍‌ ଶୋ’ରେ ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀ ଓ ରାଜସ୍ଥାନ ମନ୍ତ୍ରୀ ଅବିନାଶ ଗେହଲଟ ଆସି ସଭାସ୍ଥଳରେ ପହଞ୍ଚତ୍ଥିଲେ। ସ୍ବାଧୀନଚେତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ଗେହଲେଟ ଯୋଗଦେଇ ଡବଲ ପଦ୍ମଫୁଲରେ ଭୋଟ ଦେବା ପାଇଁ ଭୋଟରମାନଙ୍କୁ ନିବେଦନ କରିଥିଲେ। କଟକ ସଦର ଆସନରେ ଭାଜପା ପ୍ରାର୍ଥୀ ଜିତିଲେ ଏହି ସ୍ଥାନକୁ ହେମାମାଳିନୀ ଆଉଥରେ ଆସି ଲୋକଙ୍କୁ ସମ୍ବୋଧନ କରିବେ ବୋଲି ମନ୍ତ୍ରୀ କହିଥିଲେ।

The post ରୋଡ୍‌ ଶୋ’ ଅଧାରୁ ଚାଲିଗଲେ ହେମାମାଳିନୀ appeared first on Dharitri Odia News.