ରୋଷେଇ ଘରେ ବାରମ୍ବାର ଖସୁଛି କି ଏହି ସବୁ ଜିନିଷ, ଉନ୍ନତିରେ ଲାଗିପାରେ ବ୍ରେକ୍‌

ରୋଷେଇ ଘରେ ଏପରି କିଛି ଜିନିଷ ଅଛି ଯାହାକି ବାରମ୍ବାର ପଡ଼ିଯିବାକୁ ଅଶୁଭ ବୋଲି ବିବେଚନା କରାଯାଏ। ଏପରି ଘଟଣା ବାରମ୍ବାର ଘଟିଲେ ଆପଣଙ୍କ ଆର୍ଥିକ ଉନ୍ନତିରେ ଲାଗିପାରେ ବ୍ରେକ୍‌।

ରୋଷେଇ ଘରେ ବାରମ୍ବାର ଖସୁଛି କି ଏହି ସବୁ ଜିନିଷ, ଉନ୍ନତିରେ ଲାଗିପାରେ ବ୍ରେକ୍‌

ଆପଣଙ୍କ ଜୀବନରେ ସବୁକିଛି ଠିକ୍‌ଠାକ୍‌ ଚାଲୁଥିଲେ ବି ବେଳେ ବେଳେ ଏପରି କିଛି ପୂର୍ବ ଆଭାସ ମିଳେ ଯାହା କି ଭବିଷ୍ୟତରେ ହେବାକୁ ଥିବା ଅନିଷ୍ଟକୁ ସୂଚାଇ ଥାଏ। ତେଣୁ ବେଳ ଥାଉ ଥାଉ ପୂର୍ବ ଆଭାସର ଅର୍ଥ ବୁଝି ତାହାର ପ୍ରତିକାର କରିନେବା ଭଲ ।  

ରୋଷେଇ ଘରେ ଏପରି କିଛି ଜିନିଷ ଅଛି ଯାହାକି ବାରମ୍ବାର ପଡ଼ିଯିବାକୁ ଅଶୁଭ ବୋଲି ବିବେଚନା କରାଯାଏ। ଏପରି ଘଟଣା ବାରମ୍ବାର ଘଟିଲେ ଆପଣଙ୍କ ଆର୍ଥିକ ଉନ୍ନତିରେ ଲାଗିପାରେ ବ୍ରେକ୍‌। ହଠାତ୍‌ ଘରେ ଦେଖାଦେଇପାରେ ଆର୍ଥିକ ସଙ୍କଟ । ଫଳରେ ଘରେ ଆରମ୍ଭ ହୋଇଯାଏ ଅଶାନ୍ତି ଓ କଳହ ।

salt fall on floorRepresentationaol Image

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ରୋଷେଇ ଘରେ ରହୁଥିବା ଲୁଣ ବାରମ୍ବାର ହାତରୁ ଖସି ପଡ଼ିବା ଅଶୁଭ। କାରଣ ଲୁଣ ଚନ୍ଦ୍ର ଓ ଶୁକ୍ର ଗ୍ରହର ପ୍ରତିନିଧିତ୍ୱ କରିଥାଏ। ଅଧିକାଂଶ ସମୟରେ ହାତରୁ ଲୁଣ ଖସି ପଡ଼ିବା ଅର୍ଥ ଆପଣଙ୍କ ପରିବାର ଉପରକୁ ବିପଦ ମାଡ଼ି ଆସିପାରେ ।

MilkRepresentational Image

ଗ୍ୟାସ୍‌ରେ କ୍ଷୀର ଗରମ କରୁଥିବା ବେଳେ ଯବି ତାହା ବାରମ୍ବାର ଉତୁରି ଯାଉଛି ତାହା ବି ଶୁଭ ଲକ୍ଷଣ ନୁହେଁ। ଏହାଦ୍ୱାରା ଘରର ଉନ୍ନତି ଧିମେଇ ଯାଇପାରେ। କାରଣ କ୍ଷୀରର ସମ୍ପର୍କ ଚନ୍ଦ୍ର ସହ ଥିବା କୁହାଯାଏ । ଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ର ଗ୍ରହ ଶକ୍ତିହୀନ ଥିଲେ ଏପରି ହୁଏ ବୋଲି ବିଶ୍ୱାସ ରହିଛି।

OilRepresentational IMage

 

ରୋଷେଇ ସମୟରେ ସୋରିଷ ତେଲ ବି ଯଦି ତଳେ ପଡ଼ୁଛି ତାହା ବି ଅଶୁଭ । କାରଣ ସୋରିଷ ତେଲର ସମ୍ପର୍କ ଶନି ଦେବତାଙ୍କ ସହ ଥାଏ। ତେଣୁ ହାତରୁ ବାରମ୍ବାର ସୋରିଷ ତେଲ ଯଦି ଖସୁଛି ତା’ ହେଲେ ଶନି ଦେବତା ଆପଣଙ୍କ ଉପରେ ପ୍ରସନ୍ନ ନାହାନ୍ତି ବୋଲି ଜାଣି ରଖନ୍ତୁ। ତେଣୁ ଆପଣଙ୍କୁ ଶନି ଦେବଙ୍କ କୋପର ସମ୍ମୁଖୀନ ହେବାକୁ ପଡ଼ିପାରେ।