ରୋବଟ୍ର ବିଶ୍ୱ ରେକର୍ଡ
ସିଓଲ: ମଣିଷ ବେଳକୁ ବେଳ ଆଧୁନିକର ଛାପରେ ଟେକ୍ନୋଲୋଜିକୁ ଆପଣେଇ ସାରିଲାଣି। ବର୍ତ୍ତମାନ ସମୟରେ ଏପରି ଜିନିଷ ସବୁ ଉଦ୍ଭାବନ ହେଉଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ନିକଟରେ ଦକ୍ଷିଣ କୋରିଆ ଦ୍ୱାରା ପ୍ରସ୍ତୁତ ହୁଣ୍ଡ ନାମକ ଏକ ରୋବଟ୍ ବିଶ୍ୱ ରେକର୍ଡ ହାସଲ କରିଛି। ଦକ୍ଷିଣ କୋରିଆର ଡେଜିଆନ୍ସ୍ଥିତ କୋରିଆ ଆଡ୍ଭାନ୍ସଡ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଡାଇନାମିକ୍ ରୋବଟ କଣ୍ଟ୍ରୋଲ ଏବଂ ଡିଜାଇନ ଲାବୋରେଟୋରି ସହଯୋଗରେ ୪ ଗୋଡ଼ ବିଶିଷ୍ଟ ଏକ ରୋବଟ […] The post ରୋବଟ୍ର ବିଶ୍ୱ ରେକର୍ଡ appeared first on Dharitri Odia News.
ସିଓଲ: ମଣିଷ ବେଳକୁ ବେଳ ଆଧୁନିକର ଛାପରେ ଟେକ୍ନୋଲୋଜିକୁ ଆପଣେଇ ସାରିଲାଣି। ବର୍ତ୍ତମାନ ସମୟରେ ଏପରି ଜିନିଷ ସବୁ ଉଦ୍ଭାବନ ହେଉଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ନିକଟରେ ଦକ୍ଷିଣ କୋରିଆ ଦ୍ୱାରା ପ୍ରସ୍ତୁତ ହୁଣ୍ଡ ନାମକ ଏକ ରୋବଟ୍ ବିଶ୍ୱ ରେକର୍ଡ ହାସଲ କରିଛି। ଦକ୍ଷିଣ କୋରିଆର ଡେଜିଆନ୍ସ୍ଥିତ କୋରିଆ ଆଡ୍ଭାନ୍ସଡ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଡାଇନାମିକ୍ ରୋବଟ କଣ୍ଟ୍ରୋଲ ଏବଂ ଡିଜାଇନ ଲାବୋରେଟୋରି ସହଯୋଗରେ ୪ ଗୋଡ଼ ବିଶିଷ୍ଟ ଏକ ରୋବଟ ତିଆରି କରିଛି। ଏହି ରୋବଟ୍ ଏକ ରେସ୍ରେ ଦୌଡ଼ି ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ହୁଣ୍ଡ ୧୦୦ ମିଟର ଦୌଡ଼କୁ ମାତ୍ର ୧୯. ୮୭ ସେକେଣ୍ଡରେ ଶେଷ କରିଛି। ଗିନିଜ୍ ୱାଲର୍ଡ ରେକର୍ଡ ମୁତାବକ, ହୁଣ୍ଡ ଘଣ୍ଟା ପ୍ରତି ୧୮.୧୨ କି.ମି. ବେଗରେ ଦୌଡ଼ି ଅନ୍ୟ ରୋବଟ୍କୁ ପଛରେ ପକାଇଥିଲା। ହୁଣ୍ଡର ଓଜନ ପ୍ରାୟ ୪୫ କିଲୋଗ୍ରାମ। ଏହା ଦେଖିବାକୁ ଆମେରିକାନ ବୁଲ୍ଡଗ୍ ପରି। ଦ୍ରୁତ ଗତିରେ ଦୌଡ଼ିବା ପାଇଁ ଏହାର ଗୋଡ଼କୁ ଡିଜାଇନ କରାଯାଇଛି। ହୁଣ୍ଡ ହେଉଛି ବିଶ୍ୱର ଏକମାତ୍ର ରୋବଟ୍, ଯିଏ ଯେକୌଣସି ରୋବଟ୍ଠାରୁ ଦ୍ରୁତଗତିରେ ଦୌଡ଼ିପାରେ।
The post ରୋବଟ୍ର ବିଶ୍ୱ ରେକର୍ଡ appeared first on Dharitri Odia News.